Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ ‘ମାଙ୍କ ନାମରେ ଗଛଟିଏ’ ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ ‘ମାଙ୍କ ନାମରେ ଗଛଟିଏ’ ସଚେତନତା କାର୍ଯ୍ୟକ୍ରମ

September 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
'ମାଙ୍କ ନାମରେ ଗଛଟିଏ'
ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ 'ମାଙ୍କ ନାମରେ ଗଛଟିଏ' ସଚେତନତା କାର୍ଯ୍ୟକ୍ରମ

କୋରାପୁଟ: କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଜୟପୁରସ୍ଥିତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ବନ୍ଧୁଗାଁ ବ୍ଲକ, ଆଲମଣ୍ଡା ଗ୍ରାମରେ ଜାତୀୟ ପୋଷଣ ମାସ ଅବସରରେ “ମାଙ୍କ ନାମରେ ଗଛଟିଏ” ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମଟି ସହକାରୀ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଆଇସିଡ଼ିଏସ୍ ସୁପରଭାଇଜର ତୁଳାବତୀ ମାଛ, ୟୁଜିବି ବ୍ୟାଙ୍କ ଶାଖା ପ୍ରବନ୍ଧକ ଲକ୍ଷ୍ମୀ ନାରାୟଣ ଢ଼େଉର, ଏମବିକେ ଜ୍ୟୋତି ସେନାପତି ଓ ବନପାଳ ଜୟଶଙ୍କର ପଦକା ଉପସ୍ଥିତ ଥିଲେ। ଏହା ସହିତ କ୍ଷେତ୍ର ପ୍ରଚାର ଅଧିକାରୀ ଜ୍ୟୋତି ରଞ୍ଜନ ପଟନାୟକ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ବକ୍ତାମାନେ ସରକାରଙ୍କ ଦ୍ୱାରା ପୋଷଣ, ସ୍ୱାସ୍ଥ୍ୟ ଓ କଲ୍ୟାଣ ମୂଳକ ବିଭିନ୍ନ ଯୋଜନା ବିଷୟରେ ସଚେତନତା କରିଥିଲେ। ସେମାନେ ପୋଷଣୀୟ ଖାଦ୍ୟ ଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ମାଧ୍ୟମରେ ମାଆଙ୍କ ପ୍ରତି ସମ୍ମାନ ସୂଚକ ଭାବେ, ତାଙ୍କର ନାମରେ ଗଛଟିଏ ରୋପଣ କରି ପରିବେଶ ସୁରକ୍ଷାକୁ ଦେବା ପ୍ରତି ସାମାଜିକ ସନ୍ଦେଶ ପ୍ରକାଶ କରିଥିଲେ।

ଭୁବନେଶ୍ୱରରୁ ଆସିଥିବା କେନ୍ଦ୍ରୀୟ ସଂଚାର ବ୍ୟୁରୋର ନାଟକ ଦଳ ପଥନାଟକ ମାଧ୍ୟମରେ ସଚେତନତା କରିଥିଲା। ଏହାସହିତ, ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଯେପରିକି ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା। ବିଜୟୀ ଅଂଶଗ୍ରହଣକାରୀଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

BJP Ads
'ମାଙ୍କ ନାମରେ ଗଛଟିଏ' ଆଲମଣ୍ଡା ଗ୍ରାମ ଜାତୀୟ ପୋଷଣ ମାସ ବନ୍ଧୁଗାଁ ବ୍ଲକ ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

November 6, 2025

ପୁରଣ ହେଲାନି ଦାବି, ଆଜିଠାରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବେ ରାଜ୍ୟ ସରକାରୀ ଆୟୁଷ ଛାତ୍ରଛାତ୍ରୀ

November 6, 2025

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୦ କୋଟି ଟଙ୍କା ଦେବାକୁ କଲେ ଘୋଷଣା

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025
BJP Ads
Latest News

ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

November 6, 2025

ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

November 6, 2025

ପୁରଣ ହେଲାନି ଦାବି, ଆଜିଠାରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବେ ରାଜ୍ୟ ସରକାରୀ ଆୟୁଷ ଛାତ୍ରଛାତ୍ରୀ

November 6, 2025

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୦ କୋଟି ଟଙ୍କା ଦେବାକୁ କଲେ ଘୋଷଣା

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.