Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା

September 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଡି ନ୍ୟୁଜ୍ ଓଡ଼ିଆ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ଦୂରଦର୍ଶନ ସମାଚାର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରାମାଣିକ ଚଳଚ୍ଚିତ୍ର ‘‘ଓଡ଼ିଶା ସହ ଅର୍ଦ୍ଧଶତାବ୍ଦୀର ସମ୍ପର୍କ’’ ପ୍ରସ୍ତୁତ କରାଯାଇଛି। ଏହି ଚଳଚ୍ଚିତ୍ରରେ ଓଡ଼ିଶାବାସୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନନ୍ୟ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କକୁ ଅଭିନବ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି। ଶ୍ରୀ ମୋଦୀ ୭୦ ଦଶକରେ ତାଙ୍କର ପ୍ରାରମ୍ଭିକ ଗସ୍ତରେ ଓଡ଼ିଶା ଆସିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ସହ ତାଙ୍କର କିଭଳି ଗଭୀର ଆଧ୍ୟାତ୍ମିକ ସମ୍ପର୍କ ରହିଥିଲା ତାହା ଏଥିରେ ପ୍ରଦର୍ଶିତ ହୋଇଛି। ଓଡ଼ିଶାକୁ ନେଇ ଶ୍ରୀ ମୋଦୀଙ୍କର ପ୍ରାରମ୍ଭିକ ଅଭିଜ୍ଞତା କିପରି ଭାବେ ଏକ ଆଜୀବନ ସମ୍ପର୍କ ଗଢ଼ିଥିଲା ତାହା ଏହି ଚଳଚ୍ଚିତ୍ରରେ ଆକର୍ଷଣୀୟ ଢଙ୍ଗରେ ଉଲ୍ଲେଖ କରାଯାଇଛି।

ବିଶେଷ କରି ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ପ୍ରତି ପ୍ରଧାନମନ୍ତ୍ରୀଙ୍କ ମନରେ ଥିବା ଗଭୀର ସମ୍ମାନ ଏ ଚଳଚ୍ଚିତ୍ରରେ ପ୍ରତିଫଳିତ ହୋଇଛି। ପାଇକ ବିଦ୍ରୋହର ଐତିହ୍ୟକୁ ସ୍ୱୀକୃତି ଦେବା, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ଏବଂ ବିଶ୍ୱ ସ୍ତରରେ ଓଡ଼ିଶାର ସମୃଦ୍ଧ କଳା ଏବଂ ପ୍ରତୀକଗୁଡ଼ିକୁ ଉପସ୍ଥାପନ କରିବା ଆଦି ପ୍ରସଙ୍ଗ ଏ ଚଳଚ୍ଚିତ୍ରରେ ସ୍ପଷ୍ଟ ରୂପେ ପରିବେଷଣ କରାଯାଇଛି।

ଏଥିସହିତ ରାଜ୍ୟରେ ବିକାଶ ଏବଂ ଶାସନର ଏକ ନୂତନ ଯୁଗ ଆରମ୍ଭ କରିବାରେ ତାଙ୍କର ଭୂମିକାକୁ ମଧ୍ୟ ଏଥିରେ ତୋଳି ଧରିବାକୁ ପ୍ରୟାସ କରାଯାଇଛି। ସଂରକ୍ଷିତ ଭିଜୁଆଲ୍, ବିବରଣୀ ଏବଂ ଆକର୍ଷଣୀୟ କାହାଣୀ ମାଧ୍ୟମରେ ଏହି ପ୍ରମାଣିକ ଚଳଚ୍ଚିତ୍ର ଓଡ଼ିଶା ସହ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ଜୀବନ୍ତ କରିଛି। ଏଥିରେ ସଙ୍କଟ ସମୟରେ ମୋଦୀଜୀଙ୍କ ଅନୁକମ୍ପା, ରୂପାନ୍ତରଣକାରୀ ଅଭିବୃଦ୍ଧି ମାଇଲଖୁଣ୍ଟ ଏବଂ ବିକଶିତ ଭାରତ ୨୦୪୭ ସଂକଳ୍ପରେ ଓଡ଼ିଶାର ଉଦୀୟମାନ ଭୂମିକାକୁ ମଧ୍ୟ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି।

ରାଜନୈତିକ ଘଟଣାକ୍ରମ ଅପେକ୍ଷା, ଏହି ଚଳଚ୍ଚିତ୍ରରେ ବିଶ୍ୱାସ, ବନ୍ଧୁତା ଏବଂ ବିକାଶର ଏକ ମନଛୁଆଁ କାହାଣୀ ଉପସ୍ଥାପନ କରାଯାଇଛି। ରାଜନୀତି ଏବଂ କ୍ଷମତା ବାହାରେ ଓଡ଼ିଶା ସହ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଛି ତାହା ଏଥିରେ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି। ୟୁଟ୍ୟୁବରେ ରିଲିଜ ହୋଇଥିବା ‘‘ଓଡ଼ିଶା ସହ ଅର୍ଦ୍ଧଶତାବ୍ଦୀର ସମ୍ପର୍କ’’ ଚଳଚ୍ଚିତ୍ରକୁ ହଜାର ହଜାର ଦର୍ଶକ ଦେଖିବା ସହ ଶେୟାର ମଧ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଏ ଚଳଚ୍ଚିତ୍ରକୁ ପ୍ରଶଂସା କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

‘ଓଡ଼ିଶା ସହ ଅର୍ଦ୍ଧଶତାବ୍ଦୀର ସମ୍ପର୍କ’ ଡିଡି ନ୍ୟୁଜ୍ ଓଡ଼ିଆ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବୋମା ବିସ୍ଫୋରଣରେ ଦୁଇ ନାବାଳକ ଗୁରୁତର

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.