Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ
ଆଜିର ଖବର

ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ

September 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୋଷଣ ଓ ପରିବେଶ
ପୋଷଣ ଓ ପରିବେଶ: ମାଆଙ୍କ ନାମରେ ଗଛଟିଏ ର ସନ୍ଦେଶ

ଭୁବନେଶ୍ଵର: ସାରା ଦେଶରେ ସେପ୍ଟେମ୍ବର ମାସକୁ ଜାତୀୟ ପୋଷଣ ମାସ ଭାବେ ପାଳନ କରାଯାଉଛି। ଏହା ସହିତ ସମାଜକୁ ସୁସ୍ଥ ଓ ସଚେତନ କରିବା ଉଦ୍ଦେଶ୍ୟରେ “ମାଆଙ୍କ ନାମରେ ଗଛଟିଏ ୨.୦” ସଚେତନତା କାର୍ଯ୍ୟକ୍ରମ ମଧ୍ୟ ପାଳନ କରାଯାଉଛି। ମା’ ଯେପରି ପରିବାରକୁ ପୋଷଣ ଦେଇଥାନ୍ତି, ସେପରି ଗଛ ପୃଥିବୀକୁ ପୋଷଣ ଦିଏ। ମା’ ନିଜ ସନ୍ତାନଙ୍କୁ ଆଶ୍ରୟ ଓ ସୁରକ୍ଷା ଦେଇଥାନ୍ତି, ସେପରି ଗଛ ଆମକୁ ଛାୟା ଓ ପରିବେଶକୁ ସୁରକ୍ଷା ଦିଏ। ମା’ଙ୍କ ପ୍ରତି ସମ୍ମାନ, ଆଗାମୀ ପିଢ଼ିଙ୍କ ପ୍ରତି ଦାୟିତ୍ୱ ଓ ପରିବେଶ ପ୍ରତି ଶପଥ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ମୁଖ୍ୟାଳୟରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (CBC), ସମ୍ବଲପୁର ପକ୍ଷରୁ ‘୮ମ ଜାତୀୟ ପୋଷଣ ମାସ’ ଏବଂ “ମାଆଙ୍କ ନାମରେ ଗଛଟିଏ ୨.୦” ଶୀର୍ଷକରେ ଏକ ବିଶାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅଭିଯାନରେ ପୋଷଣ, ସ୍ୱାସ୍ଥ୍ୟ ଓ ପରିବେଶର ସନ୍ଦେଶ ପ୍ରଚାରିତ ହୋଇଥିଲା। ପୋଷଣ ସଚେତନତାକୁ ପରିବେଶ ସୁରକ୍ଷା ସହିତ ଯୋଡ଼ିବାର ଏହି ପ୍ରୟାସ, କେବଳ ନୂତନତ୍ୱ ନୁହେଁ, ବରଂ ସମୟର ଆବଶ୍ୟକତାକୁ ମଧ୍ୟ ଦର୍ଶାଏ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସହକାରୀ ନିର୍ଦ୍ଦେଶକ ମନମୋହନ ପାଢ଼ୀ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସ୍ଥାନୀୟ ସରପଞ୍ଚ ଆରତୀ ପ୍ରଧାନ। ସେଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ପୂନ୍ୟବତୀ ହେଲେନ, ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲକ୍ଷ୍ମୀପ୍ରିୟା ବୋହିବାର, ଏବଂ ସମ୍ବଲପୁର ଆକାଶବାଣୀ ଓ ଦୂରଦର୍ଶନର କାର୍ଯ୍ୟକ୍ରମ ପ୍ରମୁଖ ମନିଷ୍ ଭଟ୍ଟାଚାର୍ଯ୍ୟ।

ଅନ୍ୟପକ୍ଷରେ ପୋଷଣ ମାସ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟର ସଚେତନ ବାର୍ତ୍ତା ଶୁଣିବାକୁ ମିଳିଲା। ଅତିଥିମାନେ ସନ୍ତୁଳିତ ଆହାର, ପୋଷଣୀୟ ଖାଦ୍ୟର ଆବଶ୍ୟକତା, ଓ ସ୍ୱସ୍ଥ ସମାଜ ପାଇଁ ସଚେତନତା ବିଷୟରେ ଆଲୋକପାତ କରିଥିଲେ। ବ୍ଲକ୍ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଜୁଗଳ କିଶୋର ଭୋଇ ଏବଂ ଝାରସୁଗୁଡାର ଜିଲ୍ଲାର ପୁଷ୍ଟିକର ଅଧିକାରୀ “ସନ୍ତୁଳିତ ଆହାର ସମୟର ଆବଶ୍ୟକ” ବିଷୟରେ ବୁଝାଇବା ସହ “ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ଖାଆନ୍ତୁ” ବୋଲି ବାର୍ତ୍ତା ଦେଇଥିଲେ।

ଏହି କାର୍ଯ୍ୟକ୍ରମର ମଧ୍ୟଭାଗରେ,ମନମୋହନ ପାଢ଼ୀ ସମସ୍ତଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ । ସ୍ୱଚ୍ଛତା ପାକ୍ଷିକ (୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର) ଅବସରରେ ସମସ୍ତେ ହାତ ଉଠାଇ “ସ୍ୱଚ୍ଛତା” ର ପ୍ରତିଜ୍ଞା ନେଇଥିଲେ। ପରେ ଆରମ୍ଭ ହୋଇଥିଲା ଏକ ବିଶାଳ ପଦଯାତ୍ରା। ସେଇ ପଦଯାତ୍ରାରେ ଶତାଧିକ ମହିଳା, କିଶୋରୀ ବାଳିକା, ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ, ସହିତ ଗ୍ରାମବାସୀମାନେ “ପୋଷଣ ଓ ପରିବେଶ” ବାର୍ତ୍ତାକୁ ନାରାରେ ପରିଣତ କରିଥିଲେ।

ଏଥି ସହିତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀମାନେ ଏବଂ ପରିଦର୍ଶିକାମାନେ ବିଭିନ୍ନ ପ୍ରକାରର ପୋଷଣୀୟ ଖାଦ୍ୟ, ଋତୁଯାତୀୟ ପନିପରିବା, ଫଳ, ନିଜେ ପ୍ରସ୍ତୁତ କରିଥିବା ପୁଷ୍ଟିକର ବ୍ୟଞ୍ଜନ ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମର ପୂର୍ବରୁ, ସେପ୍ଟେମ୍ବର ୧୭ ତାରିଖରେ ସୁସ୍ଥ ଶିଶୁ ପ୍ରତିଯୋଗିତା ଓ ରଙ୍ଗୋଲି ପ୍ରତିଯୋଗିତାରେ ଜିତିଥିବା ଛ’ଜଣ ବିଜେତାଙ୍କୁ ମଞ୍ଚରେ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେଇ ଦିନ “ମାଆଙ୍କ ନାମରେ ଗଛଟିଏ”ର ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକ୍ ଆଇସିଡ଼ିଏସ୍ କାର୍ଯ୍ୟାଳୟ ପରିସରରେ ଫଳଦାୟକ ଗଛର ଚାରା ରୋପଣ ମଧ୍ୟ ହୋଇଥିଲା।

ଶେଷରେ, ଝାରସୁଗୁଡ଼ା ଜିଲ୍ଲା ଲୋକକଳା ଓ ନୃତ୍ୟ ଗବେଷଣା କେନ୍ଦ୍ରର କଳାକାରମାନେ ସଙ୍ଗୀତ, ନୃତ୍ୟ ଓ ଲୋକନାଟ୍ୟ ମାଧ୍ୟମରେ ପୋଷଣ ଓ ବୃକ୍ଷରୋପଣର ସନ୍ଦେଶକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମର ଶେଷରେ ସହାୟକ ନିର୍ଦ୍ଦେଶକ ମନମୋହନ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ବ୍ୟକ୍ତ କରିଥିଲେ।

ଝାରସୁଗୁଡା ପୋଷଣ ଓ ପରିବେଶ ମାଆଙ୍କ ନାମରେ ଗଛଟିଏ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.