Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ
ଆଜିର ଖବର

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ
ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

ଭୁବନେଶ୍ୱର: ବାରମ୍ବାର ଆବେଦନ ନିବେଦନ, ହାରି ଗୁହାରି ପରେ ବି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟର ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ଭାଗ୍ୟ ଭବିଷ୍ୟତ, ସେମାନଙ୍କର ଏକମାତ୍ର ନ୍ୟାୟୋଚିତ କ୍ୟାଡର ପୁନର୍ଗଠନ ଦାବି ପ୍ରତି ଉଦାସୀନ ରହି ଅବହେଳା ପ୍ରଦର୍ଶନର ପ୍ରତିବାଦରେ ରବିବାର ମହାତ୍ମାଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ୩୨ ବର୍ଷ ତଳେ ଅତ୍ୟନ୍ତ ତୃଟିପୂର୍ଣ୍ଣ ଓ ଦୂରଦୃଷ୍ଟିହୀନ ଭାବେ ଯେଉଁ ବ୍ୟବସ୍ଥା ମାଧ୍ୟମିକ ସ୍କୁଲ୍ ଟ୍ରେଣ୍ଡ ଗ୍ରାଜୁଏଟ କଳା ଓ ବିଜ୍ଞାନ ଶିକ୍ଷକଙ୍କ ଉପରେ ଏକତରଫା ଭାବେ ଳଦି ଦେଇଥିଲେ ସେହି ଅସନ୍ତୋଷ ଆଜି ଭୀଷଣ ରୂପ ନେବାକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ରାଜ୍ୟ ସରାକର ବିଭିନ୍ନ ବିଭାଗର ଶତାଧିକ କ୍ୟାଡର ପୁନର୍ଗଠନ କରିଥିବା ବେଳେ ମାଧ୍ୟମିକ ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କେବଳ ସେହି ଗୋଟିଏ ପଦୋନ୍ନତି ଅଥବା ଆଉ ଗୋଟିଏ ବର୍ଦ୍ଧିତ ଦରମାରେ ସୀମାବଦ୍ଧ ରଖି ଅବସର ଦେଉଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅମଲା, ସ୍ୱାସ୍ଥ୍ୟ ବିଭାଗର ନର୍ସିଂ ଅଫିିସର, ସହକାରୀ ତାଲିମ ଅଧିକାରୀଙ୍କ ସମେତ ଏକାଧିକ କ୍ୟାଡରଭୁକ୍ତ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ୪ରୁ ୫ଗୋଟି ପଦୋନ୍ନତି ଦେଉଥିବା ବେଳେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକମାନଙ୍କ ପାଇଁ ଆଖି ବୁଜିଦେଇ ନୀରବରେ ବସିଛନ୍ତି। ବିଭାଗରେ କାର୍ଯ୍ୟରତ ଟ୍ରେଣ୍ଡ ଗ୍ରାଜୁଏଟ କଳା ତଥା ବିଜ୍ଞାନ ଶିକ୍ଷକ ହିନ୍ଦୀ, ସଂସ୍କୃତ, କ୍ରୀଡ଼ା ଶିକ୍ଷକଙ୍କ ସଂଖ୍ୟା ୪୬୧୯୧ ଥିବାବେଳେ ଏହି ସମସ୍ତ ଶିକ୍ଷକଙ୍କ ପଦୋନ୍ନତି ପ୍ରଧାନ ଶିକ୍ଷକ (ସିନିୟର ଏସ୍‌ଇଏସ୍‌) ଭଳି ସୀମିତ ସଂଖ୍ୟକ ପଦବୀରେ ଭାଗବଣ୍ଟା କରି ପଦୋନ୍ନତି ପାଉଥିବାରୁ ୮୦ ଭାଗ ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ୪୨୦୦ ଟଙ୍କା ଗ୍ରେଡ ପେରୁ ଅତି ବେଶିରେ ଚାକିରିର ଶେଷ ସମୟକୁ ୪୬୦୦ ଟଙ୍କା ଗ୍ରେଡ ପେ ରେ ଅବସର ନେଉଛନ୍ତି। ତାହା ପୁଣି ପ୍ରଧାନ ଶିକ୍ଷକ ପଦବୀ ଭାଗ୍ୟକୁ ଖାଲି ହେଲେ ସେ ସୁବିଧା ପାଇବର ସମ୍ଭାବନା ରହିଛି।

ଏପରିକି ଜଣେ ପ୍ରାଥମିକ ଶିକ୍ଷକ ୨୨୦୦ ଟଙ୍କା ଗ୍ରେଡ ପେରୁ ଚାକିରି ଆରମ୍ଭ କରି ଶେଷରେ ୪୮୦୦ ଟଙ୍କା ଗ୍ରେଡ ପେ, ଜଣେ ନର୍ସିଂ ଅଫିସର ୨୮୦୦ ଟଙ୍କା ଗ୍ରେଡ ପେ ରେ ଚାକରି ଆରମ୍ଭ କରି ଶେଷରେ ୮୨୦୦ ଟଙ୍କା ଗ୍ରେଡ ପେ ରେ, ବିଭିନ୍ନ ବିଭାଗର ଅମଲାମାନେ ୧୯୦୦ ଟଙ୍କା ଗ୍ରେଡ ପେ ରେ ଚାକିରି ଆରମ୍ଭ କରି ୫୪୦୦ ଟଙ୍କା ଗ୍ରେଡ ପେ ରେ, ଦକ୍ଷତା ବିକାଶ ବିଭାଗର ସହକାରୀ ତାଲିମ ଅଧିକାରୀ ୪୨୦୦ ଟଙ୍କା ଗ୍ରେଡ ପେ ରେ ଚାକିରି ଆରମ୍ଭ କରି ୬୬୦୦ ଟଙ୍କା ଗ୍ରେଡ ପେ ରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ୪୨୦୦ ଟଙ୍କା ଗ୍ରେଡ୍ ପେ ରୁ ଚାକିରି ଆରମ୍ଭ କରି ୭୦୦୦ଟଙ୍କା ଗ୍ରେଡ ପେ ଚାକିରିରୁ ଅବସର ନେଉଛନ୍ତି।

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକମାନଙ୍କୁ ଟ୍ରେଣ୍ଡ ସ୍ନାତ୍ତକୋତ୍ତର ପଦବୀକୁ ଉନ୍ନୀତ କରାଯାଉଥିବା ବେଳେ ଗଣଶିକ୍ଷା ବିଭାଗ ମାଧ୍ୟମିକ ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକମାନଙ୍କୁ ସାବତ ପୁଅ ଭାବେ ବ୍ୟବହାର କରୁଛନ୍ତି । ପ୍ରଧାନ ଶିକ୍ଷକରୁ ମଣ୍ଡଳ ଶିକ୍ଷା ଅଧିକାରୀ ପଦବୀରେ ମାତ୍ର କେତୋଟି ହାତ ଗଣତି ପଦବୀ ରହିଛି, ଯାହା ସିଧା ନିଯୁକ୍ତି ପାଉଥିବା ଓଇଏସ୍ ଅଧିକାରୀମାନଙ୍କୁ ଅବସ୍ଥାପିତ କରି ଦିଆଯାଉଛି ବୋଲି ସଂଘର ରାଜ୍ୟ ସଭାପତି ରଶ୍ମି ରଞ୍ଜନ ଜେନା, ଶିକ୍ଷକ ନେତା ରାଜେନ୍ଦ୍ର ମଲ୍ଲିକ, ଚନ୍ଦନ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ରାଜ୍ୟ ଆଦର୍ଶ ବିଦ୍ୟାଳୟ ସଂଗଠନ ଶିକ୍ଷକମାନଙ୍କ କ୍ଷେତ୍ରରେ ପଦୋନ୍ନତି ଦିଆଯାଉଥିବା ନିଷ୍ପତ୍ତି ମଧ୍ୟ ଗଣଶିକ୍ଷା ବିଭାଗ କ୍ଷେତ୍ରରେ ବିଚାର କରାଯାଉ ନାହିଁ ବୋଲି ଶିକ୍ଷକ ନେତାମାନେ ଅଭିଯୋଗ କରିଛନ୍ତି।

ଆସନ୍ତା ଦୁଇମାସ ମଧ୍ୟରେ ସଂଘ ପ୍ରଦତ୍ତ କ୍ୟାଡର ପୁନର୍ଗଠନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ଟ୍ରେଣ୍ଡ ଗ୍ରାଜୁଏଟ (କଳା ଓ ବିଜ୍ଞାନ) ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସର୍ବନିମ୍ନ ଚାରୋଟିରୁ ପାଞ୍ଚୋଟି ପଦୋନ୍ନତି ଦିଆନଗଲେ ରାଜ୍ୟର ହଜାର ହଜାର ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ଶିକ୍ଷୟତ୍ରୀ ଚରମ ନିଷ୍ପତ୍ତି ନେବେ ବୋଲି ସଂଘର ରାଜ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ବିଜୟ ମଲ୍ଲ, ମନୋଜ ଜେନା, ଦେବାଶିଷ ଜେନା, ଅନ୍ତର୍ଯ୍ୟାମୀ ବେହେରା, କୃଷ୍ଣଚନ୍ଦ୍ର ଜେନା, ବିପିନ ସାହୁ, ସଞ୍ଜୟ ସାହୁ, ଗଣେଶ୍ୱର ଷଡ଼ଙ୍ଗୀ, ଅଂଶୁମାନ ଚମ୍ପତିରାୟ, ସାଇ ପ୍ରୀତମ ସେନାପତି, ନମିତା ବିଷୋଇ, ସ୍ମୃତିରଞ୍ଜନ ପାଣି, ପ୍ରଳୟ ଭୂୟାଁ, ଅଭିଷେକ ଦାସ, ଚନ୍ଦ୍ରକାନ୍ତ ଜେନା, ଜଗନ ପରିଡ଼ା, ଚିନ୍ମୟ ରଥ, ଦେବରାଜ ସାହୁ, ଶୁଭେନ୍ଦୁ ନାୟକ, ଦେବରାଜ ସେଠୀ, ପ୍ରତାପ ସାମଲ, ଶଙ୍ଖ ସିନ୍ଧୁ ପୁରୋହିତ, ସୁଧାଂଶୁ ବାରିକ, ଦୀପକ ଜେନା, ନରେଶ ସ୍ୱାଇଁ, ସମୀର କୁମାର, ରୋହିତ ସାହୁ, ଶୁଭରଞ୍ଜିତ ମହାପାତ୍ର, ମୈତ୍ରୀ ଆଚାର୍ଯ୍ୟ, ସୀମା ମହାନ୍ତି, ଅଭିନନ୍ଦନ ମହୁରି, ସୌଭାଗ୍ୟ ପାତ୍ର, ପ୍ରୀତମ ସେଠୀ, ଅଜୟ ବାରିକ, ବିଜୟ କଳା, ଅଭିଷେକ ଶତପଥୀ, ନିମାଇଁ ଦାସ, ସଦାନନ୍ଦ ସାହୁ, ଆର୍ତ୍ତ ବେହେରା, ଦୀପକ ଗୋଚ୍ଛାୟତ, ଟିକିନା ସାହୁ, ଅକ୍ଷୟ ଶତନାମୀ, ରଞ୍ଜିତ ନାୟକ, ମନୋହର ଦାସ, ଦାମୋଦର ଭୁସାଗର, ଚିନ୍ତାମଣି ମହାରଣା, ଭୀଷ୍ମ ସିଂହ ଓ ସୂରଜ ପରିଡ଼ା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ବିଶାଳ ପ୍ରତିବାଦ ସମାବେଶ ମାଧ୍ୟମିକ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026

ଆଜିଠାରୁ ଦୁଇ ଦିନିଆ ପଞ୍ଜାବ ଏବଂ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 15, 2026

ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀଙ୍କ ବଡ଼ ଦାବି: ବିଜେପିରେ ଯୋଗଦେବେ ଅନେକ ସପା ବିଧାୟକ

January 15, 2026

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026
Latest News

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026

ଆଜିଠାରୁ ଦୁଇ ଦିନିଆ ପଞ୍ଜାବ ଏବଂ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 15, 2026

ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀଙ୍କ ବଡ଼ ଦାବି: ବିଜେପିରେ ଯୋଗଦେବେ ଅନେକ ସପା ବିଧାୟକ

January 15, 2026

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.