Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ
ଆଜିର ଖବର

ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ

September 22, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ
ଜିଏସ୍ ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର: ଘିଅ ଟିଣ ପିଛା 507 ଟଙ୍କା ହ୍ରାସ
ଭୁବନେଶ୍ଵର: ଶାରଦୀୟ ପୂଜା ଅବସରରେ କମିଲା ଓମ୍ଫେଡ୍ ଉତ୍ପାଦ ଦର। ପାର୍ବଣ ଋତୁକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ତା’ର ଅଗଣିତ ଗ୍ରାହକଙ୍କୁ ଏହି ଭେଟି ଦେଇଛି ଓମ୍ଫେଡ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜିଏସ୍ ଟି ହ୍ରାସ କରିବା ପରେ ଓମ୍ଫେଡ୍ ତା’ର ଅଗଣିତ ଗ୍ରାହକଙ୍କ ପାଇଁ ଉତ୍ପାଦ ଦର ହ୍ରାସ କରିଛି। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଓମ୍ଫେଡ୍ ଉତ୍ପାଦ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଗ୍ରାହକ ବେଶ ଉପକୃତ ହେବେ। ଗତ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଜିଏସ୍ ଟି ଆଧାରରେ ଆସନ୍ତା 22 ତାରିଖଠାରୁ ଏହି ନୂତନ ହ୍ରାସ ଦର ଲାଗୁ ହେବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି।
ଓମ୍ଫେଡ୍ ଦୁଗ୍ଧ: ଓମ୍ଫେଡ୍ ଦୁଗ୍ଧରେ ପୂର୍ବରୁ ଜିଏସ୍ ଟି ଲାଗୁ କରାଯାଉ ନଥିଲା କି ଏବେ ମଧ୍ୟ ଲାଗୁ ହୋଇନାହିଁ। ତେଣୁ ଦୁଗ୍ଧ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ଛେନା/ପନିର:ଛେନା ଓ ପନିରରେ କେନ୍ଦ୍ର ସରକାର 5 ପ୍ରତିଶତ ଜିଏସ୍ ଟି ହ୍ରାସ କରିଛନ୍ତି । ଫଳରେ ପନିର ଓ ଛେନା ଦର ହ୍ରାସ ପାଇଛି । ପନିର 200 ଗ୍ରାମ୍ ଉପରେ 5 ଟଙ୍କା ହ୍ରାସ ପାଇଥିବା ବେଳେ 500 ଗ୍ରାମ ପ୍ୟାକରେ 10 ଟଙ୍କା ହ୍ରାସ ହୋଇଛି ।
ଘିଅ: ପୂର୍ବରୁ ଘିଅରେ 12 ପ୍ରତିଶତ ଜିଏସ୍ ଟି ଲାଗୁଥିଲା । ଏବେ 7 ପ୍ରତିଶତ ହ୍ରାସ ପାଇ ତାହା 5 ପ୍ରତିଶତ ହୋଇଛି । ଫଳରେ ସେହି ଆଧାରରେ ଘିଅ ଲିଟର ପିଛା 45 ଟଙ୍କା ହ୍ରାସ ପାଇଛି । ପୂର୍ବରୁ ଘିଅ ଲିଟର (ଟିଣ ଡିବା) 720 ଟଙ୍କା ଥିଲା । ଏବେ ତାହା 675 ଟଙ୍କାକୁ ହ୍ରାସ ପାଇଛି । ସେହିପରି 15 ଲିଟର ଟିଣ ଘିଅ ମୂଲ୍ୟ ପୂର୍ବରୁ 8152 ଟଙ୍କା ଥିଲା । ଏବେ ତାହା 7645 ଟଙ୍କାକୁ ହ୍ରାସ ପାଇଛି । ଅର୍ଥାତ୍ ଗୋଟିଏ 15 ଲିଟର ଟିଣ ଘିଅରେ 507 ଟଙ୍କା ହ୍ରାସ ପାଇଛି ।
ବଟର:ପୂର୍ବରୁ ବଟରରେ 12 ପ୍ରତିଶତ ଜିଏସ୍ ଟି ଲାଗୁ ହେଉଥିଲା । ମାତ୍ର ଏବେ ସେଥିରେ 5 ପ୍ରତିଶତ ଜିଏସ୍ ଟି ଲାଗିବ। ଫଳରେ 100 ଗ୍ରାମ ବଟର ପ୍ୟାକ୍ ଏଣିକି ଗ୍ରାହକମାନେ 60 ଟଙ୍କା ବଦଳରେ 57 ଟଙ୍କାରେ ପାଇପାରିବେ।
ଫ୍ଲେଭର ମିଲ୍କ: ଫ୍ଲେଭର ମିଲ୍କ ବା ସୁବାସିତ ଦୁଗ୍ଧ ଉପରେ ସରକାର ପୂର୍ବରୁ 12 ପ୍ରତିଶତ ଜିଏସ୍ ଟି ନେଉଥିଲେ । ଏବେ ମୋଦି ସରକାର ତାହାକୁ ହ୍ରାସ କରି 5 ପ୍ରତିଶତ କରିଛନ୍ତି । ଫଳରେ ପୂର୍ବରୁ ଯେଉଁ ଗ୍ରାହକମାନେ 25 ଟଙ୍କାରେ ଖାଉଥିଲେ, ଏବେ ସେହି ସୁବାସିତ ଦୁଗ୍ଧ ବୋତଲ ବା ଫ୍ଲେବର ମିଲ୍କ 23 ଟଙ୍କାରେ ଉପଲବ୍ଧ ହେବ ।
ୟୁଏଚ୍ ଟି ଦୁଗ୍ଧ: ପୂର୍ବରୁ ୟୁଏଚ୍ ଟି ଦୁଗ୍ଧରେ 5 ପ୍ରତିଶତ ଜିଏସ୍ ଟି ଲାଗୁ ହେଉଥିଲା । ଏବେ କେନ୍ଦ୍ର ସରକାର ତାହାକୁ ସଂପୂର୍ଣ୍ଣ ଉଠାଇ ଦେଇଛନ୍ତି । ଫଳରେ ୟୁଏଚ୍ ଟି ଦୁଗ୍ଧ ଲିଟର ଦାମ 70 ଟଙ୍କାରୁ ଖସି 67 ଟଙ୍କା ହୋଇଛି ।
ଆଇସକ୍ରିମ୍: ସବୁ ପ୍ରକାର ଆଇସକ୍ରିମ ଉପରେ କେନ୍ଦ୍ର ସରକାର ପୂର୍ବରୁ 18 ପ୍ରତିଶତ ଜିଏସ୍ ଟି ଲାଗୁ କରିଥିଲେ । ମାତ୍ର ଏବେ ଜିଏସ୍ ଟି 5 ପ୍ରତିଶତକୁ ଖସାଇ ଦେଇଛନ୍ତି । ଫଳରେ ଆଇସକ୍ରିମ ଦର ମଧ୍ୟ ହ୍ରାସ ପାଇଛି । ତେବେ 10 ଟଙ୍କିଆ, 15 ଟଙ୍କିଆ, 20 ଟଙ୍କିଆ ଓ 30 ଟଙ୍କିଆ ଆଇସକ୍ରିମରେ ଦରସ୍ଥିର ରଖିଛି ଓମ୍ଫେଡ୍ । ତା’ ବଦଳରେ ଆଇସକ୍ରିମ ପରିମାଣ ବୃଦ୍ଧି କରିଛି । ଏଣିକି ଓମ୍ଫେଡ୍ ଆଇସକ୍ରିମ ଗ୍ରାହକ 10 ଟଙ୍କିଆ, 15 ଟଙ୍କିଆ, 20 ଟଙ୍କିଆ ଓ 30 ଟଙ୍କିଆ ଆଇସକ୍ରିରେ ଏଣିକି 10 ପ୍ରତିଶତକୁ ଅଧିକ ପରିମାଣର ଆଇସକ୍ରିମ୍ ପାଇବେ ।
ପାର୍ବଣ ଋତୁରେ ଓମ୍ଫେଡର ଏହି ନୂତନ ହ୍ରାସ ଦର ଗ୍ରାହକଙ୍କ ମଧ୍ୟରେ ବେଶ ଆନନ୍ଦ ସୃଷ୍ଟି କରିଛି । ପୂର୍ବରୁ ରାଜ୍ୟ ସରକାର ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା 3 ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ଏବେ ଖାଉଟିମାନଙ୍କ ପାଇଁ ଓମ୍ଫେଡ୍ ଉତ୍ପାଦ ଦର ହ୍ରାସ ହୋଇଛି । ଏହା ଦ୍ୱାରା ଉଭୟ ଦୁଗ୍ଧ ଚାଷୀ ଓ ଖାଉଟି ଲାଭବାନ ହୋଇଛନ୍ତି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କକୁ ଉଭୟ ଚାଷୀ ଓ ଗ୍ରାହକମାନଙ୍କ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ।
ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁ ଯେ, ଓମ୍ଫେଡର କୌଣସି ଉତ୍ପାଦରେ ଯଦି ପୁରୁଣା ଦାମ ପ୍ରିଣ୍ଟ ଥାଏ, ତେବେ ଗ୍ରାହକମାନେ ଏଣିକି ପୁରୁଣା ବଦଳରେ ନୂତନ ହ୍ରାସ ଦର ଦେଇ ଓମ୍ଫେଡ୍ ଉତ୍ପାଦ କ୍ରୟ କରିବେ ।
ଓମ୍‌ଫେଡ୍‌ ଜିଏସ୍ ଟି ହ୍ରାସ ଦୁଗ୍ଧଜାତ ଉତ୍ପାଦ ପାର୍ବଣ ଋତୁ ଶାରଦୀୟ ପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ ଟି-୨୦: ରୋହିତ ଶର୍ମାଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର ଯାଦବ!

January 31, 2026

ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

January 31, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ

January 31, 2026

ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

January 31, 2026
Latest News

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ ଟି-୨୦: ରୋହିତ ଶର୍ମାଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର ଯାଦବ!

January 31, 2026

ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

January 31, 2026

କଂଗ୍ରେସ, ବାମପନ୍ଥୀ, ନା ବିଜେପି?: କେରଳରେ ଲୋକସଭା ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ

January 31, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ

January 31, 2026

ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.