ଭୁବନେଶ୍ଵର: ଜେସିଆଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିଗମର ସଫେଇ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ “ସଫାଇ ମିତ୍ର ସୁରକ୍ଷା ଶିବିର” ଆୟୋଜନ କରାଯାଇଥିଲା। ଏହି ଶିବିର ମାଧ୍ୟମରେ ୨୦୦ରୁ ଅଧିକ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା, ଔଷଧ ବିତରଣ ଓ ଅନ୍ୟ ସେବା ଯୋଗାଇ ଦିଆଯାଇଥିଲା।
ମୁମ୍ବାଇର ବୟନଶିଳ୍ପ କମିଟି ଅଧିକ ଟ୍ରାଫିକ୍ ଥିବା ସ୍ଥାନରେ ସ୍ୱଚ୍ଛ ଭାରତ ସାଂସ୍କୃତିକ ଉତ୍ସବ ଆୟୋଜନ କରିଥିଲା। ସ୍ଥାନୀୟ ଓ ଆଞ୍ଚଳିକ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।
ଏହି ଅଭିଯାନ ଅଧୀନରେ ଜାତୀୟ ହସ୍ତତନ୍ତ ବିକାଶ ନିଗମ ଲିମିଟେଡ୍ ଦ୍ୱାରା ବ୍ୟାପକ ଭାବେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ୨୨ ସେପ୍ଟେମ୍ବର ୨୦୨୫ ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା। ଏହା ସହିତ, ନିଗମର ବିଭିନ୍ନ ଶାଖା କାର୍ଯ୍ୟାଳୟଗୁଡ଼ିକରେ ବି ନିରନ୍ତର ଭାବେ ସଫେଇ ଅଭିଯାନ କରାଯାଉଛି।
କୋଲକାତାର ନ୍ୟୁ ଟାଉନରେ ଜାତୀୟ ଝୋଟ ବୋର୍ଡ (ଏନଜେବି) ଦ୍ୱାରା “ବ୍ୟାପକ ସ୍ୱଚ୍ଛତା ଅଭିଯାନ” ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ଏନଜେବି ସମ୍ପାଦକଙ୍କ ସହ ଅନ୍ୟମାନେ ବି ଅଂଶଗ୍ରହଣ କରିଥିଲେ।
ଏହି ଅଭିଯାନ ଅଧୀନରେ ନୂଆଦିଲ୍ଲୀରେ ଥିବା ଉଦ୍ୟୋଗ ଭବନର ବିଭିନ୍ନ ବିଭାଗରେ ହ୍ୟାଣ୍ଡଲୁମ ଓ ବୟନଶିଳ୍ପ ମନ୍ତ୍ରଣାଳୟର ଉନ୍ନୟନ କମିଶନର କାର୍ଯ୍ୟାଳୟ ପକ୍ଷରୁ କୀଟପତଙ୍ଗ ନିୟନ୍ତ୍ରଣ ଓ ବ୍ୟାପକ ଭାବେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।