Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର
ଆଜିର ଖବର

ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର

September 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର
ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବି ଡି ଓ, ସହକାରୀ ଯନ୍ତ୍ରୀ ମାନଙ୍କୁ ବିଧାୟକଙ୍କ ସୁପାରିଶ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଧାରା, ସେଗୁଡିକର ଆର୍ଥିକ ଅନୁଦାନ, ପରୀକ୍ଷଣ, ଅନୁମୋଦନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପାୱାର ପଏଣ୍ଟ ଉପକରଣରେ ପ୍ରଶିକ୍ଷଣ ଦିଆଯାଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା, ଜ୍ୟୋତି ଶଙ୍କର ସାହୁ, ଉପନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ ଶଙ୍କର ବେହେରା ଯୋଗ ଦେଇଥିଲେ।

ବିଧାୟକଙ୍କ ତିନି ଗୋଟି ବିଭାଗରେ ଯଥା ସାଧାରଣ, ଶିକ୍ଷା ଏବଂ ରାସ୍ତା ଜନିତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସୁପାରିଶ ଗୁଡ଼ିକୁ କିଭଳି ଅନଲାଇନରେ କାର୍ଯ୍ୟ ସମ୍ପାଦନ କରାଯିବ ସେ ସମ୍ବନ୍ଧରେ ବିସ୍ତୃତ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଅନ ଲାଇନ ବ୍ୟବସ୍ଥା ଦ୍ଵାରା କାର୍ଯ୍ୟଗୁଡ଼ିକ ଦୃତ ଗତିରେ ସମ୍ପାଦିତ ହେବାସହ ସର୍ବସାଧାରଣ ଏହାର ସଫଳ ଫାଇଦା ନେଇ ପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଦଶ ଲକ୍ଷ ରୁ ଅଧିକ ପ୍ରକଳ୍ପ ଗୁଡ଼ିକର ସୁପାରିଶ ଆସିଲେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବୈଷୟିକ ଅନୁମୋଦନ ଏବଂ ଜିଲ୍ଲାପାଳ ପ୍ରଶାସନିକ ଅନୁମୋଦନ କରିବେ। ଯେଉଁ ପ୍ରକଳ୍ପ ଗୁଡ଼ିକ ଗ୍ରହଣ ଯୋଗ୍ୟ ନୁହେଁ ସେଗୁଡିକୁ ଜିଲ୍ଲା ପାଳ ମାନ୍ୟବର ବିଧାୟକ ଙ୍କ ନିକଟକୁ ଅନଲାଇନରେ ପ୍ରେରଣ କରିବେ।

ଉକ୍ତ ପ୍ରକଳ୍ପ ଗୁଡ଼ିକର ପ୍ରତ୍ୟାଖାନ ମାନ୍ୟବର ବିଧାୟକ କରିବେ। ଏଥି ସହ ବି ଡି ଓ ଏବଂ ସହକାରୀ ଯନ୍ତ୍ରୀ ମାନଙ୍କ ସ୍ତରରେ ଅନଲାଇନ୍ କାର୍ଯ୍ୟକ୍ରମ ସମ୍ପାଦନ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବୈଠକରେ ସମସ୍ତ ବି ଡି ଓ, ସମସ୍ତ ସହକାରୀ ଯନ୍ତ୍ରୀ, ବୈଷୟିକ ପରାମର୍ଶଦାତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ ଯୋଜନା ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।

ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର ଅମ୍ରିତ୍ ଋତୁରାଜ ବିଧାୟକ ପାଣ୍ଠି ବିନିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଶୋଇବା ସମୟରେ ବାରମ୍ବାର ପରିସ୍ରା ଲାଗୁଛି କି?: ଏହି ଦୁଇଟି ଉପାୟରୁ ମିଳିପାରେ ଆଶ୍ଵସ୍ତି

September 24, 2025

ବିଶ୍ୱ ଫାର୍ମାସୀ ଦିବସ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ-୨ କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 24, 2025

ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

September 24, 2025

ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ରିପୋର୍ଟ ଉନ୍ମୋଚିତ

September 24, 2025
Latest News

ଶୋଇବା ସମୟରେ ବାରମ୍ବାର ପରିସ୍ରା ଲାଗୁଛି କି?: ଏହି ଦୁଇଟି ଉପାୟରୁ ମିଳିପାରେ ଆଶ୍ଵସ୍ତି

September 24, 2025

ବିଶ୍ୱ ଫାର୍ମାସୀ ଦିବସ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ-୨ କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 24, 2025

ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

September 24, 2025

ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର

September 24, 2025

ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ରିପୋର୍ଟ ଉନ୍ମୋଚିତ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.