ଖୋର୍ଦ୍ଧା/ଚିଲିକା: ନିର୍ବାଚନ କାର୍ଯ୍ୟରେ ଅବହେଳା କରିଥିବାରୁ ଗତକାଲି ରଙ୍କନିଧି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଆଶୁତୋଷ ପତିଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଙ୍କ ପତ୍ର ସଂଖ୍ୟା ୧୭୪୩୩ ତା ୨୩.୦୯.୨୦୨୫ ରିଖ ନିର୍ଦ୍ଦେଶ କ୍ରମେ ଏବଂ ଜନ ପ୍ରତିନିଧି ଅଧିନିୟମ ୧୯୫୦ ପରିଚ୍ଛେଦ ୩୨ ବଳରେ ଚିଲିକା ବ୍ଲକ୍ ଶିକ୍ଷା ଅଧିକାରୀ ନିଲମ୍ବିତ କରିଛନ୍ତି। ଶିକ୍ଷକ ଆଶୁତୋଷ ପତିଙ୍କୁ ନିଲମ୍ବନ ପରେ ତାଙ୍କର କାର୍ଯ୍ୟ ମୁଖ୍ୟାଳୟ ପିଏମଶ୍ରୀ ପିଏସ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍କୁଳାଚାଟି ସ୍ଥିର କରାଯାଇଥିବା ବେଳେ ଓଡ଼ିଶା ସରକାରୀ ସେବା ସଂହିତା ୯୦ ଅନୁଯାୟୀ ତାଙ୍କୁ କେବଳ ସାଧନ ଭତ୍ତା ପ୍ରଦାନ କରାଯିବ ବୋଲି ବ୍ଲକ୍ ଶିକ୍ଷା ଅଧିକାରୀ, ଚିଲିକାଙ୍କ କାର୍ଯ୍ୟାଳୟ ନିର୍ଦେଶ ସଂଖ୍ୟା ୧୪୧୭ ତା ୨୩.୦୯.୨୦୨୫ ରେ ଉଲ୍ଲେଖ କରାଯାଇଅଛି। ନିଲମ୍ବିତ ଶିକ୍ଷକ ଶ୍ରୀ ଆଶୁତୋଷ ପତିଙ୍କୁ ବିନା ଅନୁମତିରେ ତାଙ୍କର କାର୍ଯ୍ୟ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।