କୁଳଭୂଷଣଙ୍କୁ କୂଟନୈତିକ ସହାୟତା ପ୍ରଦାନ ପାଇଁ ପାକିସ୍ତାନର ସମ୍ମତି

Published: Aug 1, 2019, 5:32 pm IST

କୁଲଭୂଷଣ ଯାଦବ ମାମଲାରେ ଅନ୍ତରାଷ୍ଟ୍ରୀୟ କୋର୍ଟରେ ବିଜୟ ପରେ ଭାରତକୁ ଆଉ ଏକ ସଫଳତା ମିଳିଛି । ପାକିସ୍ତାନ ନିଜର ଜେଲରେ ବନ୍ଦୀ ଭାରତୀୟ ନାଗରିକ କୁଲଭୂଷଣଙ୍କୁ କୂଟନୈତିକ ସହାୟତା ଦେବାକୁ ପ୍ରସ୍ତୁତ ହୋଇଛି । କୁଲଭୂଷଣ ଯାଧବଙ୍କୁ ଭାରତୀୟ କୂଟନୈତିକ ସହାୟତା ମିଳିବା ଭାରତ ପାଇଁ ବଡ଼ ବିଜୟ । କାରଣ ଏହା ପୂର୍ବରୁ ପାକିସ୍ତାନ କ୍ରମାଗତ କୁଲଭୂଷଣଙ୍କୁ କୂଟନୈତିକ ସହାୟତା ଦେବାକୁ ମନା କରି ଆସୁଥିଲା । ମାତ୍ର ମାମଲା ଅନ୍ତରାଷ୍ଟ୍ରୀୟ କୋର୍ଟରେ ପହଞ୍ଚିବାରୁ ଶେଷରେ ପାକିସ୍ତାନକୁ ଏହା ମାନିବାକୁ ପଡ଼ିଛି । ୧୦ଦିନ ପରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ କୋର୍ଟ ଆଦେଶକୁ ମାନିବାକୁ ପଡ଼ିଛି । ଭାରତ ପକ୍ଷରୁ ଆଲୋଚନା ନିମନ୍ତେ ଏକ କୂଟନୀତିଜ୍ଞଙ୍କ ଦଳ ଗଠନ କରାଯିବ ବୋଲି ବୈଦେଶିକ ମୁଖପାତ୍ର ରବୀଶ କୁମାର ସୂଚନା ଦେଇଛନ୍ତି । ବିଗତ ମାସରେ ପାକିସ୍ତାନର 16 ଜଣିଆ ବିଚାରପତି ଦଳ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ରୋକିବା ନେଇ ମତ ଦେଇଥିଲେ । ଉକ୍ତ 16 ଜଣିଆ ଖଣ୍ଡପୀଠ ଫାଶୀ ଦଣ୍ଡାଦେଶକୁ ରୋକିଥିଲେ ମଧ୍ୟ କୁଳଭୂଷଣଙ୍କୁ ମୁକ୍ତ କରିବା ଆବେଦନକୁ ଖାରଜ କରି ଦେଇଥିଲେ ।

Related posts