ନୂଆଦିଲ୍ଲୀ: ପାର୍ବଣ ଋତୁ ଯୋଗୁଁ ଚାହିଦା ବୃଦ୍ଧି ପାଇ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି। ସୁନା ପୂର୍ବରୁ ପ୍ରତି 10 ଗ୍ରାମ 1,14,000 ଟଙ୍କାର ସର୍ବକାଳୀନ ସର୍ବୋଚ୍ଚ ସୀମା ଅତିକ୍ରମ କରିସାରିଛି। ତଥାପି ଆଜି ସୁନା ମୂଲ୍ୟରେ ହ୍ରାସ ଘଟିଛି।
ଇଣ୍ଡିଆନ୍ ବୁଲିୟନ୍ ଆସୋସିଏସନ୍ ଅନୁଯାୟୀ, ଆଜି, ସେପ୍ଟେମ୍ବର 25 ତାରିଖରେ ଦେଶରେ ସୁନା 113,120 ଟଙ୍କା ପ୍ରତି 10 ଗ୍ରାମ ବିକ୍ରି ହେଉଛି। ଗୋଟିଏ ଦିନ ପୂର୍ବରୁ ଏହାର ମୂଲ୍ୟ ପ୍ରତି 10 ଗ୍ରାମ 1,14,360 ଟଙ୍କା ଥିଲା।