Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ
ଆଜିର ଖବର

ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ

September 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odia Virtual Academy's discussion on Jagannath consciousness
Odia Virtual Academy's discussion on Jagannath consciousness

 

ଭୁବନେଶ୍ଵର: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପରିସରରେ ଗୁରୁବାର ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ତତ୍ତ୍ଵର ବିଭିନ୍ନ ଦିଗ ଉପରେ ବିଶିଷ୍ଟ ବ୍ୟକ୍ତିମାନେ ଆଲୋକପାତ କରିଥିଲେ। ଆଧ୍ୟାତ୍ମିକତା, ବିଶେଷକରି ଜଗନ୍ନାଥ ଚେତନା ପ୍ରତି ଭବିଷ୍ୟତ ପିଢ଼ିକୁ ଆକୃଷ୍ଟ କରିବା ଏବଂ ଓଡ଼ିଆ ଡାଟାସେଟ ପ୍ରସ୍ତୁତ କରି ଇଣ୍ଟର୍ନେଟ୍ରେ ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଜଗନ୍ନାଥ ତତ୍ତ୍ଵର କ୍ରମବିକାଶ, ନବକଳେବର, ତିନି ଠାକୁରଙ୍କ ବେଶ, ଛପନ ଭୋଗ ଓ ଶ୍ରୀ ମହାପ୍ରସାଦ, ଜଗନ୍ନାଥ ତତ୍ତ୍ଵରେ ଆୟୁର୍ବେଦ, ରଥ ନିର୍ମାଣ ଓ ପ୍ରତିଷ୍ଠା ପଦ୍ଧତି, ରଥଯାତ୍ରା ଓ ବିଭିନ୍ନ ପର୍ବପର୍ବାଣୀ, ଶ୍ରୀମନ୍ଦିରର ଇତିହାସ, ମନ୍ଦିରର କଳା ଓ ଭାସ୍କର୍ଯ୍ୟ, ଠାକୁରମାନଙ୍କର ଦୈନିକ ଓ ସ୍ଵତନ୍ତ୍ର ନୀତିକାନ୍ତି, ସେବା ଓ ସେବକ ପରମ୍ପରା, ବିବିଧ ମତବାଦ ଓ ଶ୍ରୀ ଜଗନ୍ନାଥ, ଶ୍ରୀକ୍ଷେତ୍ର ମାହାତ୍ମ୍ୟ, ମହାପ୍ରଭୁମାନଙ୍କର ଗୋପ୍ୟଲୀଳା କ୍ଷେତ୍ର, ବିଶ୍ଵବ୍ୟାପୀ ଶ୍ରୀ ଜଗନ୍ନାଥ, ଓଡ଼ିଆ ସାହିତ୍ୟ ଓ ଶ୍ରୀ ଶ୍ରୀ ଜଗନ୍ନାଥ, ସଂସ୍କୃତ ସାହିତ୍ୟ ଓ ଶ୍ରୀ ଜଗନ୍ନାଥ, ମଠ ସଂସ୍କୃତି ଓ ଜଗନ୍ନାଥ, ନୃତ୍ୟ-ସଙ୍ଗୀତ ପରମ୍ପରାରେ ଶ୍ରୀ ଜଗନ୍ନାଥ, କଳା ଓ ଶିଳ୍ପରେ ଶ୍ରୀ ଜଗନ୍ନାଥ, ଜଗନ୍ନାଥ ଜଣାଣ ଓ ଭଜନ, ଶ୍ରୀ ଜଗନ୍ନାଥ ଭକ୍ତ ଚରିତ ଇତ୍ୟାଦି ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଆଲୋଚନାରେ ସର୍ବଶ୍ରୀ ପ୍ରଫେସର ଗୋପାଳକୃଷ୍ଣ ଦାଶ, ଜୟନ୍ତ କୁମାର ଶତପଥୀ, ରମାକାନ୍ତ ମିଶ୍ର, ଡା. କୃଷ୍ଣକେଶବ ଷଡ଼ଙ୍ଗୀ, ହରିହର ତ୍ରିପାଠୀ, ପ୍ରଫେସର ବୈଦ୍ୟ ଡ. ଗୋପାଳ ନନ୍ଦ ଏବଂ ପ୍ରଫେସର ସୁବାସ ଚନ୍ଦ୍ର ଦାଶ ଆଲୋଚନାରେ ଅଂଶଗ୍ରହଣ କରି ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ୍ କୁମାର ଦେବ ଉପସ୍ଥିତ ଅତିଥି-ଆଲୋଚକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପରିଶେଷରେ ଓଡ଼ିଆ ଭର୍ଚୁଆଲ ଏକାଡେମୀର ସମ୍ପାଦକ ତଥା ଓକାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଦୀପ କୁମାର ରାଉତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ତାଙ୍କର ବହୁମୂଲ୍ୟ ସମୟ ଓ ମୂଲ୍ୟବାନ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

Jagannath consciousness Odia Virtual Academy ଜଗନ୍ନାଥ ଚେତନା
Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳି ପାଇଁ ରେଳବାଇର ଘୋଷଣା, ପୁରୀ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍

October 16, 2025

ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

October 16, 2025

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ସୁପାରିଶକୁ ନୀତା ଅମ୍ବାନୀଙ୍କ ସ୍ଵାଗତ

October 16, 2025

ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

October 16, 2025
Latest News

ଆନ୍ଧ୍ରରେ ପ୍ରଧାନମନ୍ତ୍ରୀ ମୋଦି, ଭେଟି ଦେଲେ ୧୩,୪୩୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ

October 16, 2025

ଦୀପାବଳି ପାଇଁ ରେଳବାଇର ଘୋଷଣା, ପୁରୀ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍

October 16, 2025

ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

October 16, 2025

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ସୁପାରିଶକୁ ନୀତା ଅମ୍ବାନୀଙ୍କ ସ୍ଵାଗତ

October 16, 2025

ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

October 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.