Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ର ଗଠନ ପ୍ରକ୍ରୀୟା ଶ୍ରେଣୀ ଗୃହରୁ ହିଁ ଆରମ୍ଭ ହୋଇଥାଏ: ପୂର୍ବତନ ମୁଖ୍ୟ ବିଚାରପତି
ଆଜିର ଖବର

ରାଷ୍ଟ୍ର ଗଠନ ପ୍ରକ୍ରୀୟା ଶ୍ରେଣୀ ଗୃହରୁ ହିଁ ଆରମ୍ଭ ହୋଇଥାଏ: ପୂର୍ବତନ ମୁଖ୍ୟ ବିଚାରପତି

September 27, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତନ ମୁଖ୍ୟ ବିଚାରପତି
ପୂର୍ବତନ ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଆଗେଇ ଚାଲିଥିବା ବେଳେ ଦେଶ ସମ୍ମୁଖରେ ଏବେ ବି ଅନେକ ଆହ୍ୱାନ ରହିଛି ବୋଲି ଶୁକ୍ରବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଗୋପାଳ ବଲ୍ଳଭ ପଟ୍ଟନାୟକ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶିକ୍ଷା ଓ ଅନୁସନ୍ଧାନ ବକ୍ତୃତା ପ୍ରଦାନ କରିବା ଅବସରରେ ନ୍ୟାୟମୂର୍ତୀ ପଟ୍ଟନାୟକ କର୍ମ ଯୋଗାଣରେ ବୃଦ୍ଧି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବା ଉପରେ ଦେଶକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମନ୍ତବ୍ୟ ଦେବା ସହ ଡିଜିଟାଲ ଟେକ୍ନୋଲଜିକୁ ଅଧିକ ପ୍ରସାରିତ କରିବାକୁ ହେବ ବୋଲି କହିଥିଲେ।

ଭାରତ ଏକ ବିକଶିତ ଦେଶ ହୋଇପାରିବ କି ନାହିଁ ତାହା ବର୍ତ୍ତମାନ ପ୍ରଶ୍ନ ନୁହେଁ। ଆମେ ଏଥି ନିମନ୍ତେ କିପରି ଆବଶ୍ୟକୀୟ ପ୍ରଚେଷ୍ଟା କରିପାରିବା ତାହା ଗୁରୁତ୍ୱ ରଖେ ବୋଲି ସେ କହିଥିଲେ।

ଯଦିଓ ଭାରତର ଭିତ୍ତିଭୂମି ବୃଦ୍ଧି ପାଉଛି, ଡିଜିଟାଲ୍ ଟେକ୍ନୋଲଜି ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରୁଛି ଏବଂ ବୈଜ୍ଞାନିକ ସଫଳତା ଶିଖର ଛୁଇଁଛି ତଥାପି ଆମକୁ ବୃହତର ଚିତ୍ରକୁ ଗୁରୁତ୍ୱ ଦେବାକୁ ପଡ଼ିବ।

ଭାରତର ଭବିଷ୍ୟତ କେବଳ ସଂସଦ କିମ୍ବା ନୀତି ନିର୍ଦ୍ଧାରଣରେ ସୀମିତ ନୁହେଁ ବରଂ ଏହା ଶ୍ରେଣୀ ଗୃହ, ଲାବୋରେଟୋରୀ, ବିଚାରାଳୟ, ଡାକ୍ତରଖାନା, ଗ୍ରାମ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକରେ ସନ୍ନିହିତ ଅଟେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୁପ୍ରିମ୍ କୋର୍ଟ ଅଫ୍ ଇଣ୍ଡିଆର ପୂର୍ବତନ ବିଚାରପତି ଏବଂ ଦେଶର ପ୍ରଥମ ଲୋକପାଳ ନ୍ୟାୟମୂର୍ତ୍ତି ପିନାକୀ ଚନ୍ଦ୍ର ଘୋଷ ମଧ୍ୟ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ।

‘ଷ୍ଟୁଡେଂଟସ ଆଜ ନ୍ୟାସ୍‌ନ ବିଲ୍ଡର -ଦ ପାୱାର ଅଫ୍ ୟଙ୍ଗ ମାଇଣ୍ଡ ଇନ୍ ସେପିଙ୍ଗ ଦ ଫ୍ୟୁଚର’ (ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା- ଭବିଷ୍ୟତ ନିର୍ମାଣରେ ଯୁବଶକ୍ତି) ଶୀର୍ଷକ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ଅବସରରେ ନ୍ୟାୟମୂର୍ତୀ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା କେବଳ ପରୀକ୍ଷାର ମାର୍କ, ଡିଗ୍ରୀ କିମ୍ବା ପ୍ଲେସମେଂଟରେ ସୀମିତ ନୁହେଁ ମାତ୍ର ଏହା ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ଳେଷଣାତ୍ମକ ବିଚାରର ବିକାଶ, ନିଜ ଦାୟିତ୍ୱକୁ ହୃଦୟଙ୍ଗମ କରିବା ଏବଂ ସଠିକ ଚିନ୍ତା ନେଇ ଛିଡ଼ା ହେବାର ମାର୍ଗ।

ଛାତ୍ରଛାତ୍ରୀମାନଙ୍କୁ ସେ କହିଥିଲେ ଯେ କ୍ଲାସ୍ ରୁମ୍‌ରୁ ହିଁ ରାଷ୍ଟ୍ର ଗଠନର ଆରମ୍ଭ ହୋଇଥାଏ। ଦେଶ କଂକ୍ରିଟରେ ନୁହେଁ ଚରିତ୍ର ଦ୍ୱାରା ଗଠନ ହୋଇଥାଏ ବୋଲି ସେ କହିଥିଲେ।

ଭାରତରେ ମୂଲ୍ୟବୋଧ ବିହୀନ ଟପ୍ପରମାନଙ୍କର ଆବଶ୍ୟକତା ନାହିଁ ବରଂ ସଚ୍ଚୋଟ ସରକାରୀ ଅଧିକାରୀ, କରୁଣାମୟ ଡାକ୍ତର, ନୈତିକ ମୂଲ୍ୟବୋଧ ଥିବା ଆଇନଜୀବି, ସାହସୀ ସାମ୍ବାଦିକ, ଦାୟିତ୍ୱବାନ ବୈଜ୍ଞାନିକ ଏବଂ ସଚ୍ଚୋଟ ନୀତିନିର୍ଦ୍ଧାରକଙ୍କର ଆବଶ୍ୟକତା ରହିଛି ବୋଲି ନ୍ୟାୟମୂର୍ତୀ ପଟ୍ଟନାୟକ କହିଥିଲେ।

ଛାତ୍ରଛାତ୍ରୀ ଭାବେ ନିଜ ଚରିତ୍ରକୁ ଏଭଳି ବଳିଷ୍ଠ କରିବା ଦରକାର ଯାହା ଫଳରେ ଭବିଷ୍ୟତରେ ବୃତିଗତ ଜୀବନରେ କେବେ ବି ପରିବର୍ତନ ହେବ ନାହିଁ ବୋଲି ଉପଦେଶ ଦେବା ସହ ନିଜ ଶିକ୍ଷକ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ବିକଶିତ ରାଷ୍ଟ୍ର ଗଠନ କ୍ଷେତ୍ରରେ ଏହି ମହାନ ଦେଶର ପ୍ରତ୍ୟେକ ନାଗରିକଙ୍କର ଭୂମିକା ରହିଛି ବୋଲି ନ୍ୟାୟମୂର୍ତ୍ତି ପଟ୍ଟନାୟକ କହିଥିଲେ।

ସୋଆ ଅଡିଟୋରିୟମ୍‌ରେ ଉପସ୍ଥିତ ଥିବା ଆଇନ୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଜଷ୍ଟିସ୍ ପଟ୍ଟନାୟକ କହିଥିଲେ ଯେ ଆଇନ ସେମାନଙ୍କ ପାଇଁ କେବଳ ଏକ ବୃତି ନ ହୋଇ ଏକ ନୈତିକ ଦାୟିତ୍ୱ ଅଟେ ଯାହାକି ଜନସାଧାରଣଙ୍କ ଅଧିକାର ଓ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇପାରିବ।

ଆଇନ ଛାତ୍ରଛାତ୍ରୀମାନେ ସମ୍ବିଧାନର ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବା ସହ ନିଷ୍ପେସିତଙ୍କ ସ୍ୱର ହେବା ଉଚିତ୍ ବୋଲି କହିବା ସହ ଜଣେ ଭଲ ଆଇନଜୀବି ଆଇନ୍‌କୁ ଜାଣିଥିବା ବେଳେ ଜଣେ ମହାନ ଆଇନଜୀବି ନ୍ୟାୟକୁ ବୁଝିଥାଏ ବୋଲି ସେ କହିଥିଲେ।

ନ୍ୟାୟମୂର୍ତ୍ତି ପଟ୍ଟନାୟକ ଶିକ୍ଷା ଓ ଅନୁସନ୍ଧାନକୁ ପ୍ରଶଂସା କରି ଏହି ଅନୁଷ୍ଠାନ ଉତ୍କର୍ଷତାର ଏକ ପ୍ରତୀକ ବୋଲି କହିବା ସହ ଏହାର ସମସ୍ତ ଶ୍ରେୟ ସୋଆର ପ୍ରତିଷ୍ଠାତା ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ଦେଇଥିଲେ। ପ୍ରଫେସର ନାୟକଙ୍କର ଦୂରଦର୍ଶିତା ଏବଂ ଅଦମ୍ୟ ଉଦ୍ୟମ ଯୋଗୁଁ ହିଁ ଏଭଳି ଅସାଧାରଣ ଅନୁଷ୍ଠାନ ଗଢ଼ି ଉଠିଛି ବୋଲି ସେ କହିଥିଲେ।

ଏହି ଅବସରରେ ନ୍ୟାୟମୂର୍ତୀ ଘୋଷ ଭାରତୀୟ ସମ୍ବିଧାନର ମୌଳିକ ଢ଼ାଂଚା ଏବଂ ସମ୍ବିଧାନକୁ ରକ୍ଷା କରିବା ଦିଗରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ।

ସମ୍ବିଧାନର ମୌଳିକ ଢ଼ାଂଚାକୁ ନେଇ ଭାରତର ସୁପ୍ରିମକୋର୍ଟ ୧୯୭୩ ମସିହାରେ ଐତିହାସିକ କେଶବାନନ୍ଦ ଭାରତୀ ମାମଲାର ରାୟ ମାଧ୍ୟମରେ ଆଇନର ଶାସନ, ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ନ୍ୟାୟପାଳିକାର ସ୍ୱତନ୍ତ୍ରତାର ପ୍ରାଧାନ୍ୟକୁ ସ୍ଥାପନ କରିଥିଲେ।

ନ୍ୟାୟମୂର୍ତ୍ତି ଘୋଷ କହିଥିଲେ ଯେ ୧୩ ଜଣ ବିଚାରପତିଙ୍କୁ ନେଇ ଗଠିତ ସବୁଠାରୁ ବଡ଼ ସାମ୍ବିଧାନିକ ବେଂଚ ଏହି କେସ୍‌ର ଶୁଣାଣୀ କରିବା ସହ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ସମ୍ବିଧାନର ସଂଶୋଧନ ଦ୍ୱାରା ଏହାର ମୂଳ ତତ୍ୱର ପରିବର୍ତନ କରାଯାଇପାରିବ ନାହିଁ ଯଦ୍ୱାରା ମୌଳିକ ଅଧିକାରର ସୁରକ୍ଷା ବଳବତର ରହିବ। ଏହାକୁ ନେଇ କେହି ବ୍ୟକ୍ତି ପ୍ରଶ୍ନ ଉଠାଇ ପାରନ୍ତି କିନ୍ତୁ ଆମେ ଏହି ସିଦ୍ଧାନ୍ତକୁ ସମ୍ମାନ ଦେବା ଉଚିତ୍ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ନୀତା ମହାନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦୁଇ ପୂର୍ବତନ ବିଚାରପତିଙ୍କୁ ସ୍ୱାଗତ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର (ଡକ୍ଟର) ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଗୋପାଳ ବଲ୍ଳଭ ପଟ୍ଟନାୟକ ପୂର୍ବତନ ମୁଖ୍ୟ ବିଚାରପତି ବିକଶିତ ରାଷ୍ଟ୍ର ରାଷ୍ଟ୍ର ଗଠନ ପ୍ରକ୍ରୀୟା ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.