କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଏହି ମଧ୍ୟସ୍ଥତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ଟ୍ରମ୍ପ୍। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ସହ ପୂର୍ବରୁ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି ବୋଲି କହିଛନ୍ତି ଟ୍ରମ୍ପ୍ । ତେବେ କାଶ୍ମୀର ପ୍ରସଙ୍ଗରେ ଭାରତ ଟ୍ରମ୍ପ୍ଙ୍କ ପ୍ରସ୍ତାବକୁ ପୂର୍ବରୁ ଖଣ୍ଡନ କରି ସାରିଛି । ଏହା ଏକ ଦ୍ବିପାକ୍ଷିକ ପ୍ରସଙ୍ଗ । ଏବଂ ଆତଙ୍କବାଦୀର ମୂଳୋତ୍ପାଟନ ହେଲେ ହିଁ କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆଲୋଚାନ ହେବ ବୋଲି ଭାରତ ପୂର୍ବରୁ ସ୍ପଷ୍ଟ କରି ସାରିଛି । ଟ୍ରମ୍ପ୍ ଏକଥା ମଧ୍ୟ କହିଛନ୍ତି ଯେ, ଯଦି ଭାରତ ଚାହିଁବ ତେବେ ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛନ୍ତି । ଭାରତ କି ପାକିସ୍ତାନ ଦୁଇ ଦେଶ ମଧ୍ୟରୁ କେହି ବି ଟ୍ରମ୍ପ୍କୁ ମଧ୍ୟସ୍ଥତା ପ୍ରସ୍ତାବ ଦେଇନାହାନ୍ତି । ଟ୍ରମ୍ପ୍ ନିଜ ତରଫରୁ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।