ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ କୋରକୋଣ୍ଡା ଓ ଏମ୍ଭି-୩୬ ପୋଲ ଉପରେ ୫ ଫୁଟ୍ର ପାଣି ପ୍ରଭାବିତ ହେଉଛି। ତେଣୁ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିଯୋଗୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। କୋରକୁଣ୍ଡା, ଏମ୍ଭି ୯୬ ଓ ଏମ୍ଭି ୩୭ ପୋଲ ଉପରେ ପାଣି ଚାଲିଥିବାବେଳେ ବାଲିମେଳା-ମାଲକାନଗିରି ଓ କାଲିମେଳା-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ୨୯ ତାରିଖରେ ଜିଲ୍ଲାରେ ଲଗାଣ ବର୍ଷା ହୋଇଥିବାରୁ ବନ୍ୟା ସ୍ଥିତି ଉପୁଜିଥିଲା। ବର୍ଷା ଯୋଗୁ ପୋଟେରୁ, କାଙ୍କୋରକୋଣ୍ଡା, କନ୍ୟାଶ୍ରମ, ଏମ୍ଭି ୯୦ ଓ କୋରକୁଣ୍ଡା ଭଳି ସ୍ଥାନରେ ଥିବା ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହୋଇଥିଲା। ତେଣୁ ମାଲକାନଗିରି-କାଲିମେଳା, କାଲିମେଳା-ପଡିଆ, କାଲିମେଳା-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପୋଲ ଉପରେ ପାଣି ପ୍ରଭାବିତ ହୋଇଥିବାରୁ ଉଭୟ ପଟେ ଗାଡ଼ି ମୋଟର ଅଟକି ରହିଥିଲା।