ତାମିଲ୍ ଫିଲ୍ମ କତ୍ଥୀର ହିନ୍ଦି ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର । କିଛିଦିନ ପୂର୍ବରୁ ଅଜିତ କୁମାରଙ୍କ ବୀରମ୍ ର ହିନ୍ଦି ରିମେକ୍ ସମ୍ପର୍କରେ ଘୋଷଣା କରିଥିବା ଅକ୍ଷୟ ଏ ଆର ମୁରୁଗାଦୋସଙ୍କ କତ୍ଥୀରେ ନଜର ଆସିବେ ବୋଲି ଜଣାପଡିଛି । ମିଶନ ମଙ୍ଗଲର ନିର୍ଦ୍ଦେଶକ ଜଗନ ଶକ୍ତି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମର ନାମ ଇକ୍କା ରହିବା ନେଇ ଅକ୍ଷୟ ସ୍ପଷ୍ଟ କରିଛନ୍ତି । ଏହି ଫିଲ୍ମଟି ଉଭୟ ତାମିଲ ଏବଂ ତେଲୁଗୁରେ ନିର୍ମିତ ହୋଇଥିବା ବେଳେ ଫିଲ୍ମଟି ବ୍ଲକ୍ବଷ୍ଟର ରହିଥିଲା । ମିଶନ ମଙ୍ଗଲ ରିଲିଜ୍ ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ଜଗନ ଶକ୍ତି ସୂଚନା ଦେଇଛନ୍ତି । ମିଶନ ମଙ୍ଗଲରେ ଅକ୍ଷୟଙ୍କ ବ୍ୟତିତ ବିଦ୍ୟା ବାଲାନ, ତାପସୀ ପାନ୍ନୁ, କୀର୍ତ୍ତୀ କୁହ୍ଲାରୀ, ସୋନାକ୍ଷୀ ସିହ୍ନା, ନିତ୍ୟା ମେନେନ ଏବଂ ଶର୍ମନ ଯୋଶୀ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି ।