ପୁଣି ବିବାଦରେ ରସଗୋଲା । ଓଡ଼ିଶାକୁ ରସଗୋଲା ଜିଆଇ ମାନ୍ୟତା ମିଳିଥିବା ବେଳେ ଏହା ପୂର୍ବରୁ ପଶ୍ଚିମବଙ୍ଗକୁ ମଧ୍ୟ ମିଳିଥିଲା । ଯାହାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି । ଦୀର୍ଘ ଦିନରୁ ରସଗୋଲାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଥିଲା । ପଶ୍ଚିମବଙ୍ଗ ଓ ଓଡ଼ିଶା ରସଗୋଲାକୁ ନିଜର ବୋଲି ଦାବୀ କରୁଥିଲେ । ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପୂର୍ବରୁ ପଶ୍ଚିମବଙ୍ଗକୁ ମଧ୍ୟ ଜିଆଇ ଟ୍ୟାଗ ମିଳିଥିଲା । ଏହା ଉପରେ ଓଡ଼ିଶା ପକ୍ଷରୁ ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ପଶ୍ଚିମବଙ୍ଗ ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ ରଦ୍ଦ ପାଇଁ ସେ ଆବେଦନ କରିଥିଲେ । ତେଣୁ ପଶ୍ଚିମବଙ୍ଗକୁ ମିଳିଥିବା ଜିଆଇ ଟ୍ୟାଗ ବିରୋଧରେ ଶୁଣାଣି ହେବ । ପଶ୍ଚିମବଙ୍ଗ ସରକାରଙ୍କ ୨ଟି ବିଭାଗକୁ ଜିଆଇ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ସେପ୍ଟେମ୍ବର ୬ରେ ଶୁଣାଣୀ କରାଯିବା ନେଇ ଜିଆଇ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।