ନ୍ୟାସନାଲ୍ ମେଡ଼ିକାଲ୍ କମିଶନ (ଏନ୍ଏମ୍ସି) ବିଲ୍ ବିରୋଧରେ ସାରା ଦେଶରେ ଚାଲିଛି ଡାକ୍ତରଙ୍କ ଧାରଣା । ଦିଲ୍ଲୀର ଏକ ଡାକ୍ତରଙ୍କ ପ୍ରତିନିଧିଦଳ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରରେ ହର୍ଷବର୍ଦ୍ଧନ ମୁଖ୍ୟ ଡାକ୍ତରଙ୍କ ସହ ଆଲୋଚନା କରି ଏହି ବିଲ୍ର କିଛି ନିୟମର ଥିବା ଦ୍ବନ୍ଦ୍ବକୁ ଦୂର କରିବା ସହ ଦେଶ ଓ ରୋଗୀଙ୍କ ହିତ ପାଇଁ ଡାକ୍ତରଙ୍କ ଆନ୍ଦୋଳନକୁ ପ୍ରତ୍ୟାହୃତ କରିବା ପାଇଁ ଅପିଲ୍ କରିଛନ୍ତି । ଏନ୍ଏମ୍ସି ବିଲ୍ ବିରୋଧରେ ଡାକ୍ତରଙ୍କ ଧାରଣା ପ୍ରଦର୍ଶନ ଆଜି ତୃତୀୟ ଦିନରେ ପହଞ୍ଚିଛି । ଗୁରୁବାର ଦିନ ମୋଦି ସରକାର ରାଜ୍ୟସଭାରେ ଏନ୍ଏମ୍ସି ବିଲ୍କୁ ପାସ୍ କରାଇଥିଲେ । ପୂର୍ବରୁ ଏହା ଜୁଲାଇ ୨୯ ତାରିଖରେ ଲୋକସଭାରେ ପାସ୍ ହୋଇଥିଲା ।