ଆଜି ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣୀ କରିଛନ୍ତି । ମାମଲାରେ ପକ୍ଷଭୂକ୍ତ ହେବାକୁ ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଶଙ୍କରାଚାର୍ଯ୍ୟ ଏଥିରେ ପକ୍ଷଭୂକ୍ତ ହୋଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । କିନ୍ତୁ ସେ ଚାହିଁଲେ ଏହି ପ୍ରସଙ୍ଗରେ ନିଜର ମତାମତ ଦେଇ ପାରିବେ । ଏହାକୁ କୋର୍ଟ ଉପଯୁକ୍ତ ମନେ କଲେ ଗ୍ରହଣ କରିବେ । ଏହି ମାମଲାର ଶୁଣାଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇଲେ ସୁପ୍ରିମ୍କୋର୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓକିଲ ଶ୍ବେତକେତୁ ମିଶ୍ର ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି ।