ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ୪ ସପ୍ତାହରେ ଏହି ମାମଲାର ତଦନ୍ତ ସାରି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ଏସ୍ଆଇଟି ତଦନ୍ତ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ହାଇକୋର୍ଟ । ପୋଲିସ୍ ରିପୋର୍ଟରେ ସନ୍ତୁଷ୍ଟ ନ ହେଲେ ଏସ୍ଆଇଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି କୋର୍ଟ । କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ନେଇ ଏସ୍ଆଇଟି ପ୍ରସ୍ତାବ ଦେଇଛନ୍ତି କୋର୍ଟ । ସେପ୍ଟେମ୍ବର ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ମୂଷାଗୁଡ଼ାର ଜଣେ ନବମ ଶ୍ରେଣୀର ଛାତ୍ରୀ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ । ସେଠାରୁ ସେ କାମ ସାରି ଫେରୁଥିବା ବେଳେ ଖାନ୍ଦା ଘାଟିର ୪ଜଣ ଯବାନ ତାଙ୍କୁ ଗଣବଳାତ୍କାର କରିଥିଲେ ।