ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦ ମାମଲାର ଆଜି ଶୁଣାଣି ହୋଇଛି । ଗତକାଲି ଏହି ସମ୍ପର୍କିତ ମଧ୍ୟସ୍ଥତା କମିଟି ରିପୋର୍ଟ ଦାଖଲ ହୋଇଥିଲା । ଆଜି ଏହି ରିପୋର୍ଟ ଉପରେ ସୁପ୍ରିମ୍କୋର୍ଟ ଶୁଣାଣି କରିଛନ୍ତି । ଆଲୋଚନା ମାଧ୍ୟମରେ ମାମଲାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟି ସ୍ଥାପନ କରିଥିଲେ । କିନ୍ତୁ ମଧ୍ୟସ୍ଥତା କମିଟିରେ ମଧ୍ୟ ଏହି ସମ୍ବନ୍ଧୀୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଅଯୋଧ୍ୟା ମାମଲାର ଶୁଣାଣି ଆସନ୍ତା ୬ ତାରିଖରୁ ଓପନ୍ କୋର୍ଟରେ ଦୖେନିକ ଶୁଣାଣି କରାଯିବ ବୋଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ରଂଜନ ଗୋଗେଇ କହିଛନ୍ତି ଯେ, ଏହି ମାମଲାରେ ବିଭିନ୍ନ ଦିଗକୁ ଧ୍ୟାନ ଦିଆଯିବ । ଏହି ମାମଲାକୁ ଆଲୋଚନା ବା ସହମତି ଭିତ୍ତିରେ ସମାଧାନ କରିବା ପାଇଁ ତିନିଜଣିଆ ମଧ୍ୟସ୍ଥତା କମିଟି ଗଠନ କରାଯାଇଥିଲା । କିନ୍ତୁ ଏହି ପ୍ରୟାସ ବିଫଳ ହୋଇଛି ।