ଭୁବନେଶ୍ବର: କଟକରେ ଆଜି ରାତି 10ଟାରୁ ଲାଗୁ ହେଲା କର୍ଫ୍ୟୁ। ଏ ନେଇ କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି। ଏହି କର୍ଫ୍ୟୁ ଆସନ୍ତା 36 ଘଣ୍ଟା ପାଇଁ ଲାଗୁ ହେଲା ବୋଲି କହିଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ। କଟକ ଭସାଣୀ ବେଳେ ଯେଉଁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ତାହା ଧିରେଧିରେ ଉତ୍ତେଜନା ଆଡକୁ ଗତି କରୁଥିବାରୁ ପୋଲିସ ତରଫରୁ ଏହି ବଡ ପଦକ୍ଷେପ ଗ୍ରହଣ କରାଯାଇଛି।
ତେବେ ପୋଲିସ ସୂଚନା ଅନୁସାରେ କଟକର ଦରଘା ବଜାର, ଲାଲବାଗ, ମର୍କତ ନଗର, ମଙ୍ଗଳାବାଗ, ପୁରୀଘାଟ, ବିଡାନାସୀ, ସିଡିଏ ଫେଜ-2, ଦରଘାବଜାର, ମାଲଗୋଦାମ, କ୍ୟାଣ୍ଟନମେଣ୍ଟ, ଜଗତପୁର, ବୟାଳିଶମୌଜା, ବାଦମବାଡି, ସଦରଥାନା ପ୍ରଭୃତି ଅଞ୍ଚଳରେ ଏହି କର୍ଫ୍ୟୁ ଲାଗୁ କରାଯାଇଛି। ଏହି ଅଞ୍ଚଳରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଛି। ତେବେ ଏହି କର୍ଫ୍ୟୁ ସମୟରେ ଜରୁରୀ ସେବାକୁ ବନ୍ଦ କରାଯାଇ ନାହିଁ ବୋଲି ପୋଲିସ ତରଫରୁ କୁହାଯାଇଛି। ସେହିପରି ଅଫିସ ଏବଂ ସ୍କୁଲ ଖୋଲା ରହିବ ବୋଲି ଘୋଷଣା କରାଯାଇଛି।
ଭସାଣୀ ଦିନ ମଧ୍ୟରାତ୍ରୀରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଫଳରେ ଦୁଇଗୋଷ୍ଠୀ ମାଡପିଟି ଯୋଗୁଁ ବହୁ ଲୋକ ଆହତ ହୋଇଛନ୍ତି। ତେବେ ଏହି ହିଂସାକାଣ୍ଡ ଥମିବା ପରିବର୍ତ୍ତି ବଢିବାରେ ଲାଗିଲା। ଫଳରେ ପୋଲିସ ତରଫରୁ କର୍ଫ୍ୟୁ ଜାରୀ କରାଯାଇଛି।
HSBC India Opens Hyderabad HiTec City Branch for Affluent Clients