ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଟଳିଯାଇଛି। ଚୀନ ସାଗରରେ ବାତ୍ୟା ଯୋଗୁଁ ଲଘୁଚାପ ଅପସରିଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ଏହି ସୂଚନା ମିଳିଛି । ଲଘୁଚାପ ଟଳିଥିବାରୁ ଏବେ ଓଡ଼ିଶାରେ ବଡ଼ ବର୍ଷା ହେବନି। କାଁଭାଁ ବର୍ଷା ଲାଗି ରହିଲେ ବି ଚାଷକୁ ସୁହାଇଲା ଭଳି ବର୍ଷା ହେବନି। ତେବେ ପୁଣି ଥରେ ୭/୮ ଦିନ ପରେ ଲଘୁଚାପ ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ପୂର୍ବରୁ ଅଗଷ୍ଟ ୪ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଥିଲା। ସାରା ରାଜ୍ୟରେ ୧୯ ପ୍ରତିଶତ କମ ବର୍ଷା ହୋଇଛି, ଜୁନ୍ ମାସରୁ ଆଜି ଯାଏ ହୋଇଛି ୧୯% କମ ବର୍ଷା ହୋଇ