ଓଡ଼ିଶା ଫେରିବେ ଜଗା କାଳିଆ । ଦିଲ୍ଲୀ ଏମ୍ସରୁ କଟକ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ତେବେ ଦୁହିଁଙ୍କର ଚିକିତ୍ସା ଏସ୍ସିବିର ନ୍ୟୁରୋ ସର୍ଜରୀ ବିଭାଗରେ ହେବ । ତେବେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ପାଇଁ ଯୋଜନା ରହିଥିଲା । କିନ୍ତୁ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ ଏଥିରେ ରାଜିନୁହଁନ୍ତି ବୋଲି କହିଛନ୍ତି ସ୍ବାସ୍ୟ ମନ୍ତ୍ରୀ । ଦୀର୍ଘ ଦୁଇବର୍ଷ ହେଲାଣି ଦିଲ୍ଲୀ ଏମ୍ସରେ ଜଗା କାଳିଆ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀରୁ ଭୁବନେଶ୍ବର ଆସିବାକୁ ଜଗାକାଳିଆଙ୍କ ଅଭିଭାବକ ବ୍ୟସ୍ତ ହୋଇପଡିଛନ୍ତି । କଟକ ଏସ୍ସିବିରେ ଜଗା କାଳିଆ ଚିକିତ୍ସା ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।