ଭୁବନେଶ୍ବର: ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଜି ଆଇନ, ପୁର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଝାଡି ଦେଇଛନ୍ତି। ସେ କହିଛନ୍ତି ଯେ, ମମତା ଓଡିଶା ପ୍ରସଂଗରେ ମୁଣ୍ଡ ପୁରାଇବା ଆବଶ୍ୟକ ନାହିଁ। କଟକର ହିଂସାକାଣ୍ଡକୁ ନେଇ ମମତା ଏକ ସଭାରେ କହିଛନ୍ତି ଯେ, ବର୍ତ୍ତମାନ କଟକ ଜଳୁଛି। ସେଠାରେ ସାଂପ୍ରଦାୟିତାକୁ ବିଜେପି ସରକାର ଉଷୁକାଉଛନ୍ତି। ଏହି ଟିପ୍ପଣୀକୁ ନେଇ କଡା ଭାଷାରେ ସମାଲୋଚନା କରିଛନ୍ତି ମନ୍ତ୍ରୀ ହରିଚନ୍ଦନ।
ସେ କହିଛନ୍ତି ଯେ, ମମତା ନିଜ ରାଜ୍ୟରେ କଣ ଘଟୁଛି ତାହା ହୃଦୟଙ୍କମ କରନ୍ତୁ। ସେଠାରେ କିପରି ହିଂସାକାଣ୍ଡ ହ୍ରାସ ପାଇବ ସେ ନେଇ ଚିନ୍ତା କରନ୍ତୁ। ପ୍ରଥମେ ନିଜ କଥା ବୁଝନ୍ତୁ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି ଯେ, କଟକରେ ଯାହା ଘଟିଲା ତାହା ଏକ ଦୁର୍ଘଟଣା ଥିଲା। ସରକାର ତାହାକୁ ଠିକ ଢଙ୍ଗରେ ମୁକାବିଲା କରୁଛନ୍ତି। ସେଥିପାଇଁ ମମତା ଅଯଥା ମୁଣ୍ଡ ଖେଳାଇବା ଆବଶ୍ୟକ ନାହିଁ ବୋଲି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।