Nuapada Byelection: ଖରିଆର ରୋଡ଼ସ୍ଥିତ ସ୍ୱସ୍ତିକ ହୋଟେଲଠାରେ ଖରିଆର ରୋଡ଼ ଏନଏସସିର କଂଗ୍ରେସ କର୍ମକର୍ତ୍ତାଙ୍କ ସହ ପିସିସି ସଭାପତି ନିର୍ବାଚନକୁ ନେଇ ବିଚାର ବିମର୍ଷ କରିବା ସହ ମନପ୍ରାଣ ଢ଼ାଳି ଏକଜୁଟ ହୋଇ ଘାସିରାମ ମାଝୀଙ୍କୁ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସେଠାରୁ ନୂଆପଡା ଅଭିମୁଖେ ପ୍ରସ୍ଥାନ କରିଥିଲେ । ନୂଆପଡା ଖୁଣ୍ଟିଆ ଭବନଠାରେ ଆୟୋଜିତ କଂଗ୍ରେସର ଏକ ମିଶ୍ରଣ ଏବଂ କର୍ମକର୍ତ୍ତା ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସ ନୂଆପଡା ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ।
ଏହି ସଭାରେ ନୂଆପଡା ଏନଏସସିର ପୂର୍ବତନ ବିଜେଡି ଅଧ୍ୟକ୍ଷ ମହେଶ ନିଆଲ ପିସିସି ସଭାପତି ଶ୍ରୀ ଦାସଙ୍କ ଶୁଭେଚ୍ଛା ଗ୍ରହଣକରି କଂଗ୍ରେସ ଦଳରେ ଯୋଗଦାନ କରିଥିଲେ ।
କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ସଭାପତି ଶ୍ରୀ ଦାସ କହିଲେ ବିଗତ ୨୫ ବର୍ଷ ଧରି ନୂଆପଡା ଠକାମୀର ଶିକାର ହୋଇଛି କିନ୍ତୁ ଆଗକୁ ହେବା ଅସମ୍ଭବ । ଆପଣ ସମସ୍ତେ କଂଗ୍ରେସ ପାଇଁ ପରିଶ୍ରମ କରି ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ନ୍ୟାୟ ଦିଅନ୍ତୁ, ଆପଣଙ୍କୁ ଶ୍ରୀ ମାଝୀ କଂଗ୍ରେସର ପଞ୍ଚସୁତ୍ରୀ ସାମାଜିକ ନ୍ୟାୟ ପ୍ରଦାନ କରିବେ । ମୁଁ ଏମପି ଥିଲାବେଳକୁ କଂଗ୍ରେସ ସମୟରେ ନୂଆପଡା ଏବଂ ଖରିଆରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏକଲବ୍ୟ ସ୍କୁଲ ଏବଂ ଡାକ୍ତରଖାନା ପାଇଁ ଅନୁଦାନ ଗୃହୀତ ହୋଇଥିଲା । ରାୟପୁର ଗୋପାଳପୁର ରାଜପଥ ନିର୍ମାଣ ଆରମ୍ଭ ହୋଇଥିଲା ।
ଆଶ୍ଚର୍ଯ୍ୟ କଥା ଆମେ କାମ କରି ଭୋଟ ପାଉନୁ କିନ୍ତୁ ବିଜେପି ଠକାମୀକରି ଭୋଟ ପାଉଛି । ଆପଣ ଆମ ପାଞ୍ଚ ସାମାଜିକ ନ୍ୟାୟ ଏବଂ କଂଗ୍ରେସ ଅମଳର କାର୍ଯ୍ୟ ଘରେ ଘରେ ପହଞ୍ଚାନ୍ତୁ । ନ୍ୟାୟର ଲଢେଇରେ ସତ୍ୟ ନିଶ୍ଚୟ ବିଜୟ ଲାଭ କରିବ ବୋଲି କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଏହା ସହିତ ବିଭିନ୍ନ ନିର୍ବାଚନ ରଣନୀତି ଉପରେ ଆଲୋକପାତ କରିଥିଲେ ।
ବିଧାୟକ ପ୍ରାର୍ଥୀ ଶ୍ରୀ ମାଝୀ ଜାତୀୟ କଂଗ୍ରେସର ସଭାପତି ମଲ୍କିକାର୍ଜୁନ ଖଡ଼ଗେ, ନେତ୍ରୀ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ, ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ମୋ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସ ପ୍ରାର୍ଥୀ କରିଥିବା ଯୋଗୁଁ କୃତଜ୍ଞତା ପ୍ରକାଶ କରିଥିଲେ । ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱ ଏବଂ ପ୍ରତକ୍ଷ ସହଯୋଗରେ କଂଗ୍ରେସ ପଞ୍ଚସୂତ୍ରୀ ସାମାଜିକ ନ୍ୟାୟ ପ୍ରଦାନ କରିବ ବୋଲି କହିଥିଲେ ।
ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା କର୍ମକର୍ତ୍ତାଙ୍କୁ ନିର୍ବାଚନରେ କିପରି ଆମ ଭୋଟର ନିଶ୍ଚୟ ଭୋଟ କରିବାକୁ ଆସିବେ ଏହା ସୁନିଶ୍ଚିତ କରିବା ସହ ପଞ୍ଚାୟତ ସ୍ତରକୁ ଯାଇ କଂଗ୍ରେସର ବିକାଶ ଏବଂ ଆଦର୍ଶ କାର୍ଯ୍ୟ ଗୁଡିକ କିପରି ପ୍ରଚାର ହେବ ଏହା ଉପରେ ଗୁରୁତ୍ୱାରୋପ କରିବାକୁ ଅନୁରୋଧ କରିଥିଲେ।
Jio Introduces JioBharat Phones with Safety-First Capability at IMC 2025