Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ଵରରେ “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ
ଆଜିର ଖବର

ଭୁବନେଶ୍ଵରରେ “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ

October 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
“One District One Product” Capacity Building Workshop held in Bhubaneswar
“One District One Product” Capacity Building Workshop held in Bhubaneswar

ଭୁବନେଶ୍ଵର: “ଏକ ଜିଲ୍ଲା ଏକ ଉତ୍ପାଦ” (ଓଡିଓପି) ପଦକ୍ଷେପ ଉତ୍ପାଦକଙ୍କ ଜୀବନ-ଜୀବିକାକୁ ସମୃଦ୍ଧ କରୁଛି। ସନ୍ତୁଳିତ ଆଞ୍ଚଳିକ ବିକାଶ ସହ ସମସ୍ତ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏହା ଲକ୍ଷ୍ୟ ରଖିଛି ବୋଲି “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧୀନ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟର୍ ଠାରେ ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଏହା ସହ ସମ୍ପୃକ୍ତ ଅଧିକାରୀମାନଙ୍କ ଜ୍ଞାନ ବୃଦ୍ଧି କରିବା ଏବଂ “ଏକ ଜିଲ୍ଲା ଏକ ଉତ୍ପାଦ” ଇକୋସିଷ୍ଟମ୍ କୁ ଅଧିକ ଶକ୍ତିଶାଳୀ କରିବା।

କାର୍ଯ୍ୟକ୍ରମର ଆରମ୍ଭରେ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରତ୍ୟେକ ଜିଲ୍ଲାର ବିଶେଷ ଉତ୍ପାଦକୁ ଚିହ୍ନଟ କରି ସେଗୁଡିକର ପ୍ରୋତ୍ସାହନ ପାଇଁ ସେ ଗୁରୁତ୍ଵାରୋପ କରିଥିଲେ। ଭୁବନେଶ୍ଵରସ୍ଥିତ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର୍ ଆଞ୍ଚଳିକ ନିର୍ଦ୍ଦେଶିକା ନିମେଶିକା ନଟରାଜନ ରପ୍ତାନି ବୃଦ୍ଧି ଏହାର ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏମପେଡାର ଉପନିର୍ଦ୍ଦେଶକ ଅର୍ଚ୍ଚିମାନ ଲାହିରୀ ସାମୁଦ୍ରିକ ଖାଦ୍ୟର ରପ୍ତାନୀ ସୁଯୋଗ ଉପରେ ଚର୍ଚ୍ଚା କରିଥିଲେ।

କଟକ ମତ୍ସ୍ୟ ଚାଷ ନିର୍ଦ୍ଦେଶାଳୟର ସହାୟକ ନିର୍ଦ୍ଦେଶକ ଜଗଦୀଶ ସାହୁ ମତ୍ସ୍ୟ ଚାଷର ବିକାଶ ଉପରେ ଗୁରୁତ୍ଵ ପ୍ରଦାନ କରିଥିବା ବେଳେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ରାଜ୍ୟ ନିର୍ଦ୍ଦେଶକ ସୁବାଶ ଛେତ୍ରୀ ପାରମ୍ପରିକ ଏବଂ ଗ୍ରାମୀଣ ଶିଳ୍ପର ସମ୍ଭାବନା ସହିତ କ୍ଲଷ୍ଟର ଭିତ୍ତିକ ବିକାଶ ଉପରେ ଆଲୋକପାତ କରିଥିଲେ। ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ରାମ୍ପ୍ ଯୋଜନା ଅଧୀନରେ ଏହି କର୍ମଶାଳା ଆୟୋଜନ ହୋଇଥିଲା। ଏହି କର୍ମଶାଳା ବିଭିନ୍ନ ବିଭାଗ ଏବଂ ସଂସ୍ଥାଗୁଡିକ ମଧ୍ୟରେ ଜ୍ଞାନ ବିନିମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସୃଷ୍ଟି କରିଥିଲା।

ସୂଚନାଯୋଗ୍ୟ, “ଏକ ଜିଲ୍ଲା ଏକ ଉତ୍ପାଦ” ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଉତ୍ପାଦ ଚୟନ, ବ୍ରାଣ୍ଡ ଏବଂ ପ୍ରୋତ୍ସାହିତ କରିବା। ଏହା ସହ ସେମାନଙ୍କର ବଜାର ସୁବିଧା ଉପଲବ୍ଧତା ବୃଦ୍ଧି ଏବଂ ରପ୍ତାନି ସମ୍ଭାବନାକୁ ବଢ଼ାଇବା ପାଇଁ ନିଜ ନିଜ ଯୋଗାଣ ଶୃଙ୍ଖଳାର ସମସ୍ତ ପଏଣ୍ଟରେ ପ୍ରତ୍ୟେକ ମନୋନୀତ ଓଡିଓପି ଉତ୍ପାଦ ସହିତ ଜଡିତ ସମସ୍ୟାର ଚିହ୍ନଟ ଏବଂ ସମାଧାନ କରିବା। ଉତ୍ପାଦକଙ୍କ ଜୀବନକୁ ଉନ୍ନତ କରିବା ଏବଂ ପ୍ରକ୍ରିୟାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ଏକ ଜିଲ୍ଲା ଏକ ଉତ୍ପାଦ ବିକାଶ କର୍ମଶାଳା ଭୁବନେଶ୍ଵର
Share. Facebook Twitter LinkedIn Email WhatsApp Copy Link

Related Posts

୪୯୧ଟି ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

December 25, 2025

କୋଟିଆରେ ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କ ଅନୁପ୍ରବେଶକୁ ଦୃଢ ବିରୋଧ କରାଯିବ: ରାଜସ୍ୱ ମନ୍ତ୍ରୀ

December 25, 2025

ଏସଏଚଜି ସଦସ୍ୟମାନଙ୍କ ସହ ମତ ବିନିମୟ କଲେ ଶିବରାଜ ସିଂହ ଚୌହାନ

December 25, 2025

ବିଶାଖାପାଟଣାରେ ମହାସମାବେଶ ସହିତ ସମାପ୍ତ ହେଲା ପେସା ମହୋତ୍ସବ ୨୦୨୫

December 25, 2025
Latest News

୪୯୧ଟି ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

December 25, 2025

କୋଟିଆରେ ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କ ଅନୁପ୍ରବେଶକୁ ଦୃଢ ବିରୋଧ କରାଯିବ: ରାଜସ୍ୱ ମନ୍ତ୍ରୀ

December 25, 2025

ଏସଏଚଜି ସଦସ୍ୟମାନଙ୍କ ସହ ମତ ବିନିମୟ କଲେ ଶିବରାଜ ସିଂହ ଚୌହାନ

December 25, 2025

ବିଶାଖାପାଟଣାରେ ମହାସମାବେଶ ସହିତ ସମାପ୍ତ ହେଲା ପେସା ମହୋତ୍ସବ ୨୦୨୫

December 25, 2025

ଅଟଳ ଜୟନ୍ତି: ବାଜପେୟୀଙ୍କ ଚୀନ ଗସ୍ତ ଆଉ ପୋଷ୍ଟର ଧରି ଅପେକ୍ଷା କରିଥିବା ସେହି ମହିଳା

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.