Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ନାମରେ ରହଛି ଏକ ମନ୍ଦିର, ଜାଣନ୍ତୁ କେଉଁଠି?
ଆଜିର ଖବର

ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ନାମରେ ରହଛି ଏକ ମନ୍ଦିର, ଜାଣନ୍ତୁ କେଉଁଠି?

October 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ନାମରେ ରହଛି ଏକ ମନ୍ଦିର, ଜାଣନ୍ତୁ କେଉଁଠି?
ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ନାମରେ ରହଛି ଏକ ମନ୍ଦିର, ଜାଣନ୍ତୁ କେଉଁଠି?

କୋଲକାତା: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ୮୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ କୋଲକାତାରେ ଥିବା “ଅମିତାଭ ବଚ୍ଚନ ମନ୍ଦିର”ରେ ଏଥର ମଧ୍ୟ ଧୂମଧାମରେ ଜନ୍ନ ଦିନ ପାଳନ ହୋଇଛି।

ଦକ୍ଷିଣ କୋଲକାତାର ବଲ୍ୟାଗୁଂଗି ଫାରି ନିକଟସ୍ଥ ଏକ ସ୍ଥାନରେ ନିର୍ମାଣ ହୋଇଛି ଏହି “ଅମିତାଭ ବଚ୍ଚନ ମନ୍ଦିର”। ଅମିତାଭଙ୍କ ବହୁ ପ୍ରଶଂସକଙ୍କ ବଦାନ୍ୟରେ ଏହି ମନ୍ଦିର ୨୦୦୧ ମସିହାରେ ନିର୍ମାଣ କରାଯାଇଛି। ଏହି ମନ୍ଦିରରେ ଅମିତାଭ ବଚ୍ଚନଙ୍କ ଏକ ଷ୍ଚାଇଲିସ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ମୂର୍ତ୍ତିଙ୍କୁ ସମସ୍ତେ ଗୁରୁ ବୋଲି ସମ୍ବୋଧନ କରୁଛନ୍ତି।

ଏହି ମନ୍ଦିରରେ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା କରାଯାଇଥାଏ। ମନ୍ଦିର ପରି ଏଠାରେ ମଧ୍ୟ ଭକ୍ତମାନ ଏକଜୁଟ ହୋଇଥାନ୍ତି। ତେବେ ଏହି ଭକ୍ତଙ୍କ ସଂଖ୍ୟା ସୀମିତ। ପ୍ରତ୍ୟେକ ଦିନ ପୂଜା ସହିତ ବିଶେଷ ଦିନରେ ମଧ୍ୟ ବିଶେଷ ପୂଜା ହୋଇଥାଏ। ମୁଖ୍ୟତଃ ତାଙ୍କ ଜନ୍ମ ଦିନଟି ଏହି ମନ୍ଦିରରେ ବେଶ ଧୂମଧାମରେ ପାଳନ କରାଯାଇଥାଏ।

ପ୍ରତିବର୍ଷ ଜନ୍ମଦିନରେ ଏହି ଅମିତାଭ ବଚ୍ଚନ ମନ୍ଦିରରେ ଅନ୍ନ ପୂଜା ମଧ୍ୟ କରାଯାଇଥାଏ। ଏହା ପୂଜା ହେବା ପରେ ଭକ୍ତମାନଙ୍କୁ ଖାଇବା ପାଇଁ ଦିଆଯାଇଥାଏ। ଏହାକୁ ସେମାନେ ପ୍ରସାଦ ବୋଲି କହିଥାନ୍ତି। ବିଗବିଙ୍କ ଜନ୍ମଦିନରେ ସକାଳୁ ପୂଜା ଅର୍ଚ୍ଚନା ସହିତ କେକ କଟା ମଧ୍ୟ ହୋଇଥାଏ। ଏଥିପାଇଁ ମନ୍ଦିରର ସଦସ୍ୟଗଣ ପୂର୍ବରୁ ସବୁ କିଛି ପ୍ରସ୍ତୁତ କରିଥାନ୍ତି। ଏହି କେକ କଟା ମୂର୍ହୁର୍ତ୍ତ ସେମାନଙ୍କ ପାଇଁ ମୁଖ୍ୟ। ସମସ୍ତେ ଏକାଠି ହେବା ପରେ କେକ କଟା ଆରମ୍ଭ ହୋଇଥାଏ। ସମସ୍ତେ ହାପି ବାର୍ଥ ଡେ ଟୁ ଗୁରୁ ବୋଲି କହି ମନ୍ଦିର ପ୍ରକମ୍ପିତ କରିଦିଅନ୍ତି।

ଜନ୍ମଦିନ ସହିତ ଅମିତାଭଙ୍କ କେତେବେଳେ କଣ ହେଲେ ମଧ୍ୟ ଏଠାରେ ପୂଜା ଅର୍ଚ୍ଚନା କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ଯୋଗୁଁ ମନ୍ଦିରରେ ପୂଜା ଅର୍ଚ୍ଚାନକୁ କାଣ୍ଟଛାଣ୍ଟ କରାଯାଇଛି। ନଚେତ ମନ୍ଦିର ପ୍ରତିଷ୍ଠାଠାରୁ ସବୁ ବର୍ଷ ଅକ୍ଟୋବର ୧୧ ତାରିଖ ବେଶ୍ ଧୂମଧାମରେ ପାଳନ କରାଯାଇଥାଏ।

ଅମିତାଭ ବଚ୍ଚନ ମନ୍ଦିର ପ୍ରଖ୍ୟାତ ଅଭିନେତା
Share. Facebook Twitter LinkedIn Email WhatsApp Copy Link

Related Posts

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଦିଲ୍ଲୀରେ ଅବୈଧ ଏଲପିଜି ସିଲିଣ୍ଡର କାରବାର: ବଡ଼ ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 18, 2026

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026
Latest News

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଦିଲ୍ଲୀରେ ଅବୈଧ ଏଲପିଜି ସିଲିଣ୍ଡର କାରବାର: ବଡ଼ ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 18, 2026

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026

ବିଜେପିରେ ଯୋଗଦେଲେ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ: ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.