Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

October 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମ
ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପଶ୍ଚିମ ବଙ୍ଗ ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ବାପାଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ସଂପୃକ୍ତ ପୀଡ଼ିତାଙ୍କ ବାପା ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଅଞ୍ଚଳର ବାସିନ୍ଦା। ମୁଖ୍ୟମନ୍ତ୍ରୀ ସଂପୃକ୍ତ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି ଯେ, ‘ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ’।ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ତାଙ୍କର ( ପୀଡ଼ିତାଙ୍କ ବାପା) ଏ ଘଡିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନ ଯାପନ କରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅପରାଧୀମାନେ ଯେପରି କଠୋର ଦଣ୍ଡ ପାଇବେ ସେଥିପାଇଁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି ବୋଲି ସେ ଜଣାଇଥିଲେ। ଓଡ଼ିଶାର ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗରେ ରହି, ଯାହା ଆଇନଗତ ଏବଂ ଯେ କୌଣସି ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ ବାଲେଶ୍ଵର ର ଏସ.ପି ଙ୍କୁ ଦୁର୍ଗାପୁର ପୋଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Mohan Majhi ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025
Latest News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସ୍ୱତନ୍ତ୍ର: ଜାଣନ୍ତୁ କ’ଣ ରହିଛି ଏହାର ପରମ୍ପରା?

December 16, 2025

ଆଜି ୧୬ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ

December 15, 2025

୨୭ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କ୍ୟାମ୍ପୋରି ଉଦଘାଟିତ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.