ଭୁବନେଶ୍ବର: ଚାଉଳ ନେଇ ଆସିଲା ବଡ ଖବର। ତାହା ହେଲା ଯଦି ଆପଣ ଇ କେୱାସି କରି ନ ଥିବେ ତେବେ ଆର ମାସରୁ ଚାଉଳ ମିଳିପାରିବ ନାହିଁ। ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟିମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ ଗଣମାଧ୍ୟମକୁ କହିଛନ୍ତି, ଯେଉଁମାନେ ଇ କେୱାସି ନ କରିଛନ୍ତି ସେମାନଙ୍କୁ ଚାଉଳ ଯୋଗାଣ ବନ୍ଦ ରହିବ। ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ଲୋକ ଇ-କେୱାସି କରି ନାହାଁନ୍ତି।
ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇକେୱାସି ପ୍ରଚଳନ କରାଯାଇଥିଲା। ଏହାଦ୍ବାରା ଯୋଗ୍ୟ ହିତାଧିକାରୀ ଚାଉଳ ପାଇପାରିବେ ଅଯୋଗ୍ୟ ବାଦ ପଡିବେ। ସେହି ହିସାବରେ ୨୦ ଲକ୍ଷ ହିତାଧିକାରୀ ଏହି ସୁବିଧାରୁ ବାଦ ପଡିପାରନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ବର୍ତ୍ତମାନ ଯେଉଁ ହିତାଧିକାରୀ ବାଦ ପଡିବେ ସେମାନେ ଲିଖିତ ଭାବେ ଦେଲେ ତାଙ୍କ କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।