Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ
ଆଜିର ଖବର

ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

October 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ
ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

ଭୁବନେଶ୍ବର: ଆଜି ନୂଆପଡା ଶକ୍ତି ପ୍ରଦର୍ଶନ କରିଛି ବିଜେପି। ନୂଆପଡା ଉପନିର୍ବାଚନରେ ଜିତିବା ପାଇଁ ଦଳ ତରଫରୁ ସେଠାରେ ଆୟୋଜିତ ହୋଇଯାଇଛି ବିରାଟ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି।

ତେବେ ଏହି ସଭାରେ ମୁଖ୍ୟମନ୍ତ୍ରୀ ବିଜେଡି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହି ଦୁଇ ଦଳ ମହିଳାଙ୍କୁ କିପରି ସମ୍ମାନ ଦିଏ ତାହାର ପ୍ରମାଣ ଆପଣମାନେ ଜାଣି ସାରିଥିବେ। ନିକଟରେ ପଶ୍ଚିମବଂଗରେ ଜଣେ ଓଡିଆ ଛାତ୍ରୀଙ୍କୁ ଗଣବଳତ୍କାର କରାଗଲା। ହେଲେ ଏହି ଦୁଇ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଲେ ନାହିଁ। ଲୋକମାନେ ଜାଣିସାରିଲେଣି ଏହି ଦୁଇଦଳ କିପରି ଭୁଆଁ ବୁଲାଇବାରେ ଲାଗିଛି।

ସେହିପରି ସେ କହିଛନ୍ତି ଯେ, ନୂଆପଡା ବିକାଶ ଦାୟିତ୍ବ ମୁଁ ନେଲି। ନିକଟରେ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରାଯାଇଛି। ନିର୍ବାଚନ ପରେ ତାହାର କାମ ଆରମ୍ଭ ହେବ। ନୂଆପଡା ବିକାଶ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିହେବ। ପୂର୍ବ ସରକାର ପ୍ରତିଶୃତି ଦେଉଥିଲେ ହେଲେ କାମ କରୁ ନ ଥିଲେ। ଆମେ କାମ କରି ଦେଖାଇବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀଙ୍କୁ ନେଇ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ, ବିଜେଡି ନୂଆପଡା ନେତାଙ୍କୁ ପାଇଲା ନାହିଁ। ସେହି ଦଳ ବାହାର ଜିଲ୍ଲାରୁ ଆଣି ପ୍ରାର୍ଥୀ କରିଛି। ଫଳରେ ବର୍ତ୍ତମାନ ବିଜେପି ସହିତ କଂଗ୍ରେସର ଲଢେଇ ହେବ। ବିଜେଡି ତୃତୀୟ ସ୍ଥାନକୁ ଖସିଗଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବିଜେଡି ଜୟ ଢୋଲକିଆଙ୍କ ସଂପର୍କରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ନିନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Naveen Turns 79: Sudarsan Greets with Sand Art at Puri Beach

Nuapada Byelection ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

December 16, 2025

ଓଡିଶା ପୁଲିସର “ଅପରେସନ୍ ଧରପଗଡ” ଅଭିଯାନ: ୪୦ ଅଭିଯୁକ୍ତ ଗିରଫ

December 16, 2025

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025
Latest News

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

December 16, 2025

ଓଡିଶା ପୁଲିସର “ଅପରେସନ୍ ଧରପଗଡ” ଅଭିଯାନ: ୪୦ ଅଭିଯୁକ୍ତ ଗିରଫ

December 16, 2025

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025

ସାଗରମାଲା କାର୍ଯ୍ୟକ୍ରମ ଅଧିନରେ ନିର୍ମାଣାଧୀନ ରହିଛି ୫.୮ ଲକ୍ଷ କୋଟି ମୂଲ୍ୟର ୮୪୦ଟି ପ୍ରକଳ୍ପ 

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.