Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ
ଆଜିର ଖବର

ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ

October 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସବୁଜ ଉର୍ଜା ପାଇଁ
ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: ସ୍ଥାୟୀ ପରିବେଶ ପ୍ରତିଷ୍ଠା ଏବଂ ଊର୍ଜା-କ୍ଷମତାସମ୍ପନ୍ନ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତ ପରିବର୍ତ୍ତନ ପାଇଁ ଜାତୀୟ ସଂସ୍ଥାନ (ନୀତି ଆୟୋଗ), ଓଡ଼ିଶା ସରକାର  ଏବଂ ଇନଷ୍ଟିଚ୍ୟୁଟ ଅଫ ସଷ୍ଟେନେବିଲିଟି, ଏମ୍ପ୍ଲଏମେଣ୍ଟ ଆଣ୍ଡ ଗ୍ରୋଥ(ଆଇଏସଇଜି) ଫାଉଣ୍ଡେସନ, ଓଡ଼ିଶାରେ ଏକ ପରିବର୍ତ୍ତନଶୀଳ ସ୍ୱଚ୍ଛ ଊର୍ଜା ପ୍ରୟାସକୁ ନେଇ ସହଯୋଗିତା ସମ୍ପର୍କରେ ଏକ ଚୁକ୍ତ ପତ୍ର ( ଷ୍ଟେଟମେଣ୍ଟ ଅଫ ଇଣ୍ଟେଣ୍ଟ) ସ୍ଵାକ୍ଷରିତ ହୋଇଛି   ।

ଏହି ତ୍ରୈପାକ୍ଷିକ ଚୁକ୍ତିପତ୍ର,ଆଜି ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜା, ନୀତି ଆୟୋଗଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ( ସିଇଓ)  ବି.ଭି.ଆର୍‌. ସୁବ୍ରମଣ୍ୟମ ଏବଂ ଡଃ. ଶିରୀଷ ସାଙ୍କେ, ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଭାଗୀଦାର, ଆଇଏସଇଜି ଫାଉଣ୍ଡେସନଙ୍କ ମଧ୍ୟରେ ସ୍ଵାକ୍ଷରିତ ହୋଇଛି, ଯାହା ଓଡ଼ିଶାରେ ଅଳ୍ପବ୍ୟୟ କ୍ଷମ ବିଦ୍ୟୁତ ରୂପାନ୍ତରଣ ଯୋଜନା ପ୍ରକଳ୍ପ ଏବଂ ଏଥିପାଇଁ ଏକ ରଣନୈତିକ ରୋଡମ୍ୟାପ୍ ଉନ୍ନତି ଓ ପ୍ରୟୋଗ କରିବାକୁ ଲକ୍ଷ୍ୟ କରି ମୂଳଦୁଆ ସ୍ଥାପିତ କରିଛି ।

ଏହି ପଦକ୍ଷେପ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ ଏବଂ ୨୦୪୭ ଭିଜନ ସହ ସମନ୍ୱୟ ରହିଛି, ଯାହା ବିଦ୍ୟୁତ କ୍ଷେତ୍ରକୁ ଅଧିକ ସୁଲଭ, ସ୍ଥାୟୀ , ସ୍ୱୟଂସଂପୂର୍ଣ୍ଣ  ଏବଂ ପରିବେଶ ଉତ୍ତରଦାୟୀ  କରିବାକୁ ଗୁରୁତ୍ୱ ଦେଇଛି।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶକ୍ତି ବିଭାଗ ତଥା ଇଲେକ୍ଟୋନିକ୍ ଓ ଆଇଟି ବିଭାଗ ପ୍ରମଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ସମେତ ନୀତି ଆୟୋଗ ଏବଂ ଆଇଏସଇଜି ଫାଉଣ୍ଡେସନର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସହଯୋଗ ନୀତି  ଆୟୋଗଙ୍କ  ଦ୍ୱାରା  ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଏବଂ ନୂତନ ଏବଂ ପୁନଃ ନବୀକରଣ ଶକ୍ତି ମନ୍ତ୍ରାଳୟ ସହଯୋଗକୁ ତ୍ୱରାନ୍ୱିତ କରିବ । ଏହି ପ୍ଲାଟଫର୍ମ ଏପରି ପ୍ରସ୍ତୁତ କରାଯାଇଛି କି,ତାହା  ରାଜ୍ୟଗୁଡିକୁ ଉର୍ଜା ପରିବର୍ତ୍ତନ ନକ୍ସା ପ୍ରସ୍ତୁତିରେ ସଂସ୍ଥାଗତ କ୍ଷମତା ବୃଦ୍ଧି  କରିବାକୁ ସମର୍ଥ ହେବ, ପ୍ରକଳ୍ପ କାର୍ଯ୍ୟକାରିତାରେ ସହଯୋଗ ସହିତ  ସଂସ୍ଥାଗତ ଦକ୍ଷତା ବୃଦ୍ଧି ଏବଂ ଜଳବାୟୁ ଭିତ୍ତିକ ଆର୍ଥିକ ସହଯୋଗିତା ମଧ୍ୟ ସହଜ କରିବ।

ଏହି ସହଯୋଗିତାର ପ୍ରଧାନ ଲକ୍ଷ୍ୟ ମଧ୍ୟରେ ରହିଛି,କମ୍ ଖର୍ଚ୍ଚରେ ଶକ୍ତି ପରିବର୍ତ୍ତନ ପରିଯୋଜନା ଏବଂ ପ୍ରକଳ୍ପକରଣ ପାଇଁ ଏକ ରଣନୈତିକ ରୋଡମ୍ୟାପର ବିକାଶ ଏବଂ କାର୍ଯ୍ୟାନ୍ୱୟନ କରିବା, ସ୍ୱଚ୍ଛ ଏବଂ କମ୍ ବ୍ୟୟରେ ଉର୍ଜା ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ଏକ ସ୍ମାର୍ଟ ଏବଂ ସ୍ଥାୟୀ ସଂଚାରଣ ଏବଂ ବିତରଣ ପ୍ରଣାଳୀ ମାଧ୍ୟମରେ ଊର୍ଜା ପାଇବା ବ୍ୟବସ୍ଥାରେ ସୁଧାର ଆଣିବା, ଶକ୍ତି ପରିଚାଳନା, ସଂରକ୍ଷଣ ଏବଂ ବ୍ୟବହାରରେ ସମସ୍ତଙ୍କ ପାଇଁ ଉନ୍ନତ ପ୍ରଯୁକ୍ତିଗୁଡ଼ିକୁ ସମନ୍ୱିତ କରିବା ।

ଏଥି ପାଇଁ ନୀତି ଆୟୋଗ ରଣନୈତିର ନିର୍ଦ୍ଦେଶନା ଦେବା ସହ ସହଭାଗିତା ପାଇଁ ସହଯୋଗ ସୁବିଧା ଯୋଗାଇବ ଏବଂ ଊର୍ଜା ପରିବର୍ତ୍ତନ ନକ୍ସାରେ ଉନ୍ନତି ଏବଂ ସମୀକ୍ଷାରେ ସମର୍ଥନ କରିବ । ଏଥିରେ  ଓଡିଶା ସରକାର ପ୍ରୟାସର ନେତୃତ୍ୱ ନେବେ ଏବଂ ତଥ୍ୟ ଉପଲବ୍ଧତା,ଆନ୍ତଃ ବିଭାଗୀୟ ସମନ୍ଵୟ ଏବଂ ଆନୁଷଙ୍ଗିକ ସହାୟତାକୁ ସୁନିଶ୍ଚିତ କରିବେ। ଆଇଏସଜି ଫାଉଣ୍ଡେସନ୍ ରଣନୈତିକ ଭାଗିଦାରୀ ଭାବେ,ଉର୍ଜା ଚାହିଦା-ଯୋଗାଣ ଦୃଷ୍ଟିକୋଣକୁ ଦେଖି ପୁନଃନବୀକରଣ ଶକ୍ତିର କାର୍ଯ୍ୟାନ୍ୱୟନ ଢାଞ୍ଚା ପ୍ରସ୍ତୁତି କରିବା ପାଇଁ ବୈଷୟିକ ଅଭିଜ୍ଞ ସଂପନ୍ନ ପ୍ରତିଭା ନିୟୋଜିତ  କରିବେ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ଏକ “ଏନର୍ଜି ୱାର୍ ରୂମ୍” ସ୍ଥାପନା କରିବେ ।

ଏହାର କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ, ନୀତି ଆୟୋଗ ସିଇଓ ଙ୍କ ଅଧ୍ୟକ୍ଷତାରେ ଏକ କେନ୍ଦ୍ରୀୟ ନିରୀକ୍ଷଣ କମିଟି ଏବଂ ଓଡିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନେତୃତ୍ୱରେ ଏକ ରାଜ୍ୟ ପରିଚାଳନା କମିଟି ଗଠିତ  ହେବ। ଏହି କମିଟିଗୁଡିକ ପ୍ରକଳ୍ପ କାର୍ଯ୍ୟକାରିତାକୁ ତଦାରଖ କରିବା ସହିତ ରଣନୈତିକ କୌଶଳ ସଂପର୍କରେ ଦିଗଦର୍ଶନ ପ୍ରଦାନ କରିବେ।

ଏହି ସହଯୋଗିତା ଓଡ଼ିଶା ପାଇଁ ଏକ ସବୁଜ, ଅଧିକ ସହନଶୀଳ ଭବିଷ୍ୟତ ପ୍ରତି ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ସହଭାଗୀ ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗୀ, ତଥ୍ୟ-ଚାଳିତ ଏବଂ ବିସ୍ତାରଯୋଗ୍ୟ ଉର୍ଜା ପରିବର୍ତ୍ତନ ମଡେଲଗୁଡ଼ିକ ପାଇଁ ଏକ  ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛି ।

Niti Ayoga ଆଇଏସଇଜି ନୀତି ଆୟୋଗ ସବୁଜ ଉର୍ଜା ପାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ଭାଗ୍ୟ ଉଦୟ ପାଇଁ ଧନତେରାସ୍‌ରେ ଆଣନ୍ତୁ ଏହି ୫ଟି ଜିନିଷ

October 18, 2025

ପ୍ରଥମ ଦିନିକିଆ ପାଇଁ ଭାରତର ପ୍ଲେଇଂ ଇଲେଭେନ ଚୟନ କଲେ ଇରଫାନ ପଠାନ: ହର୍ଷିତ ରାଣା ମଧ୍ୟ ସାମିଲ

October 18, 2025

ବିଷ ଓଗାଳିଲେ ପାକିସ୍ତାନର ସେନା ମୁଖ୍ୟ: ପୁଣି ଭାରତ ବିରୋଧରେ ଦେଲେ ବିବାଦୀୟ ବିବୃତ୍ତି

October 18, 2025

ଧନତେରସରେ ଟିଭି କିମ୍ବା ସ୍ମାର୍ଟଫୋନ୍ କିଣୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ଫସିବେ

October 18, 2025
Latest News

ଭାଗ୍ୟ ଉଦୟ ପାଇଁ ଧନତେରାସ୍‌ରେ ଆଣନ୍ତୁ ଏହି ୫ଟି ଜିନିଷ

October 18, 2025

ପ୍ରଥମ ଦିନିକିଆ ପାଇଁ ଭାରତର ପ୍ଲେଇଂ ଇଲେଭେନ ଚୟନ କଲେ ଇରଫାନ ପଠାନ: ହର୍ଷିତ ରାଣା ମଧ୍ୟ ସାମିଲ

October 18, 2025

ବିଷ ଓଗାଳିଲେ ପାକିସ୍ତାନର ସେନା ମୁଖ୍ୟ: ପୁଣି ଭାରତ ବିରୋଧରେ ଦେଲେ ବିବାଦୀୟ ବିବୃତ୍ତି

October 18, 2025

ଧନତେରସରେ ଟିଭି କିମ୍ବା ସ୍ମାର୍ଟଫୋନ୍ କିଣୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ଫସିବେ

October 18, 2025

ବିହାର ନିର୍ବାଚନ: ବିନା ଅନୁମତିରେ ହେଲିକପ୍ଟର ଅବତରଣ ପାଇଁ ବିଜେପି ନେତାଙ୍କ ବିରୋଧରେ FIR

October 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.