ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ୍ ଅନ୍ତର୍ଗତ ବିଜାଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପୁର୍ବତନ ଛାତ୍ର ତଥା ଉପରମୁଣ୍ଡା ଗ୍ରାମ ନିବାସୀ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ କନିଷ୍ଠ ପୁତ୍ର ଅମିୟ କୁମାର ପ୍ରଧାନ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ଦୌଡ଼ ଯୁକ୍ତ ସନ୍ତରଣ ବା ବାଇଏଥେଲ ଚମ୍ପିୟାନସିପ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହା ସହିତ ଅମିୟ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବିଶ୍ଵ ଚମ୍ପିୟାନସିପ୍ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।
ଅମିୟ ଙ୍କ ଏହି ସଫଳତା ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ମହାନ୍ତି, ଖେଳ ଶିକ୍ଷକ ସୁଜିତ କୁମାର ସାହୁ , ବିଜାଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ସାହୁ, ବଞ୍ଜା ଗୋଳା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରଜ ଚନ୍ଦ୍ର ସାହୁ, ହୁସେନ୍ କୁମାର୍ ସାହୁ ଓ କ୍ରୀଡ଼ା ପ୍ରଶିକ୍ଷକ ବିଭୁତି ଭୁଷଣ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ଅମିୟ ସମ୍ବଲପୁର ଓ ଭୁବନେଶ୍ୱରର ସ୍ପୋର୍ଷ ହଷ୍ଟେଲରୁ ଶିକ୍ଷା ତଥା ପ୍ରଶିକ୍ଷଣ ସମାପ୍ତ କରି ଅଧୁନା ଟିଟିଲାଗଡ଼ ର ଓମ୍ ଭେଲି ଆବାସିକ ବିଦ୍ୟାଳୟ ରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି।