ବାଣପୁର: ବାଣପୁର ଥାନା ଅନ୍ତର୍ଗତ ଖୁଣ୍ଟପଲ୍ଲି ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିଛି ପୋଲିସ। ଦୀପାବଳି ଉପଲକ୍ଷେ ବେଆଇନ ବାଣ କାରବାର ବିରୁଦ୍ଧରେ ଖୋର୍ଦ୍ଧା ଜିଲ୍ଲା ପୋଲିସର ଚଢ଼ାଉ ଅଭିଯାନ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଜାରି ରହିଥିବା ବେଳେ ଆଜି ସୂଚନା ପାଇ ବାଣପୁର ପୋଲିସ ଉକ୍ତ ଗ୍ରାମର ଚାନ୍ଦୁ ଜେନାଙ୍କ ଘରେ ଚଢ଼ାଉ କରି ପାଖାପାଖି ୧୦୦ କେଜି ବେଆଇନ ବାଣ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।
ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ କେସ ନମ୍ବର ୩୨୯/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।