କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆଜି ବିଧାନସଭାରେ ସରକାର ଉପସ୍ଥାପନା କରାଯାଇଛି । 4 ସପ୍ତାହ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ହାଇକୋର୍ଟ ଗତକାଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ତଦନ୍ତରେ ସନ୍ତୁଷ୍ଟ ନ ହେଲେ ଏସଆଇଟି ଗଠନ କରି ତଦନ୍ତ କରିବା ପାଇଁ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ । ଏହି ଘଟଣାରେ ହେବା ତଦନ୍ତରେ ସନ୍ତୁଷ୍ଟ ନ ହେଲେ ଏସଆଇଟି ଗଠନ କରି ତଦନ୍ତ କରିବା ପାଇଁ ମଧ୍ୟ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ନେଇ ଏସଆଇଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେପ୍ଟେମ୍ବର 4 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।
Tags: