ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ଚଢ଼ାଉରେ ବିପୁଳ ପରିମାଣରେ ଦେଶୀ ମଦ ଓ ମହୁଲ ଜବତ ହୋଇଛି।
ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ ବାଣପୁର ଥାନା ଅନ୍ତର୍ଗତ କଟୁଆଳ ଏବଂ ବ୍ରହ୍ମପଡ଼ା ଗ୍ରାମ ପଛପଟ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ମନ୍ଦାର ଗ୍ରାମରୁ ୧୧୦୦୦ କେଜି ମହୁଲ ପୋଚ ଏବଂ ୧୮୨୦ ଲିଟର ମହୁଲି ମଦ ଜବତ ହୋଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୯ ଲକ୍ଷ ୧୪ ହଜାର ଟଙ୍କା ବୋଲି ଜଣାପଡିଛି ଏବଂ ଚାରି ଗୋଟି ମାମଲା ରୁଜୁ ହୋଇଛି।
ଉକ୍ତ ଚଢ଼ାଉରେ ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରା, ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି, ବାଣପୁର ପୋଲିସ ଏବଂ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।