Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ: ଆବେଦନ ପ୍ରକ୍ରିୟା ଜାରି
ଆଜିର ଖବର

ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ: ଆବେଦନ ପ୍ରକ୍ରିୟା ଜାରି

October 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ସୈନିକ ସ୍କୁଲ
ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ

ଭୁବନେଶ୍ୱର: 2026-27 ଶିକ୍ଷା ବର୍ଷ ଲାଗି ଭୁବନେଶ୍ୱର ସୈନିକ ସ୍କୁଲରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି 10 ଅକ୍ଟୋବର ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ 30 ଅକ୍ଟୋବର ଧାର୍ଯ୍ୟ କରାଯାଇଥିବା ବେଳେ 2 ନଭେମ୍ବରରୁ 4 ନଭେମ୍ବର ମଧ୍ୟରେ ଆବେଦନ ସଂଶୋଧନ କରାଯାଇପାରିବ। ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ଶୁଳ୍କ ଆସନ୍ତା 31 ଅକ୍ଟୋବର ସୁଦ୍ଧା ଜମା କରାଯିବା ଆବଶ୍ୟକ। ସାଧାରଣ, ଓବିସି, ପ୍ରତିରକ୍ଷା କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ 850 ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାଜି ପିଲାଙ୍କ ନିମନ୍ତେ 700 ଟଙ୍କା ପରୀକ୍ଷା ଶୁଳ୍କ ଧାର୍ଯ୍ୟ କରାଯାଇଛି।

ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ଆସନ୍ତା ବର୍ଷ ଜାନୁଆରୀ ମାସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ଏବଂ ପରୀକ୍ଷାର ତାରିଖ ଓ ଆଡମିଟ କାର୍ଡ ଡାଉନଲୋଡ୍‌ ସମ୍ପର୍କରେ ଏନଟିଏ ୱେବସାଇଟରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ। ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ ମାନ୍ୟତାପ୍ରାପ୍ତ ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ କରାଯିବ। ଭାଷା, ଗଣିତ, ବୌଦ୍ଧିକ ଜ୍ଞାନ, ସାଧାରଣ ଜ୍ଞାନ ଆଦି ଚାରୋଟି ବିଷୟକୁ ନେଇ ମୋଟ୍‌ 300 ନମ୍ବରର ପରୀକ୍ଷା ହେବ। ଓଡ଼ିଶାର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯିବ। ଚଳିତ ବର୍ଷ ଭୁବନେଶ୍ୱର ସୈନିକ ସ୍କୁଲରେ 80 ଜଣ ପୁଅ ଏବଂ 10 ଜଣ ଝିଅଙ୍କୁ ମିଶାଇ ମୋଟ୍‌ 90ଟି ଆସନରେ ନାମଲେଖା ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଓ ଅଭିଭାବକମାନେ ଏନଟିଏ ୱେବସାଇଟ୍‌:https://exams.nta.nic.in/sainik-school-society/ ଏବଂ https://nta.ac.in/ ଆବେଦନ କରିପାରିବେ।

ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ବୟସ 10ରୁ 12 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ 1 ଏପ୍ରିଲ 2014ରୁ 31 ମାର୍ଚ୍ଚ 2016 ମଧ୍ୟରେ ଜନ୍ମ ନେଇଥିବା ଉଚିତ୍‌। ଏଠାରେ ପାଠପଢ଼ାର ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଭାରତ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି। ଏନଡିଏ ଏବଂ ଆଇଏନଏରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ 2 ଲକ୍ଷ ଟଙ୍କାର ଏକକାଳୀନ ପ୍ରୋତ୍ସାହନ ରାଶି ମିଳିବ। ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିଥିବା 300ରୁ ଅଧିକ ଛାତ୍ରଛାତ୍ରୀ ଏବେ ସୁଦ୍ଧା ସେନାବାହିନୀରେ ଯୋଗ ଦେଇସାରିଛନ୍ତି।

ଅନଲାଇନ ଆବେଦନ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026

ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓରପୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

February 19, 2026

ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ଭାରତ ଗସ୍ତ

February 19, 2026

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026
Latest News

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026

ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓରପୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

February 19, 2026

ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ଭାରତ ଗସ୍ତ

February 19, 2026

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.