ଭୁବନେଶ୍ଵର: ବେଟୀ ବଚାଓ ବେଟୀ ପଢାଓ (BBBP) ଯୋଜନା ଅନ୍ତର୍ଗତ ଜିଲ୍ଲା ସ୍ତରରେ “workshop on online safety and cyber bullying” ବିଷୟରେ ଏକ କାର୍ଯ୍ୟକ୍ରମ ଆଜି ଖୋର୍ଦ୍ଧା ବ୍ଲକ କନଫରେନ୍ସହଲରେ , District Social Welfare office ଦ୍ୱାରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକର୍ମର ଅଧ୍ୟକ୍ଷତା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO)ଙ୍କ ଦ୍ୱାରା କରାଯାଇଥିଲା।
ସଭାରେ ଅନଲାଇନ୍ ସୁରକ୍ଷା, ନାରୀ ସଶକ୍ତିକରଣ ଓ କିଶୋରୀମାନଙ୍କ ମଧ୍ୟରେ ସଚେତନତା ବିଷୟରେ ଆଲୋଚନା ହୋଇଥିଲା। କାର୍ଯ୍ୟକର୍ମରେ DALSA, DSP, ପ୍ରୋଟେକ୍ସନ ଅଫିସର (PO), District Hub for Empowerment of Women ର Staff,CDPO,ଲେଡି ସୁପରଭାଇଜର, SHG ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ କିଶୋରୀମାନେ ସକ୍ରିୟ ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ନାରୀ ଓ କନ୍ୟମାନଙ୍କ ପାଇଁ ଡିଜିଟାଲ ଓ ସାମଜିକ ମଧ୍ୟମରେ ସୁରକ୍ଷିତ ପରିବେଶ ନିଶ୍ଚିତ କରିବାରେ ସମାଜର ସାମୁହିକ ଦାୟିତ୍ୱକୁ ଉଦବଳିତ କରଯାଇଥିଲା।