ସମାଜବାଦୀ ପାର୍ଟି ନେତା ତଥା ଲୋକସଭା ସାଂସଦ ଆଜମ୍ ଖାନ୍ଙ୍କ ଅଡୁଆ ବଢିଛି । ଶନିବାର ସୁଦ୍ଧା ଆଜମ୍ ଖାନ୍ଙ୍କ ବିପକ୍ଷରେ 27ଟି ମାମଲା ରୁଜୁ କରାଯାଇଛି । କୃଷକଙ୍କ ଜମି ଜବରଦଖଲ ଏବଂ ନିଜ ବିଶ୍ବବିଦ୍ୟାଳୟରେ ବିରଳ ଏବଂ ପୁରାତନ ପୁସ୍ତକ ରଖିବା ନେଇ ଆଜମ୍ଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଅଖିଳେଶ ଯାଦବ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ଆଜମ୍ଙ୍କ ବିରୋଧରେ ଜୁଲାଇ 11 ପରଠାରୁ ଏହି ସମସ୍ତ ମାମଲା ରୁଜୁ କରାଯାଇଥିବା ନେଇ ରାମପୁର ଏସ୍ପି ଅଜୟ ପାଲ ଶର୍ମା ପ୍ରକାଶ କରିଛନ୍ତି । ଏହି ମାମଲା ମଧ୍ୟରେ 24ଟି ଜମି ଅଧିଗ୍ରହଣକୁ ନେଇ ରହିଥିବା 3ଟି ବିରଳ ପୁସ୍ତକକୁ ନେଇ ରହିଛି । ଧାରା 323, 342, 447, 389 ଏବଂ 506 ଅନୁସାରେ ଆଜମ୍ଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଜମଙ୍କୁ 10 ବର୍ଷରୁ ଅଧିକ ଜେଲ ଦଣ୍ଡ ମିଳିବ ବୋଲି ଏସ୍ପି ଅଜୟ ପାଲ ଶର୍ମା ପ୍ରକାଶ କରିଛନ୍ତି ।