Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୃତୀୟ ଲିଙ୍ଗୀ ଚିହ୍ନଟ ଏବଂ ଆଚରଣ ଗତ ସମସ୍ୟାର ସମାଧାନ ନିମନ୍ତେ ପ୍ରଶିକ୍ଷଣ
ଆଜିର ଖବର

ତୃତୀୟ ଲିଙ୍ଗୀ ଚିହ୍ନଟ ଏବଂ ଆଚରଣ ଗତ ସମସ୍ୟାର ସମାଧାନ ନିମନ୍ତେ ପ୍ରଶିକ୍ଷଣ

October 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତୃତୀୟ ଲିଙ୍ଗୀ ଚିହ୍ନଟ ଏବଂ ଆଚରଣ ଗତ ସମସ୍ୟାର ସମାଧାନ ନିମନ୍ତେ ପ୍ରଶିକ୍ଷଣ
ତୃତୀୟ ଲିଙ୍ଗୀ ଚିହ୍ନଟ ଏବଂ ଆଚରଣ ଗତ ସମସ୍ୟାର ସମାଧାନ ନିମନ୍ତେ ପ୍ରଶିକ୍ଷଣ

ଖୋର୍ଦ୍ଧା: ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ତୃତୀୟ ଲୀଙ୍ଗି ଟ୍ଚିହ୍ନଟ ଏବଂ ଆଚରଣଗତ ପରିବର୍ତ୍ତନର ମୁକାବିଲା ପାଇଁ ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ମାନଙ୍କୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।  ତୃତୀୟଲିଙ୍ଗି କଲ୍ୟାଣ ଟ୍ରଷ୍ଟର ସଚିବ ଶ୍ରୀମତୀ ମେଘ୍ନା ସାହୁ ତୃତୀୟ ଲୀଙ୍ଗୀ ପିଲାମାନଙ୍କୁ କିପରି ଚିହ୍ନଟ କରିବେ ଏବଂ ଏହାର ଲକ୍ଷଣ କ’ଣ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ତୃତିୟଲିଙ୍ଗି ପିଲାମାନଙ୍କ ପାଇଁ କ’ଣ ବ୍ୟବସ୍ଥା ରହିବା ଆବଶ୍ୟକ ସେ ବିଷୟରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ସେହିପରି ଚିକିତ୍ସା ମନସ୍ତତ୍ତ୍ୱବିତ୍ ଶ୍ରୀମତୀ ନିବେଦିତା ମହାନ୍ତି ଟ୍ରାନ୍ସଜେଣ୍ଡର ପିଲାମାନଙ୍କ ସହିତ କିପରି ବ୍ୟବହାର କରିବେ ସେ ବିଷୟରେ ଏକ ଅଧିବେଶନ ନେଇ ଆଚରଣଗତ ପରିବର୍ତ୍ତନ କ’ଣ ଘଟେ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କି କି ସେବାର ଆବଶ୍ୟକତା ଅଛି ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟା ଏବଂ ସେଗୁଡିକୁ କିପରି ସମାଧାନ କରାଯାଇ ପାରିବ ସେ ସମ୍ବନ୍ଧରେ ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଅବଗତ କରାଇ ଥିଲେ। ଆଜିର ଏହି କର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାରେ ଥିବା ଏହି ୧୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ରେ ପ୍ରାୟ ୩୦୦ ପିଲା ରହୁଛନ୍ତି ଯେଉଁମାନେ ବିଭିନ୍ନ ଆଚରଣଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଥିପାଇଁ ଆଜିର ଏହି କର୍ମଶାଳା ଆୟୋଜନ କରାଯାଇ ଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ଖୋର୍ଦ୍ଧା ସଦସ୍ୟା ମନସ୍ଵିନୀ ମହାପାତ୍ର ପ୍ରଶିକ୍ଷଣ କର୍ମଶାଳା ସଂଯୋଜନା କରିଥିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଆଚରଣ ଗତ ସମସ୍ୟା ତୃତୀୟ ଲିଙ୍ଗୀ ଶିଶୁ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭାରତର ପ୍ରଥମ ଟେଲି-ରୋବୋଟିକ୍ ସର୍ଜରୀ

December 26, 2025

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

December 26, 2025

ଭିସୁଟ ବୁର୍ଲାର ୧୭ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

December 26, 2025
Latest News

ସାର୍ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭାରତର ପ୍ରଥମ ଟେଲି-ରୋବୋଟିକ୍ ସର୍ଜରୀ

December 26, 2025

ଜେନ୍ ଜେଡ୍ ଏବଂ ଜେନ୍ ଆଲଫା ଭାରତକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ନେଇଯିବେ: ପ୍ରଧାନମନ୍ତ୍ରୀ

December 26, 2025

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର

December 26, 2025

ଆଗାମୀ ୫ ବର୍ଷ ମଧ୍ୟରେ ପ୍ରମୁଖ ସହରଗୁଡ଼ିକରେ ଟ୍ରେନ କ୍ଷମତା ଦ୍ୱିଗୁଣିତ କରିବାକୁ ଯୋଜନା

December 26, 2025

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.