Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଷୁଦ୍ର ସୌର ଶକ୍ତି ଉତ୍ପାଦନ ୟୁନିଟ୍ ସ୍ଥାପନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ଆଜିର ଖବର

କ୍ଷୁଦ୍ର ସୌର ଶକ୍ତି ଉତ୍ପାଦନ ୟୁନିଟ୍ ସ୍ଥାପନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

October 25, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
: Governor, CM Congratulate Players on Success in Khelo India Tribal Games
: Governor, CM Congratulate Players on Success in Khelo India Tribal Games

ଭୁବନେଶ୍ଵର: ରାଜ୍ୟରେ ନବୀକରଣୀୟ ଶକ୍ତି ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କ୍ଷୁଦ୍ର ସୌର ଶକ୍ତି ଉତ୍ପାଦନ ୟୁନିଟ୍ ସ୍ଥାପନ ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ଅକ୍ଟୋବର ୨୪ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଶକ୍ତି ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏପରି ଗୁରତ୍ୱାରୋପ କରି ଏଦିଗରେ ଶକ୍ତି ବିଭାଗ ବିହିତ ପଦକ୍ଷେପ ନେବାକୁ କହିଛନ୍ତି। ନବୀକରଣୀୟ ଶକ୍ତିର ବିକାଶ ଦିଗରେ ହୋଇଥିବା ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରି ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ଅଧିକ ନିଷ୍ଠାର ସହ କାର୍ଯ୍ୟକରିବାକୁ ପ୍ରେରଣା ଦେଇଥିଲେ।

ଶକ୍ତି ବିଭାଗ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରି ରାଜ୍ୟପାଳ କହିଥିଲେ ଯେ, ଏପରି ସୌର ଶକ୍ତି ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବା ବଡ ସମସ୍ୟା ହେବ ନାହିଁ। ଏହି ସୌର ଶକ୍ତି ୟୁନିଟ୍ ସ୍ଥାପନ କରି ନବୀକରଣୀୟ ଶକ୍ତିର ଚାହିଦା ପୂରଣ କରିବା ସହିତ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରି ହେବ। ଏ ଦିଗରେ ଶକ୍ତି ବିଭାଗ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟପାଳ କହିଥିଲେ । ଏହି ବୈଠକରେ ଓଡ଼ିଶାରେ ଶକ୍ତି କ୍ଷେତ୍ରରେ ସଂସ୍କାର, ଚାହିଦା ଓ ଯୋଗାଣର ସ୍ଥିତି, ଚୁକ୍ତି ଭିତ୍ତିକ କ୍ଷମତା ମିଶ୍ରଣ ଏବଂ ଭବିଷ୍ୟତ କାର୍ଯ୍ୟ ପନ୍ଥା, ନବୀକରଣୀୟ ଶକ୍ତିର ବିକାଶ, ଅନ୍ତଃରାଜ୍ୟ ଟ୍ରାନସ୍ମିଶନ ନେଟୱାର୍କ, ବଂଟନ କଂପାନୀ (ଊଓଝଉଙଗ), ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି, ଶକ୍ତି ସଂରକ୍ଷଣ, ଦକ୍ଷତା କାର୍ଯ୍ୟକ୍ରମ ଏବଂ ୨୦୩୬ ଓ ୨୦୪୭ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟପାଳ ସମୀକ୍ଷା କରିଥିଲେ । ସବୁଜ ହାଇଡ୍ରୋଜେନର ସମ୍ଭାବନା ଉପରେ ରାଜ୍ୟପାଳ ଆଲୋକପାତ କରି ଏହାର ଉତ୍ପାଦନ ପାଇଁ ଏନ୍ଟିପିସିର ସହଯୋଗ ନେବାକୁ ଏବଂ ବିଶେଷତଃ ଆଇଆଇଟି ଏବଂ ଆଇଆଇଏମ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଶକ୍ତି ବିଭାଗ ପଦକ୍ଷେପ ନେବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର – ମୁଫତ୍ ବିଜଲି ଯୋଜନା ସଂପର୍କରେ ଅବତାରଣା କରି ରାଜ୍ୟପାଳ ଏହି ଯୋଜନାର ବ୍ୟାପକ କାର୍ଯ୍ୟାନ୍ୱୟନ ପାଇଁ ଆହ୍ୱାନ ଜଣାଇଥିଲେ । ଟାଟା ପାୱାର ପରିଚାଳିତ ବଂଟନ କଂପାନୀମାନଙ୍କ ସହ ୟୁଏଲ୍ଏ (ୟୁଟିଲିଟି ଲିଡ ଆଗ୍ରିଗେସନ) ମଡେଲ ଅନ୍ତର୍ଗତ ଏକ କିଲୋୱାଟ ରୁଫ୍ ଟପ୍ ସୋଲାର ସିଷ୍ଟମର ସ୍ଥାପନ ସଂପର୍କରେ ଆଲୋଚନା କରିଥିଲେ । ଏହି ଯୋଜନାରେ ଗ୍ରାହକମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ଦେବାକୁ ପଡିଥାଏ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବସିଡି ଜରିଆରେ ବାକି ୬୫୦୦୦ ଟଙ୍କାରୁ ୭୫୦୦୦ଟଙ୍କା ଭରଣା ହୋଇଥାଏ । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ଅନ୍ୟ ପଛୁଆ ବର୍ଗ ପରିବାର ପାଇଁ ସିଏସ୍ଆର ଫଣ୍ଡରୁ ୫୦୦୦ ଟଙ୍କା ଲେଖାଏଁ ଟାଟା ପାୱାର ବହନ କରିବା ପାଇଁ ବିଚାର କରିବାକୁ ରାଜ୍ୟପାଳ କହିଥିଲେ । ଏତଦ୍ବ୍ୟତୀତ ସମଷ୍ଟିଗତ ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ହ୍ରାସ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟପାଳ କହିଥିଲେ ।

“ପ୍ରଧାନମନ୍ତ୍ରୀ କୁସୁମ ଯୋଜନା”କୁ କୃଷକମାନଙ୍କ ପାଇଁ ଏକ ଭଲ ପଦକ୍ଷେପ ବୋଲି ରାଜ୍ୟପାଳ କହିବା ସହିତ ଏହାର ବ୍ୟାପକ କାର୍ଯ୍ୟାନ୍ୱୟନ ପାଇଁ ଗୁରୁତ୍ୱାରୋପ କରିଥିଲେ। ସରକାର ପାମ୍ ତେଲ ଉତ୍ପାଦନକୁ ପ୍ରୋତ୍ସାହିତ କରୁଥିବାରୁ ଉଦ୍ୟାନ କୃଷି ବିଭାଗ ମାଧ୍ୟମରେ ଚାଷୀମାନଙ୍କୁ “ପିଏମ୍ କୁସୁମ” ଯୋଜନା ଅଧିନରେ ସୌର ଚାଳିତ ପମ୍ପ ବ୍ୟବହାର ନିମନ୍ତେ ଉତ୍ସାହିତ କରିବାକୁ କହିଥିଲେ। ଜଳ ପ୍ରକଳ୍ପ, ପମ୍ପ ଷ୍ଟୋରେଜ, କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ, ରାଜ୍ୟରେ ପବନ ଶକ୍ତିର ସମ୍ଭାବନା, ଗ୍ରାମ୍ୟ ବିଦ୍ୟୁତ କରଣର ସ୍ଥିତି ସଂପର୍କରେ ରାଜ୍ୟପାଳ ସମୀକ୍ଷା କରିଥିଲେ ଏବଂ ଅଗ୍ରଗତିର ସ୍ଥିତି ନେଇ ସନ୍ତୋଷ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ୍ର ସିଏମ୍ଡି ଭାସ୍କର ଜ୍ୟୋତି ଶର୍ମା, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଓପିଜିସି, ଓଏଚପିସି, ଗ୍ରୀଡକୋ, ଓପିଟିସିଏଲ୍, ଓରେଡ଼ା ଏବଂ ଡିଆଇଏସ୍ସିଓଏମ୍ର କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇଥିଲେ।

କ୍ଷୁଦ୍ର ସୌର ଶକ୍ତି ଉତ୍ପାଦନ ଡ. ହରି ବାବୁ କମ୍ଭମପାଟି ପ୍ରଧାନମନ୍ତ୍ରୀ କୁସୁମ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026
Latest News

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.