Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଵତନ୍ତ୍ର ଶିକ୍ଷଣ ଅକ୍ଷମତା ପଦଯାତ୍ରା
ଆଜିର ଖବର

ସ୍ଵତନ୍ତ୍ର ଶିକ୍ଷଣ ଅକ୍ଷମତା ପଦଯାତ୍ରା

October 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ଵତନ୍ତ୍ର ଶିକ୍ଷଣ ଅକ୍ଷମତା ପଦଯାତ୍ରା
ସ୍ଵତନ୍ତ୍ର ଶିକ୍ଷଣ ଅକ୍ଷମତା ପଦଯାତ୍ରା

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷ୍ୟା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଭୁବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ତତ୍ତ୍ଵାବଧାନରେ ସମଗ୍ର ଶିକ୍ଷା, ଖୋର୍ଦ୍ଧା ଆନୁକୁଲ୍ୟରେ ଅନ୍ତଃ ନିବେଶି ଶିକ୍ଷା ବିଭାଗ ଆନୁକୂଲ୍ୟରେ ସଂଯୋଯିକା ପୁଷ୍ପମିତ୍ର ମିଶ୍ର ଙ୍କ ପୌରହିତ୍ୟରେ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା ର ନାଲି ରଙ୍ଗର ଗଣ ବେଶ ପରିଧାନ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ନେଇ ଶିକ୍ଷଣ ଅକ୍ଷମତା ଉପରେ ଏକ ପଦଯାତ୍ରା ଅୟୋଜନ କରଯାଇଥିଲା। ଏହି ପଦଯାତ୍ରା କୁ ଜିଲ୍ଲା ସୁଚନା ଓ ଲୋକ ସେବା ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଷ୍ଠା ଜେନା, ଓ ସଂଯୋଜିକା ଶ୍ରୀମତି ପୁଷ୍ପମିତ୍ର ମିଶ୍ର ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ।

ଏହା ପୂର୍ବରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧାର ପରିସର ମଧ୍ୟରେ ସମସ୍ତ ଛାତ୍ରୀ ମାନଙ୍କ ପ୍ରାର୍ଥନା ସଭାରେ ସଂଜୋଯିକା ତାଙ୍କ ଉଦବୋଧନରେ କହିଥିଲେ ଯେ ଏହି ଭଳି ସମସ୍ୟା ଦ୍ଵାରା ଛାତ୍ର ଛାତ୍ରୀ ଓ ବ୍ୟକ୍ତି ବିଶେଷ ମାନେ ପଢ଼ିବାରେ, ଲେଖିବାରେ, ଓ ଗାଣିତିକ ସମାଧାନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ପ୍ରକାର ସମସ୍ୟା ସେମାନଙ୍କର ମସ୍ତିଷ୍କ ଗଠନ ଓ କାର୍ଯ୍ୟର ବ୍ୟତିକ୍ରମ ଯୋଗୁଁ ସୃଷ୍ଟି ହୋଇଥାଏ।

ଅନ୍ୟତମ ଅତିଥି ଖୋର୍ଦ୍ଧା ଜିଲ୍ଲାର ମନୋବିଜ୍ଞାନୀ ଶୁଭଶ୍ରୀ ପଶ୍ଚିମକବାଟ ଜିଲ୍ଲା ସୁରକ୍ଷା ବିଭାଗ ତରଫରୁ ଆସି ଯୋଗଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହା ହେଉଛି ଏକ ଜୀବନବ୍ୟାପୀ ସମସ୍ୟା। ଏହା ସାମାଜିକ ଜୀବନରେ ଓ ଦୈନନ୍ଦିନ ନିତ୍ୟକର୍ମ କରିବାରେ ଅଧିକ ପ୍ରଭାବ ପକାଇ ଛାତ୍ର ଛାତ୍ରୀ ମାନଙ୍କ ବ୍ୟକ୍ତିତ୍ଵ ବିକାଶରେ ବାଧକ ସୃଷ୍ଟି କରିଥାଏ। ତେଣୁ ସମସ୍ତ ଛାତ୍ର ଛାତ୍ରୀ ଓ ବ୍ୟକ୍ତି ବିଶେଷ ଏହିପରି ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ଥିବା ସାମର୍ଥ୍ୟ ଅଛି ବୋଲି ଅନୁଭବ କରିବା ଉଚିତ୍ ବୋଲି କହିଥିଲେ। ଏହି ସବୁ ସମସ୍ୟା ଥିବା ସତ୍ତ୍ବେ ବହୁ ବିଶିଷ୍ଟ ବ୍ୟକ୍ତି ଯେପରିକି ଆଲବର୍ଟ ଆଇନ୍ ଷ୍ଟାଇନ୍, ବେଲ୍ ଗ୍ରିଟ୍ସ , ଅଭିଷେକ ବଚ୍ଚନ, ଓ ସନୀ ଦେଓଲ୍, ଇତ୍ୟାଦି ମାନଙ୍କର ଉଦାହରଣ ପିଲା ମାନଙ୍କୁ କହିଥିଲେ।

ଏହି ଶିକ୍ଷଣ ଅକ୍ଷମତା କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ, ପ୍ରଧାନ ଶିକ୍ଷକ ଅଗାଧୁ ସେଠୀ, ସିଆରସିସି ମନୋଜ ଦାଶ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧାର ସମସ୍ତ ଶିକ୍ଷୟତ୍ରୀ, ଜଟଣୀ, ଖୋର୍ଦ୍ଧା, ବେଗୁନିଆ, ଓ ଟାଙ୍ଗୀ ବ୍ଲକ ର ସମସ୍ତ ସମ୍ୱଳ ଶିକ୍ଷକ ଓ ଖୋର୍ଦ୍ଧା ଜିଲ୍ଲାର ପୋଲିସ କର୍ମଚାରୀ , ଟ୍ରାଫିକ କର୍ମଚାରୀ ପ୍ରମୁଖ ଏହି ପଦଯାତ୍ରାକୁ ପରିଚାଳନା କରିଥିଲେ। ଶେଷରେ ଅତିରିକ୍ତ ଶିକ୍ଷା ଅଧିକାରୀ ଧନ୍ୟବାଦ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.