Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇନ୍ ଓ ସାହିତ୍ୟ ମଧ୍ୟରେ ରହିଛି ଏକ ଅତୁଟ ସମ୍ପର୍କ: ନ୍ୟାୟମୂର୍ତ୍ତି ମିଶ୍ର
ଆଜିର ଖବର

ଆଇନ୍ ଓ ସାହିତ୍ୟ ମଧ୍ୟରେ ରହିଛି ଏକ ଅତୁଟ ସମ୍ପର୍କ: ନ୍ୟାୟମୂର୍ତ୍ତି ମିଶ୍ର

October 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇନ୍ ଓ ସାହିତ୍ୟ ମଧ୍ୟରେ ରହିଛି ଏକ ଅତୁଟ ସମ୍ପର୍କ: ନ୍ୟାୟମୂର୍ତ୍ତି ମିଶ୍ର
ଆଇନ୍ ଓ ସାହିତ୍ୟ ମଧ୍ୟରେ ରହିଛି ଏକ ଅତୁଟ ସମ୍ପର୍କ: ନ୍ୟାୟମୂର୍ତ୍ତି ମିଶ୍ର

ଭୁବନେଶ୍ୱର: ଆଇନ୍ ଏବଂ ସାହିତ୍ୟ ଦୁଇଟିର ଅଲଗା ଅଲଗା ବୈଶିଷ୍ଟ୍ୟ ରହିଛି ଏବଂ ଏହାର ଦିଗ ମଧ୍ୟ ଭିନ୍ନ। କିନ୍ତୁ ଏ ଦୁଇଟି ବୈଶିଷ୍ଟ୍ୟ ମଧ୍ୟରେ ଏକ ଅତୁଟ ସମ୍ପର୍କ ରହିଛି ବୋଲି ଶନିବାର କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ଶିବୋ ଶଙ୍କର ମିଶ୍ର।

ଆଇନ୍ ହେଉଛି ଏଭଳି ଏକ ଅନୁଶାସନ ଯାହାକି ମଣିଷର ଆଚରଣ ଓ ବ୍ୟବହାରକୁ ନିୟନ୍ତ୍ରଣ କରିଥାଏ। ଅନ୍ୟ ଦିଗରେ ସାହିତ୍ୟ ମଣିଷର ବ୍ୟବହାରର ପ୍ରତିଫଳନ ବୋଲି ନ୍ୟାୟମୂର୍ତୀ ମିଶ୍ର କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ନ୍ୟାୟମୂର୍ତ୍ତି ମିଶ୍ର।

ଲେଖା, ଗଳ୍ପ କଥନ, ଚିତ୍ରକଳା ଏବଂ ନାଟକ ମାଧ୍ୟମରେ ସାହିତ୍ୟର ପ୍ରତିଫଳନ ହୋଇଥାଏ। ସେହିପରି ସାହିତ୍ୟ ଭିତରେ ମଧ୍ୟ ଆଇନ୍‌ର ସନ୍ଧାନ ମିଳିଥାଏ ବୋଲି ସେ କହିଛନ୍ତି।

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଉତ୍କୃଷ୍ଟ ରଚନା “ଛ’ ମାଣ ଆଠଗୁଣ୍ଠ”କୁ ଊଦ୍ଧୃତ କରି ନ୍ୟାୟମୂର୍ତ୍ତି ମିଶ୍ର କହିଥିଲେ ଯେ ଲେଖକ ତାଙ୍କ ଲେଖନୀ ମାଧ୍ୟମରେ ଉପନିବେଶିକ ଭୂମି ଆଇନ୍‌କୁ କିଭଳି ସେହି ସମୟରେ ଅପବ୍ୟବହାର କରାଯାଉଥିଲା ତାହା ସମାଜ ସାମ୍ନାକୁ ଆଣିଥିଲେ। ବ୍ୟାସକବିଙ୍କ ଲେଖନୀ ମାଧ୍ୟମରେ ଆଇନ୍‌ର ପ୍ରତିଫଳନ ହୋଇଥିଲା ବୋଲି ସେ କହିଥିଲେ।

ସେହିପରି ବିଶିଷ୍ଟ ଲେଖିକା ପ୍ରତିଭା ରାୟଙ୍କ ବହୁ ଚର୍ଚ୍ଚିତ ଉପନ୍ୟାସ ‘ଯାଜ୍ଞସେନୀ’କୁ ଊଦ୍ଧ୍‌ୃତ କରି ନ୍ୟାୟମୂର୍ତ୍ତି ମିଶ୍ର କହିଥିଲେ ଯେ ଏହି ଲେଖିକା ନିଜ ଲେଖନୀ ମାଧ୍ୟମରେ ପୁରୁଷତାନ୍ତ୍ରିକ ଆଇନ ବଳରେ ମହିଳାମାନଙ୍କୁ କିଭଳି ସମାଜରେ ଦମନ କରି ରଖାଯାଇଥାଏ ତାହାର ଉଦାହରଣ ଦେଇଛନ୍ତି।

ସେକ୍ସପିୟରଙ୍କ ଲିଖିତ ‘ମର୍ଚାଂଟସ ଅଫ୍ ଭେନିସ୍‌’ ମଧ୍ୟ ସମାଜର ଅନ୍ୟାୟ ଏବଂ କୁସଂସ୍କାରକୁ ପ୍ରତିଫଳିତ କରିଥିବା ବେଳେ ମହାଭାରତରେ ଧର୍ମ ଏବଂ ଅଧର୍ମର ମଧ୍ୟରେ ମହାଯୁଦ୍ଧ ସମ୍ପର୍କରେ ଚିତ୍ରିତ କରାଯାଇଛି।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ସିନିୟର ପ୍ରଫେସର ପ୍ରବୀର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାମାୟଣର ଉଦାହରଣ ଦେଇ ନ୍ୟାୟମୂର୍ତ୍ତି ମିଶ୍ର ମାତା ସୀତାଙ୍କ ଅପହରଣକୁ ଜଣେ ବ୍ୟକ୍ତିର ବିଶୃଙ୍ଖଳିତ ଆଚରଣ ବୋଲି ଦର୍ଶାଇ ଏହା ବେଆଇନ୍ ବୋଲି କହିଥିଲେ। ସୀତାଙ୍କୁ ନ ଫେରାଇବାରୁ ରାବଣକୁ ଦଣ୍ଡିତ ହେବାକୁ ପଡ଼ିଥିଲା।

ନ୍ୟାୟମୂର୍ତ୍ତି ମିଶ୍ର ‘ଶ୍ରୀ ୪୨୦’, ‘ଆୱାରା’ ଏବଂ ‘କାନୁନ୍‌’ ଭଳି ପୁରାତନ ହିନ୍ଦୀ ଚଳଚ୍ଚିତ୍ରର ଉଦାହରଣ ଦେଇ କହିଥିଲେ ଯେ ସିନେମା ମାଧ୍ୟମରେ ମଧ୍ୟ ସମାଜ ସମ୍ମୁଖରେ ଆଇନ୍‌କୁ ଉପସ୍ଥାପିତ କରାଯାଇପାରେ।

ପ୍ରସିଦ୍ଧ ଚଳଚ୍ଚିତ୍ର ‘ଅନ୍ଧା କାନୁନ୍‌’କୁ ମନେ ପକାଇ ସେ କହିଥିଲେ ଯେ ଏହି ଚଳଚ୍ଚିତ୍ର ସୂଚାଇ ଥିଲା ଯେ ଜଣେ ବ୍ୟକ୍ତିକୁ ସମାନ ଅପରାଧ ପାଇଁ ଦୁଇ ଥର ଦଣ୍ଡ ଦିଆଯାଇ ପାରିବ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.