Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୁଣା ପେନ୍‌ସନ୍ ଓଡ଼ିଶାରେ ଲାଗୁ କରାଯାଉ: ଏନ୍‌.ଏମ୍‌.ଓ.ପି.ଏସ୍‌. ର ଦିଲ୍ଲୀ ଚଲୋ ଡାକରା
ଆଜିର ଖବର

ପୁରୁଣା ପେନ୍‌ସନ୍ ଓଡ଼ିଶାରେ ଲାଗୁ କରାଯାଉ: ଏନ୍‌.ଏମ୍‌.ଓ.ପି.ଏସ୍‌. ର ଦିଲ୍ଲୀ ଚଲୋ ଡାକରା

October 26, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୁରୁଣା ପେନ୍‌ସନ୍ ଓଡ଼ିଶାରେ ଲାଗୁ କରାଯାଉ: ଏନ୍‌.ଏମ୍‌.ଓ.ପି.ଏସ୍‌. ର ଦାବି
ପୁରୁଣା ପେନ୍‌ସନ୍ ଓଡ଼ିଶାରେ ଲାଗୁ କରାଯାଉ: ଏନ୍‌.ଏମ୍‌.ଓ.ପି.ଏସ୍‌. ର ଦାବି

ଭୁବନେଶ୍ଵର: “ପୁରୁଣା ପେନ୍‌ସନ୍ ପାଇଁ ଜାତୀୟ ଆନ୍ଦୋଳନ” (ଏନ୍‌.ଏମ୍‌.ଓ.ପି.ଏସ୍‌), ଓଡ଼ିଶା ପକ୍ଷରୁ ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ନିମନ୍ତେ ଆଜି ଭୁବନେଶ୍ୱରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସଭାପତି ବିଜୟ ମଲ୍ଲଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳଙ୍କ ପରିଚାଳନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍‌.ଏମ୍‌.ଓ.ପି.ଏସ୍ ଓଡ଼ିଶାର ସମସ୍ତ କର୍ମକର୍ତ୍ତା ତଥା ରାଜ୍ୟର ସମସ୍ତ ସଂଗଠନର ସଭାପତି, ସମ୍ପାଦକ, ଜିଲ୍ଲା ନେତୃତ୍ୱ ଓ ବିଭାଗର ମୁଖ୍ୟମାନେ ଯୋଗ ଦେଇଥିଲେ।

ଆସନ୍ତା ନଭେମ୍ବର ୨୫ ଦିଲ୍ଲୀଠାରେ ଦେଶର ସବୁ ରାଜ୍ୟର କର୍ମଚାରୀମାନେ ମହାଆନ୍ଦୋଳନ କରି ଏନ୍‌.ପି.ଏସ୍‌. କି ୟୁ.ପି.ଏସ୍ ନୁହେଁ, ପୁରୁଣା ପେନ୍‌ସନ୍ କର୍ମଚାରୀଙ୍କର ଅଧିକାର, ତାହାକୁ ହାସଲ କରିବା ପାଇଁ ଗର୍ଜନ ସମାବେଶ କରିବେ। ଏହି ସମାବେଶରେ ଓଡ଼ିଶାର ସମସ୍ତ ଏନ୍‌ପିଏସ୍ କର୍ମଚାରୀ ଯୋଗ ଦେବା ପାଇଁ ଏନ୍‌.ଏମ୍‌.ଓ.ପି.ଏସ୍ ତରଫରୁ ଅନୁରୋଧ କରାଯାଉଛି।

ଏବେକାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ପୂର୍ବ ସରକାର ବିରୋଧୀ ଦଳର ମୁଖ୍ୟ ସଚେତକ ଥିଲେ, ସେତେବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଯଦି ଛତିଶଗଡ଼, ରାଜସ୍ଥାନ ପୁରୁଣା ପେନସନ କରିପାରୁଛନ୍ତି, ତାହେଲେ ଓଡ଼ିଶା ସରକାର କାହିଁକି କରିପାରିବେନି। ଏହା କେବଳ ସରକାରଙ୍କର ଆନ୍ତରିକତାର ଅଭାବ ବୋଲି କହିଥିଲେ। ଏବେ ଯେହେତୁ ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର କର୍ମଚାରୀ ଆଶା ରଖିଛନ୍ତି ରାଜ୍ୟ ସରକାର ନିଶ୍ଚିତ ପୁରୁଣା ପେନସନ ଲାଗୁ କରିବେ।

ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ନୂତନ ପେନ୍‌ସନ୍ ସ୍କିମ୍ (ଏନ୍‌.ପି.ଏସ୍‌.) ପରିବର୍ତ୍ତେ ପୁରୁଣା ପେନ୍‌ସନ ସ୍କିମ୍ (ଓ.ପି.ଏସ୍‌) ଲାଗୁ କରିବା ପାଇଁ ସମସ୍ତେ ଏକ ସ୍ୱରରେ ଶପଥ ନେଇଥିଲେ । କେନ୍ଦ୍ର ସରକାର ୨୦୦୪ ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନ୍‌ସନ୍ ଉଚ୍ଛେଦ କରି ନୂତନ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିଥିଲେ। ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୩୦ରୁ ୩୫ ବର୍ଷ ଚାକିରି କରି ଅବସର ପରେ ୧୦୦୦ରୁ ୧୨୦୦ ଟଙ୍କା ପେନ୍‌ସନ୍ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍ ପୂର୍ବପରି ପାଉଛନ୍ତି। ନିକଟରେ କେନ୍ଦ୍ର ସରକାର ଏକ କମିଟି କରି ଏନ୍‌.ପି.ଏସ୍ ଉଚ୍ଛେଦ କରିବା ପରିବର୍ତ୍ତେ ୟୁ.ପି.ଏସ୍ ଘୋଷଣା କରିଥିଲେ। ତାହାକୁ ଓଡ଼ିଶା ସମେତ ସବୁ ରାଜ୍ୟ ବିରୋଧ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଏନି.ପି.ଏସ୍‌.ରୁ ୟୁ.ପି.ଏସ୍‌କୁ ପରିବର୍ତ୍ତନ କରିବା ଲାଗି ଦୁଇ ପ୍ରତିଶତ କର୍ମଚାରୀ ସମ୍ମତି ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଅନୁମାନ ଯେ, ଓଡ଼ିଶା ସମେତ ସମସ୍ତ ରାଜ୍ୟ କେବଳ ପୁରୁଣା ପେନ୍‌ସନ୍ ଚାହୁଁଛନ୍ତି। ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରାଜ୍ୟ କର୍ମଚାରୀମାନଙ୍କର ଗରୁତର ସ୍ୱାର୍ଥ ଦୃଷ୍ଟିରୁ ପୁରୁଣା ପେନ୍‌ସନ ଲାଗୁ କରିଛନ୍ତି।

ଅନ୍ୟ ରାଜ୍ୟ ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ରର ରାଜ୍ୟ ସରକାରମାନେ ଏକ କମିଟି ଗଠନ କରି ପୁରୁଣା ପେନ୍‌ସନ୍ ଲାଗୁ କରିବାକୁ ଅଗ୍ରସର ହେଉଛନ୍ତି। ସବୁ ରାଜ୍ୟରେ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଜୋରଦାର ବିରୋଧ ହେଉଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ପୁରୁଣା ପେନ୍‌ସନ ଯୋଜନା ବିନା ତାଙ୍କ ଭବିଷ୍ୟତ ଅନ୍ଧାର ବୋଲି ଭାବୁଥିବାରୁ ତାକୁ ହାସଲ କରିବା ପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟରେ ଆନ୍ଦୋଳନ ଜୋରଦାର ହୋଇଗଲାଣି।

ଏନ୍‌ଏମ୍‌.ଓ.ପି.ଏସ୍ ଓଡ଼ିଶା ତରଫରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ, ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ସଂଘର ରାଜ୍ୟସଂଘ ସଭାପତି ବିଜୟ ମଲ୍ଲ, ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ରଶ୍ମୀ ପାଢୀ, ରାଜେନ୍ଦ୍ର ମଲ୍ଲିକ, ପ୍ରଦୀପ ପ୍ରଧାନ, ଶୁଭଲକ୍ଷ୍ମୀ ସ୍ୱାଇଁ, ଅଶ୍ୱିନୀ ଦାସ, କ୍ଷୀତିଶ ପଣ୍ଡା, ସୁନିଲ ପ୍ରଧାନ, ପ୍ରଶାନ୍ତ ରାଉତରାୟ ଦେବୀ ପ୍ରସନ୍ନ ଧଳ, ବିଶ୍ୱରଞ୍ଜନ ଦାସ, ବିଜୟ ସାହୁ, ମନୋରଞ୍ଜନ ସେଠୀ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏନ୍‌.ଏମ୍‌.ଓ.ପି.ଏସ୍‌. ପୁରୁଣା ପେନ୍‌ସନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.