ଭୁବନେଶ୍ବର: ଓଡିଶାର ପ୍ରଖ୍ୟାତ ସଂସ୍କୃତି ଗବେଷକ, ସାହିତ୍ୟିକ, ସଂଗ୍ରାହକ ଏବଂ ନାଟ୍ୟ ବ୍ୟକ୍ତିତ୍ବ ସୁରେଶ ବଳବନ୍ତରାୟଙ୍କ ୭୧ ତମ ଜୟନ୍ତୀ ‘ସୁରେଶ ସମାବେଶ’ ପାଳିତ ହୋଇଯାଇଛି। ଆଜି ସଂଧ୍ୟାରେ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ ତରଫରୁ ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଏହା ପାଳିତ ହୋଇଯାଇଛି। ଏଥିରେ ପ୍ରଖ୍ୟାତ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ସଂସ୍କୃତି ଗବେଷକ ଚିତ୍ରସେଣ ପଶାୟତ, ପ୍ରମୁଖ ଯୋଗଦେଇଥିଲେ।
ଅତିଥୀମାନେ ସୁରେଶଙ୍କ ଫଟୋଚିତ୍ରରେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ କବି ରକ୍ଷକ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସୁରେଶ ବଳବନ୍ତରାୟଙ୍କ ଝିଅ ଅନ୍ୟା ଅନୁରୂପା ସଂପଦାକୀୟ ପାଠ କରିଥିଲେ। ଏହି ଉତ୍ସବର ସଭାପତିତ୍ବ କରିଥିଲେ ଅନୁଷ୍ଠାନର ସଭାପତି ଡ ହରେକୃଷ୍ଣ ପାତ୍ର। ଏହି ଉପଲକ୍ଷେ ଲେଖକ ତଥା ଗବେଷର ଡ ସୁଧୀର କୁମାର ସାହୁଙ୍କୁ ସୁରେଶ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଜୟନ୍ତୀ ଉପଲକ୍ଷେ ସୁରେଶ ବଳବନ୍ତରାୟ ଲେଖିଯାଇଥିବା ଭାରତ ଲୀଳା ଉପରେ ଏକ ପୁସ୍ତକ ଉନମୋଚନ କରାଯାଇଥିଲା। ଏହି ଉତ୍ସବରେ ସୁରେଶ ବଳବନ୍ତରାୟଙ୍କ ବହୁ ପ୍ରଶଂସକ ଯୋଗଦେଇଥିଲେ।



