ନୂଆଦିଲ୍ଲୀ: ୨୦୨୫ ମହିଳା ବିଶ୍ୱକପ୍ ର ସେମିଫାଇନାଲ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହେଉଛି। ଭାରତୀୟ ଦଳ ଅକ୍ଟୋବର ୩୦ ତାରିଖରେ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ। କିନ୍ତୁ ଏହା ପୂର୍ବରୁ ଭାରତର ଶକ୍ତିଶାଳୀ ଓପନର ପ୍ରତୀକା ରାୱଲ ଆହତ ହୋଇଛନ୍ତି। ଏହି ଆଘାତ ଯୋଗୁଁ ସେ ବିଶ୍ୱକପରୁ ବାଦ ପଡ଼ିଛନ୍ତି। ଅକ୍ଟୋବର ୨୬ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ସମୟରେ ସେ ଏହି ଆଘାତର ଶିକାର ହୋଇଥିଲେ।
ବର୍ଷା ପ୍ରଭାବିତ ଭାରତ ବନାମ ବାଂଲାଦେଶ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ସମୟରେ ପ୍ରତୀକା ରାୱଲ ପଡିଯାଇଥିଲେ। ତାଙ୍କର ପାଦ ମୋଡ଼ିହୋଇଯାଇଥିଲା ଏବଂ ତାଙ୍କ ଆଣ୍ଠୁ ଏବଂ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ତା’ପରେ ସପୋର୍ଟ ଷ୍ଟାଫ୍ ତାଙ୍କୁ ପଡ଼ିଆ ବାହାରକୁ ନେଇଯାଇଥିଲେ। ଏହା ପରେ ପ୍ରତୀକା ପଡ଼ିଆକୁ ଫେରିପାରିନଥିଲେ। ଏହି ସମୟରେ ଲଗାତାର ବର୍ଷା ଯୋଗୁଁ ଭାରତ ବନାମ ବାଂଲାଦେଶ ମ୍ୟାଚ୍ ଡ୍ର’ରେ ଶେଷ ହେଲା।



