ଭୁବନେଶ୍ଵର: ଭୁବନେଶ୍ୱରସ୍ଥିତ ପବିତ୍ର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିଦର୍ଶନ କରିଛନ୍ତି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି। ରାଜ୍ୟ ତଥା ଦେଶବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ଭଗବାନ ଭେଙ୍କଟେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଚନ୍ତି। ଏଥିସହ ସମ୍ଭାବ୍ୟ ବାତ୍ୟା ମୋନ୍ଥାରେ ଯେପରି କିଛି କ୍ଷତି ନହୁଏ ସେଥିପାଇଁ ସମସ୍ତଙ୍କ ନିରାପତ୍ତା ଓ କଲ୍ୟାଣ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି। ଭଗବାନ ସମସ୍ତଙ୍କୁ ରକ୍ଷା କରିବା ସହ ଆଶୀର୍ବାଦ କରନ୍ତୁ ବୋଲି ରାଜ୍ୟପାଳ କହିଛନ୍ତି।





