Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଧୁନିକ ଡିଜିଟାଲ ଓଡିଶାରେ ସାମିଲ ହେଲା ଓମ୍ଫେଡ୍
ଆଜିର ଖବର

ଆଧୁନିକ ଡିଜିଟାଲ ଓଡିଶାରେ ସାମିଲ ହେଲା ଓମ୍ଫେଡ୍

October 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଧୁନିକ ଡିଜିଟାଲ ଓଡିଶାରେ ସାମିଲ ହେଲା ଓମ୍ଫେଡ୍
ଆଧୁନିକ ଡିଜିଟାଲ ଓଡିଶାରେ ସାମିଲ ହେଲା ଓମ୍ଫେଡ୍
ଭୁବନେଶ୍ୱର: ଅତ୍ୟାଧୁନିକ ଡିଜିଟାଲ ଓଡିଶାରେ ସାମିଲ ହେଲା ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିମିଟେଡ୍ ବା ଓମ୍ଫେଡ। ଆଜି ମୁଖ୍ୟାଳୟରେ ନିରାଡମ୍ବର ଭାବେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଓମ୍ଫେଡର ଅତ୍ୟାଧୁନିକ ଓ୍ୱେବ ସାଇଟର ଉଦଘାଟନ କରିଛନ୍ତି। ଅତ୍ୟାଧୁନିକ ଡିଜାଇନ ସହ ଏଥିରେ ଓମ୍ଫେଡର ସମସ୍ତ ପୁରାତନ ଓ ନୂତନ ଉତ୍ପାଦର ଫଟୋ ଓ ଭିଡିଓ ଅପଲୋଡ କରାଯାଇଛି। ଏହି ନୂତନ ଓ୍ୱେବ ସାଇଟରେ ଓମ୍ଫେଡ ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି। ସାଧାରଣ ବ୍ୟବହାରକାରୀଙ୍କ ପାଇଁ ସହଜ, ସରଳ ଓ ବୋଧଗମ୍ୟ ହୋଇଥିବା ଏହି ଅତ୍ୟାଧୁନିକ ଓ୍ୱେବ ସାଇଟରେ ଓମ୍ଫେଡ୍ ଅଧିକାରୀଙ୍କ ସହ ଯୋଗାଯୋଗ କରିବାଠାରୁ ଆରମ୍ଭ କରି ଅନଲାଇନରେ ଓମ୍ଫେଡ ଉତ୍ପାଦ ମଧ୍ୟ ମଗାଇ ପାରିବେ। କେବଳ ସେତିକି ନୁହେଁ, ଆପଣ ଓମ୍ଫେଡ୍ ବୁଥ, ପାର୍ଲର ଖୋଲିବା ପାଇଁ  କିମ୍ବା ଓମ୍ଫେଡ୍ ଉତ୍ପାଦ ବିତରକ ହେବାକୁ ଚାହୁଁଥିଲେ, ଏହି ଓ୍ୱବ ସାଇଟରୁ ନିୟମାବଳୀଗୁଡିକୁ ମଧ୍ୟ ପାଇପାରିବେ।
ଓ୍ୱେବସାଇଟ୍ ସମ୍ପୂର୍ଣ୍ଣ ଆଧୁନିକ, ନୂଆ ରୂପ ଓ ଅଧିକ ସ୍ମାର୍ଟ ହୋଇପାରିଛି।  ଆଜିର ବ୍ୟବହାରକାରୀଙ୍କ ପାଇଁ ଡିଜାଇନ୍ ହୋଇଥିବା ନୂଆ ଏବଂ ଉନ୍ନତମାନର ଓମ୍ଫେଡ୍ ୱେବସାଇଟ ବ୍ୟବହାରକାରୀ ଅନୁକୂଳ ଇଣ୍ଟରଫେସ୍ ସହିତ, ନେଭିଗେସନ୍ ପୂର୍ବ ଅପେକ୍ଷା ସହଜ, ଗତିଶୀଳ ଏବଂ ଅଧିକ ଆନନ୍ଦଦାୟକ ହୋଇପାରିଛି। ଇଣ୍ଟରାକ୍ଟିଭ୍ ଭିଜୁଆଲ୍ ସରହ ପ୍ରତ୍ୟେକ ସ୍କ୍ରୋଲ୍ ବ୍ରାଣ୍ଡକୁ ଜୀବନ୍ତ କରୁଛି। ଏହି ଓ୍ୱେବ ସାଇଟର ସମସ୍ତ ତଥ୍ୟ ଦୁଇଟି ଭାଷା (ଓଡିଆ ଓ ଇଂରାଜୀ)ରେ ରହିଛି। ଏହାଦ୍ୱାରା ରାଜ୍ୟ, ରାଜ୍ୟ ବାହାରେ  ସମସ୍ତଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚି ପାରୁଛି। ଗୋଟିଏ ଟ୍ୟାପରେ ଆପଣଙ୍କର ପ୍ରିୟ ବିଷୟବସ୍ତୁ, ସୋସିଆଲ ମିଡିଆ କିମ୍ବା କ୍ୟୁଆର କୋଡ୍ ଆକ୍ସେସ୍ ମାଧ୍ୟମରେ କରିପାରିବେ।
ଓମ୍ଫେଡ୍ ଉତ୍ପାଦ ସମସ୍ତ ପ୍ରମୁଖ ଅନଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ।
ଆପଣଙ୍କି ହ୍ୱାଟ୍ସଆପରେ ଘରେ ବସି ଜମାଟୋ, ସ୍ୱିଗି, ବ୍ଲିଙ୍କିଟ୍ ଇତ୍ୟାଦିରୁ ଆପଣ ସିଧାସଳଖ ଓମ୍ଫେଡ୍ ଉତ୍ପାଦ ମଗାଇ ପାରିବେ। ଆମର ୱେବ୍ସାଇଟ୍ ଭିନ୍ନକ୍ଷମଙ୍କ ସମେତ ସମସ୍ତଙ୍କ ପାଇଁ ଅଭିଗମ୍ୟତା ସୁନିଶ୍ଚିତ କରିଥାଏ। କ୍ଲାଉଡ୍ ସର୍ଭରରେ ହୋଷ୍ଟ ହୋଇଥିବା, ଓମ୍ଫେଡ୍ ଗତି, ମାପକାଙ୍କ ଏବଂ ନିରବଚ୍ଛିନ୍ନ ପ୍ରବେଶ ସୁନିଶ୍ଚିତ କରୁଅଛି। ସବୁଠାରୁ ବଡକଥା ହେଉଛି ବ୍ୟବହାରକାରୀଙ୍କ ସୁରକ୍ଷା। ସେଥିପାଇଁ ଓମ୍ଫେଡ୍ ବ୍ୟବହାରକାରୀଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରୋଟୋକଲ ଯୋଡ଼ିଅଛି ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ।
ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଓମ୍ଫେଡର ବରିଷ୍ଠ ସାଧାରଣ ପରିଚାଳକ(ବିତ୍ତ) ସୁରେଶ ଅଲଟିଆ, ଅରିଲୋ ପ୍ଲାଣ୍ଟ ପରିଚାଳକ ସୌମେନ୍ଦ୍ର ଭୌମିକ, ଭାରପ୍ରାପ୍ତ ମାନବସମ୍ବଳ ମୁଖ୍ୟ ନିତ୍ୟଦର୍ଶନ ମିଶ୍ର, ସହକାରୀ ପରିଚାଳକ (ବିତ୍ତ) ତାପସ ରଂଜନ ମିଶ୍ର, ମାର୍କେଟିଂ ମୁଖ୍ୟ ଆଲୋକ ଅଗ୍ନିବେଶ, ସହକାରୀ ପରିଚାଳକ (ଆଇଟି) ଜିତେନ୍ଦ୍ର କୁମାର ବରାଡଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଓମ୍‌ଫେଡ୍‌ ଡିଜିଟାଲ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025
Latest News

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025

ଆଜି ୨୦ ଡିସେମ୍ବର ଶନିବାର ରାଶିଫଳ, କେମିତି କଟିବ ଆଜିର ଦିନ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.