Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମୱେ ଇଣ୍ଡିଆର ପ୍ରଗତି ଓ ରୂପାନ୍ତରଣ ନିମନ୍ତେ ୧୦୦ କୋଟି ପୁଞ୍ଜିନିବେଶ ଘୋଷଣା
ଆଜିର ଖବର

ଆମୱେ ଇଣ୍ଡିଆର ପ୍ରଗତି ଓ ରୂପାନ୍ତରଣ ନିମନ୍ତେ ୧୦୦ କୋଟି ପୁଞ୍ଜିନିବେଶ ଘୋଷଣା

October 30, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Amway
ଆମୱେ ଇଣ୍ଡିଆର ପ୍ରଗତି ଓ ରୂପାନ୍ତରଣ ନିମନ୍ତେ ୧୦୦ କୋଟି ପୁଞ୍ଜିନିବେଶ ଘୋଷଣା

ନୂଆଦିଲ୍ଲୀ: ଆମୱେ ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‍ସନ ଦେଶରେ କମ୍ପାନୀର ଉତ୍ପାଦନକୁ ୧୦ ବର୍ଷ ପାଳନ ନିମନ୍ତେ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିଥିଲେ- ଏହି ମାଇଲଖୁଣ୍ଟ ଆମୱେର ବୈଶ୍ୱିକ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଆମୱେ ପାଇଁ ଆମେରିକା ଓ ଚୀନ ସମେତ ମାତ୍ର ତିନିଟି ବୈଶ୍ୱିକ ଉତ୍ପାଦନକାରୀ ସ୍ଥଳ ମଧ୍ୟରୁ ଅନ୍ୟତମ ଭାବରେ ଭାରତର ରଣକୌଶଳାତ୍ମକ ଗୁରୁତ୍ୱରେ ଏକ ମାଇଲଖୁଣ୍ଟ ହୋଇଛି । ଏହି ମଜଭୁତ ମୂଳଦୁଆ ଉପରେ କମ୍ପାନୀ ଆମୱେ ବ୍ୟବସାୟ ମାଲିକ/ବିତରକଙ୍କ ସାମର୍ଥ୍ୟରେ ବୃଦ୍ଧି ଘଟାଇବା, ଏହାର ଶାରୀରିକ ଉପସ୍ଥିତିକୁ ସୁଦୃଢ ଓ ପରିବ୍ୟାପ୍ତ କରିବାଏବଂ ଗ୍ରାହକଙ୍କ ଅନୁଭୂତି ଉଚ୍ଚତର ସେପାନକୁ ନେବା ସକାଶେ ଆଗାମୀ ତିନିରୁ ପାଞ୍ଚବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ନିବେଶ ଯୋଜନା କରିଛି।

ପ୍ରେସିଡେଣ୍ଟ ଏବଂ ସିଇଓ ଭୂମିକା ଗ୍ରହଣ କରିବା ପରେ ନେଲ୍‍ସନଙ୍କର ଏହା ପ୍ରଥମ ଭାରତ ଗସ୍ତ ହୋଇଛି ଏବଂ ଏହା ଆମୱେର ବିଶ୍ୱସ୍ତରୀୟ ଅଭିବୃଦ୍ଧି ରଣକୌଶଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ସହିତ ଏହି ଅଞ୍ଚଳରେ କମ୍ପାନୀର ସମାବେଶୀ ଏବଂ ଦୀର୍ଘସ୍ଥାୟୀ ପ୍ରଗତି ପ୍ରତି ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି।

“ଭାରତ ଆମୱେର ବୈଶ୍ୱିକ ଦୃରଦୃଷ୍ଟିର ମୂଳ ସ୍ଥାନ ହୋଇ ରହିଆସିଛି”, ବୋଲି ମାଇକେଲ ନେଲ୍‍ସନ, ପ୍ରେସିଡେଣ୍ଟ ଓ ସିଇଓ, ଆମୱେ କହିଥିଲେ। “ଭାରତ ତାହାର ଡିଜିଟାଲ ଉପାୟରେ ସଶକ୍ତ ଜନସଂଖ୍ୟା, ଏକ ଗତିଶୀଳ ଏବଂ ଯୁବ ଲୋକଶକ୍ତି ଏବଂ ଚଳଚଞ୍ଚଳ ସାମୟିକ ଉପାର୍ଜନ ଅର୍ଥନୀତି (ଗିଗ୍‍ ଇକୋନୋମି) ଦ୍ୱାରା ପରିଚାଳିତ ଶକ୍ତିର ଏକ ଗନ୍ତାଘର ଅଟେ। ଆମୱେ ପାଇଁ ଭାରତ ରୂପାନ୍ତରଣର ସନ୍ଧିକ୍ଷଣରେ ରହିଛି ଏବଂ ଏହି ପରିବର୍ତ୍ତନକୁ ଆଗେଇନେବା ସକାଶେ ଆମେ ଆମର ମୂଲ୍ୟବୋଧ ଓ ସଂସ୍କୃତିକୁ ସୁଦୃଢ କରି, ପରିବର୍ତ୍ତନଶୀଳ ଗ୍ରାହକ ଆବଶ୍ୟକତା ପୂରଣ ନିମନ୍ତେ ଉତ୍ପାଦରେ ନବସୃଜନକୁ ତ୍ୱରାନ୍ୱିତ କରି ଏବଂ ଶିକ୍ଷା ଓ ତାଲିମ ଜରିଆରେ ବିତରକ ସହଭାଗୀତାକୁ ଅଧିକ ନିବିଡ କରିବା ଭଳି ମୁଖ୍ୟ ଅଗ୍ରାଧିକାର ବିଷୟଗୁଡିକ ଉପରେ ଦୃଷ୍ଟିନିବଦ୍ଧ ଦ୍ୱାରା ଆମେ ନିରନ୍ତର ଉଲ୍ଲେଖନୀୟ ପୁଞ୍ଜିନିବେଶ କରୁଛୁ।

ଏହାର ଦ୍ରୁତ ଅର୍ଥନୈତିକ ଉତ୍‍ଥାନ ଏବଂ ସାମଗ୍ରିକ କଲ୍ୟାଣ ଉପରେ ବର୍ଦ୍ଧିତ ଦୃଷ୍ଟିନିବଦ୍ଧ ସହିତ ଭାରତ ଆମର ବୈଶ୍ୱିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ମୁଖ୍ୟ ପରିଚାୟକ ହେବାକୁ ଯାଉଛି। ଏହି ଦେଶର ଉଜ୍ଜ୍ୱଳ ଭବିଷ୍ୟତ, ବିବିଧତା, ଶକ୍ତି ଏବଂ ଔଦ୍ୟୋଗିକ ମନୋଭାବ ଆମୱେର ଅର୍ଥନୈତିକ ସଶକ୍ତିକରଣ ଏବଂ କଲ୍ୟାଣ ଜରିଆରେ ଜନସାଧାରଣ ଉତ୍ତମ ଜୀବନ ଜୀଇଁବା ଉଦ୍ଦେଶ୍ୟ ସହିତ ସଠିକ ମେଳ ଖାଉଛି। ସ୍ଥାନୀୟ ଉତ୍ପାଦନର ଦଶବର୍ଷକୁ ଆମେ ପାଳନ କରୁଥିବାବେଳେ ଆମେ ଯାହା ନିର୍ମାଣ କରିଛୁ ତାହାକୁ ନେଇ ଗର୍ବିତ ଏବଂ ଆଗକୁ ରହିଥିବା ଅନନ୍ୟ ସୁଯୋଗଗୁଡିକୁ ନେଇ ଏହାଠାରୁ ଅଧିକ ଉତ୍ସାହିତ ଅଛୁ।”

୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ କମ୍ପାନୀର ଶାରୀରିକ ଉପସ୍ଥିତିକୁ ସମ୍ପ୍ରସାରିତ କରି ଏବଂ ସମ୍ପ୍ରତି ରହିଥିବା ଷ୍ଟୋରଗୁଡିକୁ ପୁନଃ ଡିଜାଇନ ଲେଆଉଟ, ଉତ୍ସର୍ଗୀକୃତ ତାଲିମ ଜୋନ୍‍ ଏବଂ ପରିବର୍ଦ୍ଧିତ ସେବା ଅନୁଭୂତି ସହିତ ନିୟୋଜନତାର ଗତିଶୀଳ କେନ୍ଦ୍ରସ୍ଥଳରେ ରୂପାନ୍ତରିତ କରି ବିତରକ ଏବଂ ଗ୍ରାହକଙ୍କ ଅନୁଭୂତି ଉଚ୍ଚତର ସୋପନାକୁ ନେଇଯିବା ନିମନ୍ତେ ଉଦ୍ଦିଷ୍ଟ। ଏଥିସହିତ ଉତ୍ପାଦ ସମ୍ପର୍କିତ ଜ୍ଞାନ, ଗୁଣବତ୍ତା ନିଶ୍ଚିତ କରୁଥିବା ମାନକ ଏବଂ ଗ୍ରାହକ ନିୟୋଜନତା ତଥା ସମର୍ଥନକାରୀ ଔଦ୍ୟୋଗିକ ସଫଳତାକୁ ମଜଭୁତ କରିବାକୁ ସୁସଂହତ କାର୍ଯ୍ୟକ୍ରମଗୁଡିକ ଉପରେ ମଧ୍ୟ ଏହା ଦୃଷ୍ଟିନିବଦ୍ଧ କରିବ।

ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଭାରତ ତାହାର ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାବେଳେ ଆମେ ଆମର ସ୍ଥାନୀୟ ଉପସ୍ଥିତିକୁ ସୁଦୃଢ କରି ଏବଂ ଜନସାଧାରଣ ତଥା ନବସୃଜନ ନିମନ୍ତେ ପୁଞ୍ଜିନିବେଶ ଦ୍ୱାରା ଆମର ଏହି ରୂପାନ୍ତରଣକାରୀ ଯାତ୍ରାରେ ଅବଦାନ ରଖିବା ନେଇ ଗର୍ବିତ ଅନୁଭବ କରୁଛୁ। ଆମର ମୂଲ୍ୟବୋଧ ଓ ପ୍ରତିଷ୍ଠାତାଙ୍କ ମୌଳିକ ବିଷୟଗୁଡିକର ମାର୍ଗଦର୍ଶନରେ ଭାରତ ପ୍ରତି ଆମର ପ୍ରତିବଦ୍ଧତା କେବଳ ବ୍ୟବସାୟର ଉର୍ଦ୍ଧ୍ୱରେ ରହିଛି ଏବଂ ତାହା ହେଉଛି ଔଦ୍ୟୋଗିକତାର ପୃଷ୍ଠପୋଷକତା କରିବା, ଗ୍ରାହକଙ୍କ ବିଶ୍ୱାସରେ ବୃଦ୍ଧି ଘଟାଇବା ତଥା ସାମଗ୍ରିକ କଲ୍ୟାଣକୁ ସମର୍ଥନ କରୁଥିବା ବିଜ୍ଞାନ ସମର୍ଥିତ ଉତ୍ପାଦ ନବସୃଜନକୁ ଆଗେଇନେବା। ଏହି ସମସ୍ତ ଉଦ୍ୟମ ଜରିଆରେ ଆମେ ରାଷ୍ଟ୍ରର ପ୍ରଗତି, ଆତ୍ମ ନିର୍ଭରଶୀଳତା ଏବଂ ଏକ ସୁସ୍ଥ, ଅଧିକ ସଶକ୍ତ ଭାରତ ଗଠନ ଲକ୍ଷ୍ୟ ସହିତ ଘନିଷ୍ଠ ଭାବରେ ମେଳ ଖାଇବା ଲକ୍ଷ୍ୟ ରଖିଛୁ।”

ଭାରତରେ ୨୭ ବର୍ଷରୁ ଅଧିକ କାଳ ବ୍ୟବସାୟ ସହିତ ଏକ ଦଶନ୍ଧିର ଉତ୍ପାଦନ ଉତ୍କର୍ଷକୁ ନେଇ ଆମୱେ ସ୍ଥାନୀୟ ଉତ୍ପାଦନ, ଆର ଆଣ୍ଡ ଡିକୁ ଆଗେଇନେବା ଏବଂ ଡିଜିଟାଲ ପ୍ରୟାସସମୂହରେ ଉଲ୍ଲେଖନୀୟ ପରିମାଣର ପୁଞ୍ଜିନିବେଶ କରିଛି, ଯେଉଁଥିରେ ଏକାଧିକ ସର୍ବାଧୁନିକ ଗବେଷଣା ଲାବ୍‍ ସ୍ଥାପନ ଅନ୍ତର୍ଭୁକ୍ତ ରହିଛି। ଏହା ଆମୱେ ଭାରତୀୟ ବଜାରରେ ନବସୃଜନ ଏବଂ ପ୍ରଗତି ପ୍ରତି ଦୀର୍ଘାବଧି ପ୍ରତିବଦ୍ଧତା ସମ୍ପର୍କରେ ଦର୍ଶାଉଛି। ଏହି ସମସ୍ତ ପ୍ରୟାସ ଓ ପୁଞ୍ଜିନିବେଶ ଜରିଆରେ କମ୍ପାନୀ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୫ ନିୟୁତ ପର୍ଯ୍ୟନ୍ତ ଜୀବନକୁ ଜନସମୁଦାୟ ନିର୍ବିଶେଷରେ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପ୍ରୟାସ ଜରିଆରେ ସଶସ୍ତ କରିବାକୁ ଲକ୍ଷ୍ୟ ରଖିଛି।

ସ୍ଥାନୀୟ ଉତ୍ପାଦନର ଦଶବର୍ଷ ପାଳନ କରିବାକୁ ଯାଇ ଆମୱେର ତାମିଲନାଡୁସ୍ଥିତ ଅତ୍ୟାଧୁନିକ କାରଖାନା ଏହାର ‘ମେକ୍‍ ଇନ ଇଣ୍ଡିଆ’ ଦୂରଦୃଷ୍ଟି ସହିତ ମେଳ ଖାଉଥିବା ଏକ ନିଦର୍ଶନ ହୋଇଛି। ଏହି କାରଖାନା ସ୍ଥାନୀୟ ନିଯୁକ୍ତ ସୃଷ୍ଟି ଏବଂ ଦକ୍ଷତା ବିକାଶ କ୍ଷେତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଏହା ଆମୱେର ଭାରତରେ ଉତ୍ପାଦନ, ଭାରତ ଏବଂ ବିଶ୍ୱ ପାଇଁ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି।

ଆମୱେ ଆମୱେ ଇଣ୍ଡିଆ ପୁଞ୍ଜିନିବେଶ ଘୋଷଣା ମାଇକେଲ ନେଲ୍‍ସନ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରମାଗତ କମିବାରେ ଲାଗିଛି ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ

October 30, 2025

ଆଜି ମହିଳା ବିଶ୍ଵକପରେ ଭାରତ-ଅଷ୍ଟ୍ରେଲିଆ ଲଢେଇ: ଜାଣନ୍ତୁ ଟିମ୍ ଇଣ୍ଡିଆର ସେମିଫାଇନାଲ୍ ରେକର୍ଡ

October 30, 2025

ମାୟାପୁରୀ ବଡ ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

October 30, 2025

ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଟ୍ରମ୍ପଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୀନ୍ ଉପରେ ହ୍ରାସ କଲେ ଶୁଳ୍କ

October 30, 2025
Latest News

କ୍ରମାଗତ କମିବାରେ ଲାଗିଛି ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ

October 30, 2025

ଆଜି ମହିଳା ବିଶ୍ଵକପରେ ଭାରତ-ଅଷ୍ଟ୍ରେଲିଆ ଲଢେଇ: ଜାଣନ୍ତୁ ଟିମ୍ ଇଣ୍ଡିଆର ସେମିଫାଇନାଲ୍ ରେକର୍ଡ

October 30, 2025

ମାୟାପୁରୀ ବଡ ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

October 30, 2025

ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଟ୍ରମ୍ପଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୀନ୍ ଉପରେ ହ୍ରାସ କଲେ ଶୁଳ୍କ

October 30, 2025

ବିହାରରେ ବିଧାୟକଙ୍କ ଉପରକୁ ପଥର ମାଡ଼: ୯ ଅଟକ

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.