କ୍ରୀଡ଼ା ଭାରତୀ ଓଡ଼ିଶା ପ୍ରଦେଶ ତରଫରୁ ଆଜି ଭୁବେନଶ୍ବରସ୍ଥିତ ଖାରବେଳନଗରଠାରେ ଏକ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୨୦୦ରୁ ଅଧିକ କ୍ରୀଡ଼ାଭାରତୀର ସଦସ୍ୟ ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷିଣ ଶିବିର ମାଧ୍ୟମରେ ଓଡ଼ିଶାରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର ପାଇଁ ଅନେକ ଯୋଜନା ଓ ଭିତ୍ତିଭୂମି ସ୍ଥାପନ କରାଯାଇଛି । ଏହି ଶିବିରରେ ନିକଟ ଭବିଷ୍ୟତରେ ଓଡ଼ିଶାରେ କ୍ରୀଡ଼ାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ଓଡ଼ିଶାରେ ଖେଳକୁଦ, ଯୋଗ ଓ ପରିବେଶ ସୁରକ୍ଷା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯିବା ସହିତ ଗ୍ରାମାଞ୍ଚଳରେ କ୍ରୀଡ଼ାକେନ୍ଦ୍ର ସ୍ଥାପନ କରାଯାଇ କ୍ରୀଡ଼ା ପାଇଁ ପ୍ରଶିକ୍ଷିଣ ଦିଆଯିବ ବୋଲି ଏହି ଶିବିରରେ ପ୍ରତିଶ୍ରୁତି ନିଆଯାଇଛି। ଏହି ସଭାକୁ ଦାମୋଦର ପ୍ରଧାନୀ ସଭାପତିତ୍ବ କରିଥିବାବେଳେ କ୍ରୀଡ଼ାଭାରତୀର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ମିଲିନ୍ଦ ଡାଙ୍ଗେ ପ୍ରଶିକ୍ଷଣ ଦେଇଥିଲେ ।
ସୂଚନାଯୋଗ୍ୟ ୧୯୯୨ ମସିହାରେ ମହାରାଷ୍ଟ୍ରର ପୁନେଠାରେ ସର୍ବପ୍ରଥେମ ‘କ୍ରୀଡ଼ାଭାରତୀ’ର ସ୍ଥାପନ କରାଯାଇଥିଲା। କ୍ରୀଡ଼ା ଭାରତୀର ଦୈନନ୍ଦିନ କାର୍ଯ୍ୟକ୍ରମ ହେଉଛି କ୍ରୀଡ଼ାକେନ୍ଦ୍ର । ଆଧୁନିକ ଜୀବନରେ ନାନାବିଧ ସମସ୍ୟାରୁ ମୁକୁଳିବା ସହିତ ସୁସ୍ଥ ଶରୀର ନେଇ ଜୀବନଯାପନ କରିବାରେ ସହାୟତା ପ୍ରଦାନ କରିବା ହେଉଛି ଏହି କ୍ରୀଡ଼ାକେନ୍ଦ୍ରର ମୂଳ ଲକ୍ଷ୍ୟ।