Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବିବାର ମଧ୍ୟରାତ୍ରରୁ ଜମ୍ମୁ କାଶ୍ମୀରେ ଧାରା 144 : ମୁଫ୍‌ତି ଓ ଅବଦୁଲ୍ଲା ଗୃହବନ୍ଦୀ
ଆଜିର ଖବର

ରବିବାର ମଧ୍ୟରାତ୍ରରୁ ଜମ୍ମୁ କାଶ୍ମୀରେ ଧାରା 144 : ମୁଫ୍‌ତି ଓ ଅବଦୁଲ୍ଲା ଗୃହବନ୍ଦୀ

August 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗତକାଲି ମଧ୍ୟରାତ୍ରରୁ ଦୁଇ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି । ଜମ୍ମୁ କାଶ୍ମୀରରେ ଧାରା 144 ଲାଗୁ କରାଯିବା ସହିତ ସମସ୍ତ ବରିଷ୍ଠ ନେତା ମାନଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖାଯାଇଛି । ସର୍ବସାଧାରଣରେ କୌଣସି ବୈଠକ ଉପରେ ମଧ୍ୟ ରୋକ୍‌ ଲଗାଇଛନ୍ତି କେନ୍ଦ୍ର ସରକାର । ଏହା ସହିତ ଏହି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ସହିତ ଏକ ବୈଠକରେ ବସିଥିଲେ । ଏହିବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍‌ ଡୋଭାଲ୍‌, ଆଇବି ମୁଖ୍ୟ ଅରବିନ୍ଦ କୁମାର, ର’ର ମୁଖ୍ୟ ସାମନ୍ତ ଗୋଏଲ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ପ୍ରମୁଖ ଭାଗ ନେଇଥିଲେ । ଗୃହବନ୍ଦୀ ରହିବା ପରେ ଅବଦୁଲ୍ଲା ଏବଂ ମୁଫ୍‌ତି ଉଭୟ ଟ୍ବିଟ୍‌ କରିଛନ୍ତି । ଅବଦୁଲ୍ଲା ଟ୍ବିଟ୍‌ କରି ଶାନ୍ତି ବଜାୟ ରଖିବାକୁ ନିବେଦନ କରିବା ସହିତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି । ସେହିପରି ମୁଫ୍‌ତି ନିଜ ଟ୍ବିଟ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିଛନ୍ତି । ବିଜେପି ନେତା ହୋଇଥିଲା ମଧ୍ୟ ବାଜପେୟୀଙ୍କ କଶ୍ମୀର ପ୍ରତି ସହାନୁଭୂତି ଥିଲା ଏବଂ ସେଥିପାଇଁ କଶ୍ମୀରବାସୀ ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କର ଅନୁପସ୍ଥିତିକୁ ଆଜି ସମସ୍ତେ ମନେ ପକାଉଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025

Odisha Anganbadi: ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢିଛି ୭୦ଟି ଅଙ୍ଗନବାଡି କେନ୍ଦ୍ର

September 21, 2025

Foreign Tourist: ଗତ ବର୍ଷ ଓଡିଶାକୁ ଆସିଛନ୍ତି ୫୩ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ

September 21, 2025

ଆଜି ଭାରତ-ପାକିସ୍ତାନ ଲଢେଇ: ଜାଣନ୍ତୁ କିପରି ମାଗଣାରେ ଦେଖିବେ ସମ୍ପୂର୍ଣ୍ଣ ମ୍ୟାଚ୍?

September 21, 2025
Latest News

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025

Odisha Anganbadi: ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢିଛି ୭୦ଟି ଅଙ୍ଗନବାଡି କେନ୍ଦ୍ର

September 21, 2025

Foreign Tourist: ଗତ ବର୍ଷ ଓଡିଶାକୁ ଆସିଛନ୍ତି ୫୩ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ

September 21, 2025

ଆଜି ଭାରତ-ପାକିସ୍ତାନ ଲଢେଇ: ଜାଣନ୍ତୁ କିପରି ମାଗଣାରେ ଦେଖିବେ ସମ୍ପୂର୍ଣ୍ଣ ମ୍ୟାଚ୍?

September 21, 2025

Chai Pe Charcha: ଭୁବନେଶ୍ବରର ଏକ ଛକର ଚା ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.